Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ଲକଡାଉନରେ ନିଅନ୍ତୁ ମୋଦୀ ସରକାରଙ୍କ ଏହି ୩ ସ୍କିମ, ଜୀବନ ସାରା ରହିବ ନାହିଁ ଚିନ୍ତା

9/04/2020 at 10:11 PM

ନୂଆଦିଲ୍ଲୀ୦୯।୦୪: ଲକଡାଉନ କାରଣରୁ ସ୍ଵାଭାବିଜ ଜୀବନଯାତ୍ରା ଠପ୍ ହୋଇ ପଡିଛି। ଏହି ସମୟରେ ଆପଣ ଘରେ ରହି ସୁରକ୍ଷିତ ଭବିଷ୍ୟତ ବିଷୟରେ ଚିନ୍ତା କରି ପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କୁ ୩ ଯୋଜନା ବିଷୟରେ କହିବାକୁ ଯାଉଛୁ। ମୋଦୀ ସରକାରଙ୍କ ଏହି ଯୋଜନାରେ ଆପଣ ନିବେଶ କରି ଆଜୀବନ ଚିନ୍ତା ମୁକ୍ତ ହୋଇ ପାରିବେ।

ଅଟଳ ପେନସନ ଯୋଜନା

ସୁରକ୍ଷିତ ଭବିଷ୍ୟତ ପାଇଁ ଆପଣ ମୋଦୀ ସରକାରଙ୍କ ଅଟଳ ପେନସନ ଯୋଜନାର ଅଂଶ ହୋଇ ପାରିବେ। ଏହି ସ୍କିମରେ ଏବେଠୁ ଅଳ୍ପ ନିବେଶ କରି ଆପଣ ବାର୍ଦ୍ଧକ୍ୟ ସମୟରେ ଏକ ସୁନିଶ୍ଚିତ ପେନସନର ବ୍ୟବସ୍ଥା କରି ପାରିବେ। ନିବେଶ ପାଇଁ ୧୮ ବର୍ଷ ବୟସ ହୋଇଥିବା ଜରୁରୀ ଅଟେ।

୧୮ ବର୍ଷ ବୟସରେ ନିବେଶ କରିବାର ପ୍ରାରମ୍ଭିକ ସ୍କିମ ହେଉଛି ୪୨ ଟଙ୍କା। ଏହି ଯୋଜନାର ଫାଇଦା ଏହା ଯେ ୬୦ ବର୍ଷ ହେବା ପରେ ଆପଣଙ୍କୁ ଆଜୀବନ ଏକ ନିଶ୍ଚିତ ରାଶି ପେନସନ ଭାବେ ମିଳିବ। ଯଦି ଆପଣଙ୍କର ମୃତ୍ୟୁ ଘଟେ ତେବେ ଆପଣଙ୍କ ସହଯୋଗୀକୁ ଆଜୀବନ ପେନସନ ମିଳିବ।

ସହଯୋଗୀଙ୍କ ମୃତ୍ୟୁ ପରେ ଜମା ରାଶି ଆପଣଙ୍କ ନୋମିନୀଙ୍କୁ ଫେରାଇ ଦିଆଯିବ। ସରଳ ଭାଷାରେ କହିବାକୁ ଗଲେ ଆପଣଙ୍କ ନିବେଶର ପଇସା ବୁଡିବ ନାହିଁ। ଆପଣଙ୍କୁ ୬୦ ବର୍ଷ ବୟସ ହେବା ପରେ ପେନସନ ରାଶି ମିଳିବା ଆରମ୍ଭ ହୋଇଯିବ।

ଅଟଳ ପେନସନ ସ୍କିମ ଆଧାରରେ ଆପଣଙ୍କୁ ୧୦୦୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ପେନସନ ମିଳିବ।  ଅଧିକ ଜାଣିବା ପାଇଁ ସମ୍ବନ୍ଧିତ ଓ୍ଵେବସାଇଟ୍ ଭିଜିଟ୍ କରନ୍ତୁ।

ଜୀବନ ଜ୍ୟୋତି ବୀମା ଯୋଜନା

୨୦୧୫ ମେରେ ଆରମ୍ଭ ହୋଇଥିବା ଜୀବନ ଜ୍ୟୋତି ବୀମା ଯୋଜନା ସରକାରଙ୍କ ଏକ ଟର୍ମ ଇନସ୍ୟୁରାନ୍ସ ପ୍ଲାନ। ଏହି ଯୋଜନାର ଅର୍ଥ ପଲିସିଧାରୀଙ୍କ ମୃତ୍ୟୁରେ ବୀମା କମ୍ପାନୀ ଇନସ୍ୟୁରାନ୍ସର ଅର୍ଥ ଦେଇଥାନ୍ତି।

ଯଦି ପଲିସିଧାରୀ  ଜୀବନ ଜ୍ୟୋତି ବୀମା ଯୋଜନାର ସମୟ ପୂରା ହେବା ପରେ ମଧ୍ୟ ଠିକ୍ ଠାକ୍ ଥାନ୍ତି ତେବେ ତାଙ୍କୁ କୌଣସି ଲାଭ ମିଳିବ ନାହିଁ। ଏହି ଯୋଜନା ୧୮ ରୁ ୫୦ ବର୍ଷ ବୟସର କୌଣସି ବି ନାଗରିକ ନେଇ ପାରିବେ। ଏହି ପଲିସିର ମେଚ୍ୟୁରିଟିର ବୟସ ୫୫ ବର୍ଷ। ଏହାକୁ ପ୍ରତ୍ୟେକ ବର୍ଷରେ ରିନ୍ୟୁ କରିବାକୁ ପଡିଥାଏ।

ସୁରକ୍ଷା ବୀମା ଯୋଜନା

ସୁରକ୍ଷା ବୀମା ଯୋଜନାରେ ବାର୍ଷିକ ୧୨ ଟଙ୍କା କଟିଥାଏ। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ଲାଭ ତାଙ୍କୁ ହିଁ ମିଳିବ ଯାହାଙ୍କ ବୟସ ୧୮ ରୁ ୭୦ ବର୍ଷ ମଧ୍ୟରେ ହୋଇଥିବ। ବୀମା କରିଥିବା ଗ୍ରାହକଙ୍କୁ ଦୁର୍ଘଟଣାଜନିତ ମୃତ୍ୟୁ ହେଲେ କିମ୍ବା ବିକଳାଙ୍ଗ ହେବା ସ୍ଥିତିରେ ୨ ଲକ୍ଷ ଟଙ୍କା ସେମାନଙ୍କର ପରିଜନଙ୍କୁ ଦିଆଯାଏ।

   Related Posts