୧୦ଦିନ ପରେ ସାଧାରଣ ଜନତାଙ୍କୁ ଏହି ଉପହାର ଦେବାକୁ ଯାଉଛି ମୋଦି ସରକାର : ହୋଇଯିବେ ମାଲାମାଲ
19/10/2019 at 3:08 PM

ନୂଆଦିଲ୍ଲୀ ୧୯/୧୦: ଏବେ ଆପଣ ନିଜର ପୁରୁଣା ଗାଡ଼ି,ଏୟାର କଣ୍ଡିସନର,ଓ୍ବାଶିଙ୍ଗ ମେସିନ ଏବଂ ଫ୍ରିଜକୁ ସରକାରଙ୍କୁ ବିକିପାରିବେ। ପ୍ରକୃତରେ ମୋଦି ସରକାର ଏହାକୁ ନେଇ ଖୁବ୍ ଶୀଘ୍ର ଷ୍ଟିଲ୍ ସ୍କ୍ରାପେଜ ବ୍ୟବସ୍ଥା ଆଣିବାକୁ ଯାଉଛି। ଆଶା କରାଯାଉଛି ଯେ ଆଗାମୀ ୧୦ଦିନ ଭିତରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏହି ବ୍ୟବସ୍ଥାର ଡ୍ରାଫ୍ଟ ପ୍ରସ୍ତୁତ ହୋଇ ସାରିଲାଣି। ଏହି ବ୍ୟବସ୍ଥାର ଖାସ୍ କଥା ହେଉଛି ଏହା ଯେ ପ୍ରଥମେ ଷ୍ଟିଲ୍ ସ୍କ୍ରାପେଜ ବ୍ୟବସ୍ଥା କେବଳ ଗାଡ଼ି ପାଇଁ ଥିଲା,କିନ୍ତୁ ଏଥର ଏଥିରେ ଏସି,ଫ୍ରିଜ୍ ଏବଂ ଓ୍ବାଶିଙ୍ଗ ମେସିନକୁ ମଧ୍ୟ ସାମିଲ କରାଯାଇଛି।
ସୂଚନା ଅନୁଯାୟୀ, ଏହି ବ୍ୟବସ୍ଥା ଜରିଆରେ ଅନେକ ସ୍ଥାନରେ ସ୍କ୍ରାପେଜ ସେଣ୍ଟର କରାଯିବ। ଏହି ସେଣ୍ଟରକୁ ଯାଇ ଲୋକେ ସ୍କ୍ରାପ୍ ବିକି ପାରିବେ। ଏଥିରେ ସବୁ ପ୍ରକାରର ପୁରୁଣା ଷ୍ଟିଲକୁ ସାମିଲ କରାଯିବ। ଖାସ୍ କଥା ହେଉଛି ଏହା ଯେ ସ୍କ୍ରାପ୍ ବିକିଲେ ସରକାର ଇନସେଣ୍ଟିଭ ଦେବ। ଏହାର ଅର୍ଥ ହେଉଛି ଯେ ଯେତେ ମୂଲ୍ୟର ସ୍କ୍ରାପ୍ ବାହାରିବ ସେଥିରେ ସରକାର ଅଲଗା ଭାବେ ଇନସେଣ୍ଟିଭ ଦେବେ। ଏହି ବ୍ୟବସ୍ଥାକୁ ଆଣିବାର ଉଦ୍ଦେଶ୍ୟ ହେଉଛି ଯେ ଅଧିକରୁ ଅଧିକ ଲୋକ ସ୍କ୍ରାପ୍ ବିକିବା ପାଇଁ ଆଗକୁ ଆସିବେ। କେତେ ଟଙ୍କାରେ କେତେ ଇନସେଣ୍ଟିଭ ଦିଆଯିବ ଏହାକୁ ନେଇ ବିଚାର କରାଯାଉଛି। ଖୁବ୍ ଶୀଘ୍ର ଏଥି ପ୍ରତି ସହମତି ପ୍ରକାଶ ପାଇଲେ ଷ୍ଟିଲ ସ୍କ୍ରାପେଜ ବ୍ୟବସ୍ଥାକୁ ସାର୍ବଜନିକ କରାଯିବ। ଏହାକୁ ଲାଗୁ ହେବାକୁ ୧୦ଦିନ ସମୟ ଲାଗିପାରେ। ଏହି ବ୍ୟବସ୍ଥାର ଫାଇଦା ହେଉଛି ଏହା ଯେ ଷ୍ଟିଲର ପୁରୁଣା ସ୍କ୍ରାପେଜ ଗୋଟିଏ ସ୍ଥାନରେ ଜମା କରାଯାଇପାରିବ। ଏହା ପରେ ଏହାର ପୁନଃବ୍ୟବହାର ହୋଇପାରିବ। ଏହା ବ୍ୟତୀତ ପୁରୁଣା ଗାଡ଼ି ମଧ୍ୟ ରାସ୍ତାରୁ ବାହାର ହୋଇଯିବ।
ଲୋକେ ପୁରୁଣା ଗାଡ଼ିକୁ ବିକି ନୂଆ ଗାଡ଼ି କିଣିବା ପାଇଁ ଆଗକୁ ଆସିବେ,ଫଳରେ ନୂଆ ଗାଡ଼ି ଅଧିକ ସଂଖ୍ୟାରେ ବିକ୍ରି ହେବ।