ଆସନ୍ତା ବଜେଟରେ ସାଧାରଣ ଜନତାଙ୍କୁ ମୋଦି ସରକାର ଦେଇପାରନ୍ତି ଏହି ୩ଟି ବଡ ଉପହାର
18/01/2019 at 1:19 PM

ଦିଲ୍ଲୀ ୧୮/୧ : ରାଜନୀତିରେ ୨୦୧୯ ମୋଦି ସରକାରଙ୍କ ପାଇଁ ଶେଷ ବର୍ଷ | ଗତମାସରେ ୩ଟି ରାଜ୍ୟରେ ବିଜେପି ହାରିଯିବା ପରେ ଲୋକସଭା ନିର୍ବାଚନ ପାଇଁ ମୋଦି ସରକାର ବିଶେଷ ରଣନୀତି ପ୍ରସ୍ତୁତ କରୁଛନ୍ତି | ମୋଦି ସରକାରଙ୍କ ଶେଷ ବଜେଟ ଫେବୃଆରୀ ୧ ତାରିଖରେ ସଂସଦରେ ଉପସ୍ଥାପିତ ହେବ | ଏହି ବଜେଟରେ ମୋଦି ସରକାର ସାଧାରଣ ଜନତାଙ୍କୁ ଖୁସି ଖବର ଦେଇପାରନ୍ତି ବୋଲି ଆଲୋଚନା ହେଉଛି | ମିଡ଼ିଆ ରିପୋର୍ଟ ଅନୁଯାୟୀ, ଅନ୍ତରୀଣ ବଜେଟରେ ଅନେକ ବଡ ଘୋଷଣା ହୋଇପାରେ | ସାଧାରଣ ଜନତାଙ୍କ ହିତ ପାଇଁ ମୋଦି ସରକାର ଉପହାର ପ୍ରଦାନ କରିବେ ବୋଲି ଆଶା କରାଯାଉଛି |

ଆସନ୍ତୁ ଜାଣିବା ତାହା କ’ଣ :
୧. ଅନ୍ତରୀଣ ବଜେଟରେ ମୋଦି ସରକାର କୃଷକ କଲ୍ୟାଣ ଉପରେ ବିଶେଷ ଧ୍ୟାନ ଦେବେ | କୃଷକଙ୍କ ଆର୍ଥିକ ସ୍ଥିତି ଦୃଢ କରିବା ଦିଗରେ ମୋଦି ସରକାର ବଡ ଘୋଷଣା କରିପାରନ୍ତି | ମୋଦି ସରକାର କୃଷକଙ୍କ ଆକାଉଣ୍ଟରେ ପ୍ରତ୍ୟେକ ସିଜିନରେ ୪୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗେଇ ପାରନ୍ତି | ଯାହାଫଳରେ କୃଷକଙ୍କୁ ଚାଷ କରିବା ପାଇଁ ପାଣ୍ଠି ମିଳିବ | ଏହାଛଡା କୃଷକଙ୍କ ପାଇଁ ବିନା ସୁଧରେ କୃଷି ଋଣ ଯୋଗେଇ ଦେବାର ବ୍ୟବସ୍ଥା କରିପାରନ୍ତି |

୨. ସୂତ୍ର ଅନୁସାରେ, ମୋଦି ସରକାରଙ୍କ ଅନ୍ତରୀଣ ବଜେଟରେ ସାଧାରଣ ଜନତାଙ୍କ ଟ୍ୟାକ୍ସ ସୀମା ମଧ୍ୟ ବଢ଼ାଇ ପାରନ୍ତି | ଆୟକର ଟ୍ୟାକ୍ସ ସୀମା ବଢ଼ାଇ ୫ ଲକ୍ଷ କରାଯାଇପାରେ | ଏବେ ଏହା ୨.୫ ଲକ୍ଷ ରହିଛି | ଏହାଫଳରେ ସାଧାରଣ ଜନତା ଆଶ୍ବସ୍ତି ଅନୁଭବ କରିବେ |

୩. ମୋଦି ସରକାର ବଜେଟରେ ପେନସନ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେଇପାରନ୍ତି | ପୂର୍ବରୁ ସରକାର ଦରମାର ୧୦ ପ୍ରତିଶତ ରାଶି ଜମା କରୁଥିଲେ | କିନ୍ତୁ ଚଳିତ ବଜେଟରେ ସରକାର ପେନସନ ରାଶିକୁ ୧୦ ପ୍ରତିଶତରୁ ୧୪ ପ୍ରତିଶତକୁ ବୃଦ୍ଧି କରିପାରନ୍ତି |