ଶସ୍ତାରେ ପୁଣି ସୁନା ବିକିବେ ମୋଦୀ ସରକାର, ଜାଣନ୍ତୁ ବଜାର ମୂଲ୍ୟଠାରୁ କେତେ ରହିଛି କମ୍…
25/12/2020 at 1:39 PM

ନୂଆଦିଲ୍ଲୀ ୨୫।୧୨: ନୂଆ ବର୍ଷ ପୂର୍ବରୁ ମାନେ ୨୦୨୧ ପୂର୍ବରୁ ଆପଣ କମ୍ ଟଙ୍କାରେ ସୁନା କିଣିବାର ସୁଯୋଗ ଆସିଛି । ଯାହାକି ଦେଶବାସୀଙ୍କୁ ମୋଦି ସରକାର ଏହି ସୁଯୋଗ ଦେଉଛନ୍ତି । ୨୮ ଡିସେମ୍ବର ୨୦୨୦ରୁ ୨୦୨୧ ଜାନୁଆରୀ ପହିଲା ମଧ୍ୟରେ ସରକାର ପୁଣି ଥରେ ସୋଭରନ୍ ଗୋଲ୍ଡ ବଣ୍ଡରେ ନିବେଶ କରିବାକୁ ସୁଯୋଗ ଦେଉଛନ୍ତି । କିନ୍ତୁ ଏହି ସୁନାକୁ ଫିଜିକଲ ଭାବେ ଗ୍ରାହକମାନଙ୍କୁ ମିଳିନଥାଏ । ସୁନା ବଣ୍ଡର ଆଗାମୀ କିସ୍ତି ପାଇଁ ୫୦୦୦ଟଙ୍କା ପ୍ରତି ଗ୍ରାମ ପିଛାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ରିଜର୍ଭ ବ୍ୟାଙ୍କ ଗୁରୁବାର ଦିନ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଆର୍ବିଆଇ ଅନୁସାରେ, ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ବ୍ୟାଙ୍କ ମାନଙ୍କ ସହିତ ବିଚାର ବିମର୍ଶ କରୁଛନ୍ତି । ଅନ୍ଲାଇନ୍ ଜରିଆରେ ଆବେଦନ କରିବା ଓ ଡିଜିଟାଲ୍ ମାଧ୍ୟମରେ ଟଙ୍କା ପୈଇଠ ନେଇ ଚାଲିଛି ଆଲୋଚନା । ପ୍ରତି ଗ୍ରାମ୍ ପିଛା ୫୦ ଟଙ୍କା ଶସ୍ତା ଦାମ୍ରେ ସୁନା ବିକିବେ ସରକାର । ଏହି ହିସାବରେ ସରକାର ୧୦ ଗ୍ରାମ୍ ପ୍ରତି ୫୦୦ ଟଙ୍କା ଶସ୍ତାରେ ସୁନା ପାଇବେ ନିବେଶକ ।
କେଉଁଠୁ ଏବଂ କେମିତି ମିଳିବ ସୁନା
ସୋଭରନ ଗୋଲ୍ଡ ବଣ୍ଡ ସ୍କିମରେ ଗୋଟିଏ ଆର୍ଥିକ ବର୍ଷରେ ଜଣେ ବ୍ୟକ୍ତି ସର୍ବାଧିକ ୫୦୦ ଗ୍ରାମ ସୁନା କିଣି ପାରିବେ। ଅନ୍ୟପଟେ ସର୍ବନିମ୍ନ ନିବେଶ ଏକ ଗ୍ରାମ ହେବା ଜରୁରୀ। ଏହି ସ୍କିମରେ ନିବେଶ କଲେ ଆପଣ ଟ୍ୟାକ୍ସ ବଞ୍ଚାଇପାରିବେ। ବଣ୍ଡକୁ ଟ୍ରଷ୍ଟି ବ୍ୟକ୍ତି, ଏଚୟୁଏଫ, ଟ୍ରଷ୍ଟ, ବିଶ୍ଵ ବିଦ୍ୟାଳୟ ଓ ଧାର୍ମିକ ସଂସ୍ଥାକୁ ବିକ୍ରି କରିବା ପାଇଁ ମନା କରାଯାଇଛି। ଏଥିରେ ଆବେଦନ କରିବା ପାଇଁ ନିବେଶକଙ୍କ ନିକଟରେ PAN ଥିବା ଜରୁରୀ ।
କଣ ଏହି ସଭରେନ ଗୋଲ୍ଡ ବଣ୍ଡ
ସୋଭରନ ଗୋଲ୍ଡ ବଣ୍ଡରେ ନିବେଶକୁ ଫିଜିକଲ ଭାବେ ସୁନା ମିଳିନଥାଏ। ଏହା ଫିଜିକାଲ ଗୋଲ୍ଡ ତୂଳନାରେ ଅଧିକ ସୁରକ୍ଷିତ। ସୁଦ୍ଧତା ମାମଲାରେ ଏହା ଇଲେକ୍ଟ୍ରୋନିକ ରୂପେ ଥିବା କାରଣରୁ ଏହାର ସୁଦ୍ଧତା ଉପରେ କୌଣସି ସନ୍ଦେହ କରାଯାଇ ପାରିବ ନାହିଁ।