Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ମୋବାଇଲ ମେନୁଫେକଚରିଂରେ ୯ ଲକ୍ଷ ରୋଜଗାର ଦେବେ ମୋଦୀ ସରକାର, ଜାଣନ୍ତୁ ଏ ପର୍ଯ୍ୟନ୍ତ କେତେ ମିଳିଛି

24/02/2021 at 5:10 PM

ନୂଆଦିଲ୍ଲୀ ୨୪।୦୨: କରୋନା କାରଣରୁ ଦେଶର ଆର୍ଥିକ ସ୍ଥିତି ଦୋହଲିବା ସହ ଲକ୍ଷ ଲକ୍ଷ ଲୋକ ବେରୋଜଗାର ହୋଇ ଯାଇଥିଲେ। ଏହି କ୍ରମରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି କୋଭିଡ୍-୧୯ ଗମ୍ଭୀର ସ୍ଥିତି ମଧ୍ୟରେ ମୋବାଇଲ ଫୋନ୍ ଓ ଉପକରଣ ପାଇଁ ଏପ୍ରିଲରେ ଘୋଷଣା ହୋଇଥିବା ପ୍ରଡକ୍ସନ ଲିଙ୍କ୍‌ଡ ଇନସେଟିଭ୍ ସ୍କିମ୍(ପିଏଲଆଇ) ୩୫ ହଜାର କୋଟି ଟଙ୍କାର ଉତ୍ପାଦନ ପ୍ରଦାନ କରିଛି। ଏହା ଜରିଆରେ ୨୨,୫୦୦  ଲୋକଙ୍କୁ ରୋଜଗାର ମିଳିଛି ଏବଂ ପ୍ରାୟ ୧୩୦୦ ନିବେଶକ ଏହି କ୍ଷେତ୍ରକୁ ଆସିଛନ୍ତି।

ସେ କହିଛନ୍ତି, ଏଥିରୁ ୧୦ ଲକ୍ଷ କୋଟି ଟଙ୍କାର ଉତ୍ପାଦନ ହେବ ଏବଂ ୫ ବର୍ଷରେ  ପିଏଲଆଇ ଯୋଜନା ଆଧାରରେ ପ୍ରାୟ ୮ ଲକ୍ଷରୁ ୯ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ମିଳିବ। ଏଥିସହ ଭାରତୀୟ ନିର୍ମାତାଙ୍କୁ ରାଷ୍ଟ୍ରୀୟ ଚାମ୍ପିଅନ କରାଇବା ଉପରେ ଗୁରୁତ୍ଵ ଦିଆଯାଉଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଦେଶରେ ଇଲେକ୍ଟ୍ରୋନିକ୍ ମ୍ୟାନୁଫେକଚରିଂର ବାର୍ଷିକ ଅଭିବୃଦ୍ଧି ହାର ୨୩ ପ୍ରତିଶତ ରହିଛି। କେନ୍ଦ୍ର କ୍ୟାବିନେଟ୍ ଦେଶରେ ଉଚ୍ଚ ଗୁଣବତ୍ତା ମାନର ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଏବଂ ରପ୍ତାନୀରେ ମୂଲ୍ୟ ବୃଦ୍ଧି ପାଇଁ ଆର୍ଥିକ ବର୍ଷ ୨୦୨୦-୨୧ରୁ ୨୦୨୮-୨୯ର ଅବଧି ପାଇଁ ଫାର୍ମାସ୍ୟୁଟିକଲ୍ସର ପିଏଲଆଇ  ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି।

   Related Posts