Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ଆଜିଠୁ ମେ’ ୨୧ ଯାଏ ଶସ୍ତାରେ ସରକାରଙ୍କଠୁ କିଣନ୍ତୁ ସୁନା, ଜାଣନ୍ତୁ କେମିତି ଉଠାଇବେ ଫାଇଦା

17/05/2021 at 7:14 PM

ନୂଆଦିଲ୍ଲୀ ୧୭/୫: ପୁଣି ଥରେ ଶସ୍ତା ସୁନା କିଣିବାର ସୁଯୋଗ ନେଇଆସିଛନ୍ତି ମୋଦୀ ସରକାର। ୧୭ ମେ’ ଅର୍ଥାତ ଆଜିଠୁ ଏହି ସୁବିଧା ଉପଲବ୍ଧ ହୋଇଛି। କିନ୍ତୁ ଏହି ସୁନା ଆପଣଙ୍କୁ ବଣ୍ଡ ଆକାରରେ ମିଳିବ। ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ସୋଭେରିନ୍‌ ଗୋଲ୍ଡ ବଣ୍ଡ (ସୁନା ବଣ୍ଡ)ର ପ୍ରଥମ ବିକ୍ରି ସୋମବାର ଠାରୁ ଆରମ୍ଭ ହୋଇଛି। ଏହା ୨୧ ମେ’ ପର୍ଯ୍ୟନ୍ତ ଚାଲିବ। ସୁନା ବଣ୍ଡ ମେ’ରୁ ସେପ୍ଟେମ୍ବର ମଧ୍ୟରେ ଜାରି କରାଯିବ।

୨୦୨୧-୨୨ରେ ପ୍ରଥମ କିସ୍ତିରେ ୧୭ରୁ ୨୧ ମେ’ ମଧ୍ୟରେ ବଣ୍ଡ କିଣାଯାଇପାରିବ ଏବଂ ୨୫ ମେ’ରୁ ବଣ୍ଡ ଜାରି କରାଯିବ। ଘରୋଇ ବଜାରରେ ସୁନା ଦାମ ଆକଶ ଛୁଆଁ ହୋଇ ପୁଣି ୮୫୦୦ ଟଙ୍କା ପ୍ରତି ୧୦ ଗ୍ରାମ ଶସ୍ତା ହେବା ପରେ ମୋଦୀ ସରକାର ଗୋଲ୍ଡ ବଣ୍ଡ ନେଇ ଆସିଛନ୍ତି। ଗୋଲ୍ଡ ବଣ୍ଡର ପ୍ରଥମ କିସ୍ତି ପାଇଁ ୪,୭୭୭ ଟଙ୍କା ପ୍ରତି ଗ୍ରାମ ଦାମ ସ୍ଥିର କରାଯାଇଛି। ସରକାରଙ୍କ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ବାରା ଗୋଲ୍ଡ ବଣ୍ଡ ଜାରି କରାଯାଏ।

ଭୌତିକ ସୁନା ଚାହିଦାକୁ କମ୍‌ କରିବାକୁ ୨୦୧୫ରେ ଗୋଲ୍ଡ ବଣ୍ଡ ଯୋଜନା ଆରମ୍ଭ ହୋଇଥିଲା। ଏହି ସ୍କିମ୍‌ ଅନୁସାରେ ଜଣେ ବ୍ୟକ୍ତି ଗୋଟିଏ ଆର୍ଥିକ ବର୍ଷରେ କେବଳ ୫୦୦ ଗ୍ରାମ ସୁନାର ବଣ୍ଡ କିଣିପାରିବେ। ସବୁଠୁ କମ୍‌ ଏକ ଗ୍ରାମ ସୁନା କିଣିବାକୁ ହେବ। ଏହା ଦ୍ବାରା ନିବେଶକଙ୍କୁ ସୁନାର ବର୍ଦ୍ଧିତ ଦାମରୁ ଫାଇଦା ମିଳିବା ସହ ନିବେଶ ଦାମ ଉପରେ ୨.୫ ପ୍ରତିଶତର ଗାରେଣ୍ଟେଡ୍‌ ଫିକ୍ସଡ୍‌ ସୁଧ ବି ମିଳେ। ଏହି ବଣ୍ଡର ଅବଧି ୮ ବର୍ଷ ହୋଇଥିବା ବେଳେ ୫ ବର୍ଷରେ ଏହାକୁ ପ୍ରିମ୍ୟାଚୁର୍‌ ଓ୍ବିଥ୍‌ଡ୍ରାଲ୍‌ କରାଯାଇପାରିବ।

   Related Posts