ଲକ୍‌ଡାଉନ୍‌ ଶେଷ ପରେ ବି ଲାଗୁ ରହିବ ପ୍ରତିବନ୍ଧକ, କରୋନା ଭାଇରସ ମୁକାବିଲାରେ କ'ଣ ସରକାରଙ୍କ ଆଗାମୀ ପ୍ଲାନ ?

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ ୦୬।୦୪: ଚୀନରୁ ଉତ୍ପନ କରୋନା ଭାଇରସ୍ ଭାରତ ସମେତ ସମଗ୍ର ଦୁନିଆରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ଅତିକ୍ରମ କରିଛି। କରୋନାର ପ୍ରକୋପକୁ ରୋକିବା ପାଇଁ ଦେଶରେ ଜାରି ୨୧ ଦିନିଆ ଲକ୍‌ଡାଉନ୍‌ର ଆଜି ହେଉଛି ୧୩ତମ ଦିନ। ବଜାର, ବସ, ଟ୍ରେନ, ବିମାନ, ସ୍କୁଲ, ପ୍ରତିଷ୍ଠାନ ସବୁ ବନ୍ଦ ରହିଛି। ଏମିତିରେ ସରକାର ଲକ୍‌ଡାଉନ୍‌କୁ ଏପ୍ରିଲ ୧୫ରେ ପର୍ଯ୍ୟାୟ କ୍ରମେ ଖୋଲିବାକୁ ବିଚାର କରୁଛନ୍ତି। ଏହା ମଧ୍ୟରେ ଏମିତି ଖବର ମଧ୍ୟ ରହିଛି ଯେ, ସରକାର କରୋନାର ପ୍ରସାରକୁ ନିୟନ୍ତ୍ରଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାରି ଆଧାରରେ ମେ ୧୫ ପରେ ଦ୍ଵିତୀୟ ଥର ଲକ୍‌ଡାଉନ୍‌ ଘୋଷଣା କରାଯାଇପାରେ।

ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁସାରେ ଏପ୍ରିଲ ୩ରେ ହୋଇଥିବା ମନ୍ତ୍ରୀ ସମୂହଙ୍କ(GOM) ବୈଠକ ପରେ ଏହା ଉପରେ ମଧ୍ୟ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତା ଏବଂ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ କୋଭିଡ୍ ୧୯ ସଂକ୍ରମଣ ରୋକିବା ପାଇଁ ପ୍ଲାନ ବି ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

{"id":249819,"sizeSlug":"large"}

ରିପୋର୍ଟ ମୁତାବକ ସରକାରଙ୍କ କହିବା କଥା କରୋନା ମହାମାରୀର ମୁକାବିଲା ଲାଗି ପ୍ରାୟ ୪୦ ପ୍ରତିଶତ କ୍ରିଟିକାଲ କେୟାର ଇକ୍ୟୁପମେଣ୍ଟର ଆବଶ୍ୟକତା ରହିଛି। ମାତ୍ର ଯେ ପର୍ଯ୍ୟନ୍ତ ହେଲ୍‌ଥ କେୟାର ଇନଫ୍ରାଷ୍ଟ୍ରକଚରର ସ୍ଥିତି ବୁଝୁଛନ୍ତି ତେଣୁ ସେ ପର୍ଯ୍ୟନ୍ତ ଚିନ୍ତା କରିବାର ଆବଶ୍ୟକତା ନାହିଁ।

ଇଣ୍ଡିଆ ଟୁଡେର ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, କେନ୍ଦ୍ର ସରକାର ଏପ୍ରିଲ ୧୫ଠୁ ଲକ୍‌ଡାଉନ୍‌କୁ ପର୍ଯ୍ୟାୟକ୍ରମେ ହଟାଇ ପାରନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ପୂର୍ବବତ ଜାରି ରହିବ। ମାତ୍ର ସାମାଜିକ ଦୂରତ୍ଵର ପାଳନ ଯେ କୌଣସି ପରିସ୍ଥିତିରେ ମଧ୍ୟ ଜାରି ରହିବ। ଯଦି  ଲକ୍‌ଡାଉନ୍‌ ହଟେ ତେବେ ମଧ୍ୟ ସିନେମା ହଲ୍‌, ଫୁଡ କୋର୍ଟ, ରେସ୍ତୋରାଁ ଓ ଧାର୍ମିକ ସ୍ଥଳକୁ ବନ୍ଦ ରଖାଯାଇପାରେ। ମଲରେ କେବଳ ଜରୁରୀ ସାମଗ୍ରୀର ଦୋକାନ ଖୋଲା ରହିବ।

{"id":249820,"sizeSlug":"large"}

ସରକାର ଏପ୍ରିଲ ୧୫ପରେ କୌଣସି ଜାଗାରେ ଭିଡ ଯେମିତି ନଲାଗିବ ତା ଉପରେ ଜୋର୍‌ ଦେଉଛନ୍ତି। ସଂପ୍ରତି ସମସ୍ତ ସତର୍କତାମୂଳକ ପଦକ୍ଷେପ ପରେ ମଧ୍ୟ କଡା କଡି ଲାଗୁ ରହିବ। ଏଥିରେ ଭିଡ ଏକା ଥରକେ ବାହାରକୁ ନବାହାରିବାଠୁ ନେଇ ସାନିଟାଇଜ୍ ପର୍ଯ୍ୟନ୍ତ ସାମିଲ।

କେନ୍ଦ୍ର ସରକାର ଲକ୍‌ଡାଉନ୍‌ ପରେ ଉପୁଜିଥିବାକୁ ଥିବା ସ୍ଥିତି ଉପରେ ନଜର ରଖୁଛନ୍ତି। ଏହା ବ୍ୟତୀତ ସରକାର ଲକ୍‌ଡାଉନ୍‌ କାରଣରୁ ପ୍ରଭାବିତ ଅର୍ଥବ୍ୟବସ୍ଥାରେ ସୁଧାର ପାଇଁ ଆଉ ଏକ ରିଲିଫ ପ୍ୟାକେଜ୍ ମଧ୍ୟ ଘୋଷଣା କରି ପାରନ୍ତି। ଏହି ଦିଗରେ ସରକାର ବିଚାର ମଧ୍ୟ କରୁଛନ୍ତି। ମାତ୍ର ଏହା ଉପରେ କୌଣସି ଅନ୍ତିମ ନିଷ୍ପତ୍ତି ନିଆଯାଇ ନାହିଁ।

ସରକାର ଏକଥା ଜାଣିଛନ୍ତି ଯେ, ଏପ୍ରିଲ ୧୫ ପରେ ମଧ୍ୟ ସ୍ଥିତି ସ୍ଵାଭାବିକ ହେବ ନାହିଁ। ତେଣୁ ଏମିତି ସ୍ଥିତିରେ ମେ ୧୫ରୁ ଦ୍ଵିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଲାଗୁ କରାଯିବ କି ନାହିଁ, ଏହା ଉପରେ ନିର୍ଭର କରେ ଯେ, ଏହି ସମୟରେ କରୋନା ସଂକ୍ରମିତ ମାମଲା ହ୍ରାସ ହୋଇଛି ନା ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.