ଏ ବର୍ଷର ଶେଷ ସୁଯୋଗ, ଶସ୍ତା ସୁନା ବିକ୍ରି ଆରମ୍ଭ କଲେ ମୋଦୀ ସରକାର, ସୁଯୋଗ ନିଅନ୍ତୁ କିନ୍ତୁ ତା ପୂର୍ବରୁ ପଢି ନିଅନ୍ତୁ ଏହି ୧୦ଟି ଜରୁରୀ କଥା

Published By : Prameya-News7 Bureau | August 31, 2020 IST

ନୂଆଦିଲ୍ଲୀ ୩୧।୦୮: ମୋଦୀ ସରକାର ପୁଣି ଥରେ ଆପଣଙ୍କ ପାଇଁ ଶସ୍ତା ସୁନା କିଣିବାକୁ ସୁଯୋଗ ଦେଇଛନ୍ତି। ଚଳିତ ବର୍ଷ ଆପଣଙ୍କ ପାଇଁ ଏହା ଶେଷ ସୁଯୋଗ। ସରକାରଙ୍କ ଦ୍ଵାରା ଜାରି ସଭରେନ ବଣ୍ଡର ସବସ୍କ୍ରିପସନ ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ନିଆଯାଇ ପାରିବ। ଗୋଲ୍ଡ ବଣ୍ଡ କିଣିବା ପାଇଁ ଡିଜିଟାଲ ପେମେଣ୍ଟ କଲେ ଗ୍ରାମ ପିଛା ସୁନା ୫୦ ଟଙ୍କା ଶସ୍ତାରେ ପାଇବେ। ଏମିତି ନିବେଶକଙ୍କ ପାଇଁ ବଣ୍ଡର ମୂଲ୍ୟ ପ୍ରତି ଗ୍ରାମ ୫,୦୬୭ ଟଙ୍କା ରହିବ। ଅର୍ଥାତ ୧୦ ଗ୍ରାମ ସୁନା ଉପରେ ଅତି କମରେ ଆପଣଙ୍କୁ ୫୦୦ ଟଙ୍କା ରିହାତି ମିଳିବ। ଏହାର କିସ୍ତି ସେପ୍ଟେମ୍ବର ୮ରୁ ଜାରି କରାଯିବ। ସଭରେନ ଗୋଲ୍ଡ ବଣ୍ଡରେ ନିବେଶକଙ୍କୁ ଫିଜିକାଲ ଭାବେ ସୁନା ମିଳେ ନାହିଁ। ଏହା ଫିଜିକାଲ ଗୋଲ୍ଡ ତୂଳନାରେ ଅଧିକ ସୁରକ୍ଷିତ।

ଜାଣନ୍ତୁ ସଭରେନ ବଣ୍ଡ ସମ୍ବନ୍ଧିତ ୧୦ ଜରୁରୀ କଥା

୧ – ମୋଦୀ ସରକାର ଷଷ୍ଠ ଓ ଚଳିତ ବର୍ଷର ଶେଷ ଗୋଲ୍ଡ ବଣ୍ଡ ଆପଣଙ୍କ ପାଇଁ ନେଇକି ଆସିଛନ୍ତି। ଏହା ପୁଣି ସେହି ସମୟରେ, ଯେତେବେଳେ ଘରୋଇ ବଜାରରେ ସୁନାର ମୂଲ୍ୟ ଉଚ୍ଚରେ ରହିଛି। ୧୦ ଗ୍ରାମ ସୁନାର ମୂଲ୍ୟ ୫୬୦୦୦ ଟଙ୍କା ରହିଛି । ଯାହାକି ଏକ ରେକର୍ଡ । ଆସନ୍ତା କିଛି ଦିନ ମଧ୍ୟରେ ଏହାର ମୂଲ୍ୟ ଅଧିକ ବଢିପାରେ। ବିଶେଷଜ୍ଞଙ୍କ ଅନୁଯାୟୀ ଦୀପାବଳି ସୁଦ୍ଧା ସୁନା ଭରି ୬୪୦୦୦ ରୁ ୮୨୦୦୦ ଟଙ୍କା ଛୁଇଁପାରେ।

