ଆଜିଠୁ ଶସ୍ତାରେ ସୁନା ବିକୁଛନ୍ତି ମୋଦୀ ସରକାର, କିଣିବା ପୂର୍ବରୁ ଜାଣି ନିଅନ୍ତୁ ୧୦ ଜରୁରୀ କଥା

Published By : Prameya-News7 Bureau | September 01, 2020 IST

ନୂଆଦିଲ୍ଲୀ ୦୧।୦୯: ମୋଦୀ ସରକାର ପୁଣି ଥରେ ଆପଣଙ୍କ ପାଇଁ ଶସ୍ତା ସୁନା କିଣିବାକୁ ସୁଯୋଗ ଦେଉଛନ୍ତି। ଚଳିତ ବର୍ଷ ଆପଣଙ୍କ ପାଇଁ ଏହା ଶେଷ ସୁଯୋଗ। ସରକାରଙ୍କ ଦ୍ଵାରା ଜାରି ସଭରେନ ବଣ୍ଡର ସବସ୍କ୍ରିପସନ ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ନିଆଯାଇ ପାରିବ। ଗୋଲ୍ଡ ବଣ୍ଡ କିଣିବା ପାଇଁ ଡିଜିଟାଲ ପେମେଣ୍ଟ କଲେ ଗ୍ରାମ ପିଛା ସୁନା ୫୦ ଟଙ୍କା ଶସ୍ତାରେ ପାଇବେ। ଏମିତି ନିବେଶକଙ୍କ ପାଇଁ ବଣ୍ଡର ମୂଲ୍ୟ ପ୍ରତି ଗ୍ରାମ ୫,୦୬୭ ଟଙ୍କା ରହିବ। ଅର୍ଥାତ ୧୦ ଗ୍ରାମ ସୁନା ଉପରେ ଅତି କମରେ ଆପଣଙ୍କୁ ୫୦୦ ଟଙ୍କା ରିହାତି ମିଳିବ। ଏହାର କିସ୍ତି ସେପ୍ଟେମ୍ବର ୮ରୁ ଜାରି କରାଯିବ। ସଭରେନ ଗୋଲ୍ଡ ବଣ୍ଡରେ ନିବେଶକଙ୍କୁ ଫିଜିକାଲ ଭାବେ ସୁନା ମିଳେ ନାହିଁ। ଏହା ଫିଜିକଲ ଗୋଲ୍ଡ ତୂଳନାରେ ଅଧିକ ସୁରକ୍ଷିତ। ଗୋଲ୍ଡ ବଣ୍ଡ ଜରିଆରେ ଆଜିଠୁ ସରକାର ଶସ୍ତାରେ ସୁନା ବିକ୍ରି ଆରମ୍ଭ କରିଛନ୍ତି।

ଜାଣନ୍ତୁ ସଭରେନ ବଣ୍ଡ ସମ୍ବନ୍ଧିତ ୧୦ ଜରୁରୀ କଥା

୧ – ମୋଦୀ ସରକାର ଷଷ୍ଠ ଓ ଚଳିତ ବର୍ଷର ଶେଷ ଗୋଲ୍ଡ ବଣ୍ଡ ଆପଣଙ୍କ ପାଇଁ ନେଇକି ଆସିଛନ୍ତି। ଏହା ପୁଣି ସେହି ସମୟରେ ଯେତେବେଳେ ଘରୋଇ ମୂଲ୍ୟ ଉଚ୍ଚରେ ରହିଛି। ୧୦ ଗ୍ରାମ ସୁନାର ମୂଲ୍ୟ ୫୬୦୦୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଛି। ଗତ ଅନେକ ଦିନରେ ଏହାର ମୂଲ୍ୟ ଅଧିକ ବଢିପାରେ। ବିଶେଷଜ୍ଞଙ୍କ ଅନୁଯାୟୀ ଦୀପାବଳି ସୁଦ୍ଧା ଏହା ୬୪୦୦୦ ରୁ ୮୨୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ।

୨ – ସରକାରଙ୍କ ତଫରରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ଵାରା ସଭରେନ ଗୋଲ୍ଡ ବଣ୍ଡ ଜାରି କରାଯାଇଥାଏ। ଭୌତିକ ସୁନାର ଚାହିଦାକୁ କମ କରିବା ଏବଂ ଆର୍ଥିକ ସଞ୍ଚୟରେ ଘୋରଇ ସଞ୍ଚୟର ଏକ ଅଂଶକୁ ସ୍ଥାନାନ୍ତରିତ କରିବା ଉଦ୍ଦେଶ୍ୟରେ ୨୦୧୫ରେ ସଭରେନ ଗୋଲ୍ଡ ବଣ୍ଡ ଯୋଜନା ଆରମ୍ଭ କରାଯାଇଥିଲା।

୩ – ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଏକ ବୟାନରେ କହିଛନ୍ତି ଏଥର ସ୍ଵର୍ଣ୍ଣ ବଣ୍ଡର ମୂଲ୍ୟ ପ୍ରତି ଗ୍ରାମ ୫,୧୧୭ ଟଙ୍କା ରହିଛି।

