Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ମୋଦିଙ୍କ ଦ୍ବିତୀୟ ପାଳିର ପ୍ରଥମ ବଜେଟରେ ବହୁ ନୂଆ କଥା : ଜାଣନ୍ତୁ ସାମଗ୍ରିକ ଭାବେ ରହିଛି କ’ଣ…

5/07/2019 at 5:29 PM

ନୂଆଦିଲ୍ଲୀ ୫|୭: ନ୍ୟୁ ଇଣ୍ଡିଆର ନାରା ଦେଇ ପ୍ରଚଣ୍ଡ ବହୁମତ ସହ ଦ୍ବିତୀୟ ଥର କ୍ଷମତାକୁ ଫେରିଥିବା ମୋଦି ସରକାରଙ୍କ ପ୍ରଥମ ସାଧାରଣ ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ତାଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି । ମୋଦିଙ୍କ ଦ୍ବିତୀୟ ପାଳିର ପ୍ରଥମ ବଜେଟ୍‌ରେ ଫୋକସରେ ରହିଛି ଗାଁ ଆଉ ଗରିବୀ । ବିଶେଷ କରି ୨୦୨୨କୁ ଲକ୍ଷ୍ୟରେ ରଖି ସରକାର ଏହି ବଜେଟ୍ ପ୍ରସ୍ତୁତ କରିଛନ୍ତି । ବଜେଟରେ ସୁପର ରିଚ୍ ଙ୍କ ପାଇଁ ଟ୍ୟାକ୍ସ ବୃଦ୍ଧି କରିବା ସହ ପେଟ୍ରୋଲ ଏବଂ ଡିଜେଲ ଉପରେ ୨ ଟଙ୍କାର ସେସ୍ ଲାଗୁ କରାଯାଇଛି । ନିର୍ମଳା ସୀତାରମଣଙ୍କ ୨ ଘଣ୍ଟା ୧୭ ମିନିଟ୍‌ର ଏହି ବଜେଟ୍‌କୁ ପ୍ରଧାନମନ୍ତ୍ରୀ  ମୋଦି ସିଟିଜେନ ଏବଂ ଫ୍ୟୁଚର ଫ୍ରେଣ୍ଡଲି ବଜେଟ୍ ବୋଲି କହିଥିବା ବେଳେ ବିରୋଧୀ କହିଛନ୍ତି  ନୂଆ ବୋତଲରେ ପୁରୁଣା ମଦ ।…

ନ୍ୟୁ ଇଣ୍ଡିଆ ଭିଜନର ୧୦ ବର୍ଷିଆ ରୋଡମ୍ୟାପ୍‌। ପ୍ରଥମ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ସରକାରଙ୍କ କିଛି ଅନୁଭୁତି କିଛି ଆଗାମୀ ଯୋଜନାର ଦେଇଥିଲେ ଝଲକ ।  ଗାଁ, ଗରିବୀ ଓ କିଷାନଙ୍କୁ ସରକାରଙ୍କ ଫୋକସ ବୋଲି ଦର୍ଶାଇ ଦେଶର ଆର୍ଥୀକ ସଶକ୍ତୀକରଣ ଲାଗି ରଖିଛନ୍ତି ଏକାଧିକ ପ୍ରସ୍ତାବ। ଚଳିତ ଆର୍ଥିକ ବର୍ଷରେ ୩ ଟ୍ରିଲିୟନ ଅର୍ଥନୀତି ହେବାକୁ ଯାଉଥିବା ଭାରତ ୨୦୨୫ରେ ୫ ଟ୍ରିଲିୟନ ସହ ବିଶ୍ବର ତୃତୀୟ ବୃହତମ ଅର୍ଥନୀତି ହେବ ବୋଲି ସ୍ବପ୍ନ ଦେଖାଇଛନ୍ତି ଅର୍ଥମନ୍ତ୍ରୀ।