୨ – ସରକାରଙ୍କ ତଫରରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ଵାରା ସଭରେନ ଗୋଲ୍ଡ ବଣ୍ଡ ଜାରି କରାଯାଇଥାଏ। ଭୌତିକ ସୁନାର ଚାହିଦାକୁ କମ କରିବା ଏବଂ ଆର୍ଥିକ ସଞ୍ଚୟରେ ଘରୋଇ ସଞ୍ଚୟର ଏକ ଅଂଶକୁ ସ୍ଥାନାନ୍ତରିତ କରିବା ଉଦ୍ଦେଶ୍ୟରେ ୨୦୧୫ରେ ପ୍ରଥମେ ସଭରେନ ଗୋଲ୍ଡ ବଣ୍ଡ ଯୋଜନା ଆରମ୍ଭ କରାଯାଇଥିଲା।

୩ – ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଏକ ବିଜ୍ଞପ୍ତିରେ କହିଛନ୍ତି, ଏଥର ସ୍ଵର୍ଣ୍ଣ ବଣ୍ଡର ମୂଲ୍ୟ ପ୍ରତି ଗ୍ରାମକୁ ୫,୧୧୭ ଟଙ୍କା ରହିଛି।

୪ – ସଭରେନ ଗୋଲ୍ଡ ବଣ୍ଡ ସ୍କିମରେ ଏକ ଆର୍ଥିକ ବର୍ଷରେ ଜଣେ ବ୍ୟକ୍ତି ସର୍ବାଧିକ ୫୦୦ ଗ୍ରାମ ସୁନାର ବଣ୍ଡ  କିଣି ପାରିବେ। ସେହିପରି ଭାବେ ଜଣେ ଗ୍ରାହକ ଏହି ସ୍କିମରେ ସର୍ବନିମ୍ନ ଏକ ଗ୍ରାମ ସୁନା କିଣି ପାରିବେ।

୫ – ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୪ ଭିତରେ ସୁନାର ବଣ୍ଡର ଏହି କିସ୍ତି ମୂଲ୍ୟ ଜାରି କରାଯିବାର ତାରିଖ ସ୍ଥିର କରାଯାଇଛି।

୬ – ବଣ୍ଡ ଜାରି ହେବାର ୪୦ ଦିନ ଭିତରେ ଷ୍ଟକ ଏକ୍ସଚେଞ୍ଜ ଉପରେ ଲିକ୍ୟୁଡିଟି ଅଧିନ ହୋଇଯାଏ।

୭ – ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏପ୍ରିଲରେ ଘୋଷଣା କରିଥିଲେ, ସରକାର ସେପ୍ଟେମ୍ବର ସୁଦ୍ଧା ଛଅ ଟ୍ରେଞ୍ଚ  ସଭରେନ ଗୋଲ୍ଡ ବଣ୍ଡ ଜାରି କରିବେ।

୮ – ଏଥିରେ ସବୁଠୁ ଖାସ୍ କଥା ଏହା ଯେ ନିବେଶକଙ୍କୁ ସୁନାର ଚାହିଦା ବଢିବାର ଲାଭ ତ ମିଳିବ, ଏହା ସହିତ ତାଙ୍କୁ ନିବେଶ ଅର୍ଥ ଉପରେ ୨.୫ ପ୍ରତିଶତର ନିଶ୍ଚିତ ସ୍ଥାୟୀ ସୁଧ ମଧ୍ୟ ମିଳିବ।

୯ – ଏହି ବଣ୍ଡର ଅବଧି ୮ ବର୍ଷ ହୋଇଥାଏ ଏବଂ ୫ତମ ବର୍ଷ ପରେ ପ୍ରିମାଚ୍ୟୋର ଓ୍ଵିଥଡ୍ରଲ କରାଯାଇପାରେ।

୧୦ – ଏହା ଉପରେ ତିନି ବର୍ଷ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ ଟ୍ୟାକ୍ସ ଲାଗିବ। କିନ୍ତୁ ମ୍ୟାଚୁରିଟି ପର୍ଯ୍ୟନ୍ତ ରଖିବା ଉପରେ କ୍ୟାପିଟାଲ ଗେନ ଟ୍ୟାକ୍ସ୍ ମିଳିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.