୪ – ସଭରେନ ଗୋଲ୍ଡ ବଣ୍ଡ ସ୍କିମରେ ଏକ ଆର୍ଥିକ ବର୍ଷରେ ଜଣେ ବ୍ୟକ୍ତି ସର୍ବାଧିକ ୫୦୦ ଗ୍ରାମ ସୁନାର ବଣ୍ଡ  କିଣି ପାରିବେ। ଏହି ପରି ସର୍ବନିମ୍ନ ଏକ ଗ୍ରାମ ସୁନା କିଣି ପାରିବେ।

୫ – ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୪ ଭିତରେ ସୁନାର ବଣ୍ଡର ଏହି କିସ୍ତି ମୂଲ୍ୟ ଜାରି କରାଯିବାର ତାରିଖ ସ୍ଥିର କରାଯାଇଛି।

୬ – ବଣ୍ଡ ଜାରି ହେବାର ୪୦ ଦିନ ଭିତରେ ଷ୍ଟକ ଏକ୍ସଚେଞ୍ଜ ଉପରେ ଲିକ୍ୟୁଡିଟି ଅଧିନ ହୋଇଯାଏ।

୭ – ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏପ୍ରିଲରେ ଘୋଷଣା କରିଥିଲା ଯେ ସରକାର ସେପ୍ଟେମ୍ବର ସୁଦ୍ଧା ଛଅ ଟ୍ରେଞ୍ଚ  ସଭରେନ ଗୋଲ୍ଡ ବଣ୍ଡ ଜାରି କରିବେ।

୮ – ଏହାର ସବୁଠୁ ଖାସ୍ କଥା ଏହା ଯେ ନିବେଶକଙ୍କୁ ସୁନାର ଚାହିଦା ବଢିବାର ଲାଭ ତ ମିଳିବ, ଏହା ସହିତ ତାଙ୍କୁ ନିବେଶ ଅର୍ଥ ଉପରେ ୨.୫ ପ୍ରତିଶତର ଗାରେଣ୍ଟେଡ୍ ଫିକ୍ସ ଇଣ୍ଟରେଷ୍ଟ ମଧ୍ୟ ମିଳିବ।

୯ – ଏହି ବଣ୍ଡର ଅବଧି ୮ ବର୍ଷ ହୋଇଥାଏ ଏବଂ ୫ତମ ବର୍ଷ ପରେ ପ୍ରିମେଚ୍ୟୁଅର ଓ୍ଵିଥଡ୍ରଲ କରାଯାଇପାରେ।

୧୦ – ଏହା ଉପରେ ତିନି ବର୍ଷ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ ଟ୍ୟାକ୍ସ ଲାଗିବ। କିନ୍ତୁ ମେଚ୍ୟୁରିଟି ପର୍ଯ୍ୟନ୍ତ ରଖିବା ଉପରେ କ୍ୟାପିଟାଲ ଗେନ ଟେକ୍ସ ମିଳିବ ନାହିଁ।

କେଉଁଠୁ ଏବଂ କେମିତି ମିଳିବ ସୁନା

ସଭରେନ ଗୋଲ୍ଡ ବଣ୍ଡ ସ୍କିମରେ ଗୋଟିଏ ଆର୍ଥିକ ବର୍ଷରେ ଜଣେ ବ୍ୟକ୍ତି ସର୍ବାଧିକ ୫୦୦ ଗ୍ରାମ ସୁନା କିଣି ପାରିବେ। ଅନ୍ୟପଟେ ସର୍ବନିମ୍ନ ନିବେଶ ଏକ ଗ୍ରାମ ହେବା ଜରୁରୀ। ଏହି ସ୍କିମରେ ନିବେଶ କଲେ ଆପଣ ଟ୍ୟାକ୍ସ ବଞ୍ଚାଇପାରିବେ। ବଣ୍ଡକୁ ଟ୍ରଷ୍ଟି ବ୍ୟକ୍ତି, ଏଚୟୁଏଫ, ଟ୍ରଷ୍ଟ, ବିଶ୍ଵ ବିଦ୍ୟାଳୟ ଓ ଧାର୍ମିକ ସଂସ୍ଥାକୁ ବିକ୍ରି କରିବା ପାଇଁ ମନା କରାଯାଇଛି।

କଣ ଏହି ସଭରେନ ଗୋଲ୍ଡ ବଣ୍ଡ

ସଭରେନ ଗୋଲ୍ଡ ବଣ୍ଡରେ ନିବେଶକୁ ଫିଜିକଲ ଭାବେ ସୁନା ମିଳିନଥାଏ। ଏହା ଫିଜିକାଲ ଗୋଲ୍ଡ ତୂଳନାରେ ଅଧିକ ସୁରକ୍ଷିତ। ସୁଦ୍ଧତା ମାମଲାରେ ଏହା ଇଲେକ୍ଟ୍ରୋନିକ ରୂପେ ଥିବା କାରଣରୁ ଏହାର ସୁଦ୍ଧତା ଉପରେ କୌଣସି ସନ୍ଦେହ କରାଯାଇ ପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.