 ଭିତ୍ତିଭୂମି ସେସ୍ ଆକାରରେ ପେଟ୍ରୋଲ- ଡିଜେଲ ଉପରେ ୨ ଟଙ୍କାର  ସେସ୍ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି ଅର୍ଥମନ୍ତ୍ରୀ । ୨୦୨୨ ସୁଦ୍ଧା ସମସ୍ତ ପରିବାରକୁ ବିଜୁଳି ଶକ୍ତି ଏବଂ ଏଲ୍ ପିଜି ଯୋଗାଇ ଦିଆଯିବ । ୨୦୨୪ ସୁଦ୍ଧା ‘ହର୍  ଘର୍  ଜଲ୍ ’ ଯୋଜନାରେ ନୂତନ ଜଳ ମନ୍ତ୍ରାଳୟ ସମସ୍ତ ପରିବାରକୁ ଜଳ ଯୋଗାଇ ଦିଆଯିବ।  ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ୨୦୨୧ ସୁଦ୍ଧା ଆଉ ୧. ୯୫ କୋଟି ଘର ଯୋଗାଇ ଦିଆଯିବ।  ୧.୨୫ ଲକ୍ଷ କିଲୋମିଟର୍  ରାସ୍ତାର ଉନ୍ନତୀରଣ ହେବ। ଆ ଗାମୀ ୧୨ ବର୍ଷ ମଧ୍ୟରେ ସରକାର ରେଳ ଭିତ୍ତିଭୂମି ପାଇଁ ୫୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିପରି ଦେଶରେ ବିଦେଶ ପୁଞ୍ଜି ନିବେଶ ବା ଏଫଡିଆଇ ବୃଦ୍ଧି ଉପରେ ବଜେଟରେ ଗୁରୁତ୍ଵ ଦିଆଯାଇଛି। ସିଙ୍ଗଲ ବ୍ରାଣ୍ଡ ରିଟେଲ ବ୍ୟବସାୟରେ ଏଫଡିଆଇ ବୃଦ୍ଧି ପାଇବ। ଏହା ସହିତ ବୀମାରେ ୧୦୦ ପ୍ରତିଶତ ଏଫଡିଆଇ ଲାଗୁ କରାଯିବ।

 ଟ୍ୟାକ୍ସ ସ୍ଲାବ ଉପରେ କୌଣସି ପରିବର୍ତ୍ତନ କରିନାହାନ୍ତି ସୀତାରମଣ। ତେବେ ଏଥର ଇନକମଟ୍ୟାକ୍ସ ଦେବା ପାଇଁ ପ୍ୟାନ କାର୍ଡ ନ ହେଲେ ଚଳିବ। ଆଧାର କାର୍ଡ ଥିଲେ ବି ଜଣେ ରିଟର୍ଣ୍ଣ ଫାଇଲ୍‌ କରିପାରିବ। ସେହିପରି ଖୁବଶୀଘ୍ର ୧ରୁ ୨୦ ଟଙ୍କା ପର୍ଯ୍ୟନ୍ତ କଏନ ଆସିବ ଯାହାକୁ ଦୃଷ୍ଟିହୀନ ମାନେ ମଧ୍ୟ ପଢ଼ିପାରିବେ।

୨୦୧୯-୨୦ ସାଧାରଣ ବଜେଟ୍‌ କୁ ସିଟିଜେନ ଫ୍ରେଣ୍ଡଲି ଏବଂ ଫ୍ୟୁଚର ଫ୍ରେଣ୍ଡଲି ବଜେଟ୍ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଆଶାର ବଜେଟ୍, ଏକବିଂଶ ଶତାବ୍ଦୀରେ ଭାରତର ବିକାଶକୁ ଦୃଷ୍ଟିରେ ରଖି ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି । ସେପଟେ ବିରୋଧୀ କହିଛନ୍ତି ବଜେଟ୍‌ରେ ନୂଆ କିଛି ନାହିଁ, କେବଳ ନୂଆ ବୋତଲରେ ପୁରୁଣା ମଦ । ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ କେବଳ ଦୋହରାଇଛନ୍ତି।…

ନିର୍ବାଚନ ସମୟରେ ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାକୁ କାର୍ଯ୍ୟକାରୀ କରିବା ପାଇଁ ବଜେଟ୍‌ର ପ୍ରୟାସ କରାଯାଇଛି । ଆସନ୍ତା ୫ ବର୍ଷରେ ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବାକୁ ରଖାଯାଇଛି ଲକ୍ଷ୍ୟ । …

   Related Posts