ମୋଦି ସରକାରଙ୍କ ନୂଆ ଘୋଷଣା:ଏହି ରାଜ୍ୟରେ ଏଥର ମାତ୍ର ଏତିକି ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର

Published By : Prameya-News7 Bureau | August 30, 2019 IST

ନୂଆଦିଲ୍ଲୀ୩୦|୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏବେ ପରିବର୍ତ୍ତନ ଦିଗରେ ମୁହାଁଇଛି। ଲୋକଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣନ କରୁଛି। ଲୋକଙ୍କ ସମସ୍ୟାକୁ ଲକ୍ଷ୍ୟକରି ଗୋଟେ ପରେ ଗୋଟେ ଯୋଜନା କେନ୍ଦ୍ର ସରକାର ଭେଟି ଦେଉଛି।

{"id":150967}

ଉଜ୍ଜଳା ଯୋଜନା ଦ୍ବାରା ଭାରତର କୋଟି କୋଟି ମହିଳା ଉପକୃତ ହେଉଛନ୍ତି। କିନ୍ତୁ ଉତ୍ତରପ୍ରଦେଶର ସରକାର ଉଜ୍ଜଳା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ମହିଳା ପାଇଁ ଖୁସି ଖବର ଆଣିଛି। ମୋଦି ସରକାର ପୁଣି ଏକ ଖୁସି ଖବର ଉତ୍ତରପ୍ରଦେଶବାସୀଙ୍କ ପାଇଁ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶର ଲୋକମାନେ ଏଲପିଜି ଗ୍ୟାସ ସିଲିଣ୍ଡର ଏବେ ଅତି କମ୍ ଦାମରେ କିଣି ପାରିବେ।

{"id":150966}

ପୂର୍ବରୁ ଥିବା ଦାମଠାରୁ ବହୁତ କମ୍‌ ଦାମରେ ମିଳିବ ବୋଲି ମୋଦି ସରକାର ଘୋଷଣା କରିଛନ୍ତି। ପାଇପ ଲାଇନ ମାଧ୍ୟମରେ ଘରେ ଘରେ ଉପଭୋକ୍ତା ଗ୍ୟାସ ପାଇ ପାରିବେ। ଅତି ସହଜରେ ମହିଳାମାନେ ମଧ୍ୟ ବ୍ୟବହାର କରିପାରିବେ। ଉଜ୍ଜଳା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ମହିଳାଙ୍କୁ ମାତ୍ର ୩୨୮ ଟଙ୍କାରେ ଏଲପିଜି ଗ୍ୟାସ ସିଲିଣ୍ଡର ମିଳିବ ବୋଲି ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.