Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘରର ବିଜୁଳି ମିଟରକୁନେଇ ବଡ ଖବର

ନୂଆଦିଲ୍ଲୀ ୨୪।୪: ଯେଉଁମାନଙ୍କ ଘରେ ବିଦ୍ୟୁତ ସଂଯୋଗ ଅଛି ସେମାନଙ୍କ ଘରେ ବିଜୁଳି ମିଟର ନିଶ୍ଚିତ ଲାଗିଥିବ । ପ୍ରତିମାସରେ ମିଟର ରିଡିଂ କରି ବିଦ୍ୟୁତ କର୍ମଚାରୀ ଶୁଳ୍କ ଆଦାୟ କରିଥାନ୍ତି । ତେବେ ବିଦ୍ୟୁତ ଶୁଳ୍କ ଆଦାୟକୁ ନେଇ ମୋଦି ସରକାର ବଡ ନିଷ୍ପତି ନେଇଛନ୍ତି । ଆଉ ଆଗ ଭଳି ବିଦ୍ୟୁତ କର୍ମଚାରୀ ଘରଘର ବୁଲି ମିଟର ରିଡିଂ କରି ଶୁଳ୍କ ଆଦାୟ କରିବେନି । ଟ୍ରାନ୍ସଫର୍ମର ପିଛା ବିଲ ଆଦାୟ କରିବ ବିଦ୍ୟୁତ ବିଭାଗ ।

ବିଦ୍ୟୁତ ଯୋଗାଣ ଓ ବିଲ ଆଦାୟ ପାଇଁ ଶକ୍ତି ବିଭାଗକୁ ପ୍ରଚୁର ଖର୍ଚ୍ଚ କରିବାକୁ ପଡୁଛି । ବିଦ୍ୟୁତ ଯୋଗାଣ ଠାରୁ ଆରମ୍ଭ କରି ଶୁଳ୍କ ଆଦାୟ ପାଇଁ ଅନେକ ଏଜେନ୍ସୀ ନିଯୁକ୍ତ  ହୋଇଛନ୍ତି । ତେବେ ଏବେ ପ୍ରଚଳିତ ବ୍ୟବସ୍ଥାରେ ପରିବର୍ତ୍ତନ ହେବ । ଏଥି ପାଇଁ ମୋଦି ସରକାର ନୂଆ ରଣନୀତି ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି । ପ୍ରତି ଟ୍ରାନ୍ସଫର୍ମର ପିଛା ଉପଭୋକ୍ତାଙ୍କ ଠାରୁ ବିଦ୍ୟୁତ ଶୁଳ୍କ ଆଦାୟ ପାଇଁ ନିଷ୍ପତି ହୋଇଛି। ସେହିପରି ବିଦ୍ୟୁତ ଯୋଗାଣ ଓ ସେବା ନେଇ ମଧ୍ୟ ଉପଭୋକ୍ତାଙ୍କର ଅନେକ ଅଭିଯୋଗ ରହୁଛି । ଯାହାକୁ ବିଦ୍ୟୁତ ବିଭାଗ ପ୍ରାୟତଃ ଅଣଦେଖା କରି ଆସୁଛନ୍ତି । ଏଣୁ  ଉପଭୋକ୍ତାଙ୍କ ଅଭିଯୋଗ ମଧ୍ୟ ଟ୍ରାନ୍ସଫର୍ମର ଅନୁସାରେ ହେବ ବୋଲି ନିଷ୍ପତିରୁ ଜଣାପଡିଛି ।

ଗତ ୫ ବର୍ଷ ହେଲା ମୋଦି ସରକାର ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଅନେକ ବଡ ନିଷ୍ପତ୍ତି ନେଇଛନ୍ତି । ବ୍ୟବସ୍ଥାରେ ପାରଦର୍ଶିତା ପାଇଁ ଅତୀତରେ ଡିମନିଟାଇଜେସନ ଭଳି ମୋଦି ସରକାର ଅନେକ କଠୋର ନିଷ୍ପତି ନେଇଛନ୍ତି । ଏଥିରେ ବିଦ୍ୟୁତ ଶୁଳ୍କ ଆଦାୟ ବୃଦ୍ଧି ଓ ବିଭାଗୀୟ ଖର୍ଚ୍ଚ କାଟ ପାଇଁ ସରକାରଙ୍କ ନୂଆ ନିଷ୍ପତି ଲାଗୁ ହେବା ପରେ ହିଁ ଜଣାପଡିବ ଉପଭୋକ୍ତାଙ୍କ ପ୍ରତିକ୍ରିୟା  ।

3083 Views

   ସମ୍ବନ୍ଧିତ ଖବର