ତୀର୍ଥଯାତ୍ରୀଙ୍କ ପାଇଁ ମୋଦି ସରକାରଙ୍କ ବଡ଼ ଉପହାର, ଜାଣନ୍ତୁ କ’ଣ

Published By : Prameya-News7 Bureau | September 17, 2019 IST

ନୂଆଦିଲ୍ଲୀ୧୭|୯: ତୀର୍ଥ ଯାତ୍ରୀଙ୍କ ପାଇଁ ମୋଦି ସରକାରଙ୍କ ବଡ଼ ଉପହାର। ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି ଯେ, ଦିଲ୍ଲୀ ଓ କଟ୍ରା ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଟ୍ରେନର ଟ୍ରାଏଲ ଶେଷ ହୋଇଯାଇଛି।  ଏହା ତୀର୍ଥଯାତ୍ରୀଙ୍କ ପାଇଁ ବଡ଼ ଉପହାର ହେବ ବୋଲି ସେ କହିଛନ୍ତି। ଏହି ଟ୍ରେନ ନବରାତ୍ରୀଠାରୁ ଦିଲ୍ଲୀ-କଟ୍ରା ମଧ୍ୟ ଚାଲିବା ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି। ବନ୍ଦେ ଭାରତ ଟ୍ରେନ ଦିଲ୍ଲୀ-କଟ୍ରା ମଧ୍ୟରେ ସପ୍ତାହରେ ପାଞ୍ଚଦିନ ଚାଲିବ ବୋଲି ବିନୋଦ ଯାଦବ କହିଛନ୍ତି।

{"id":159108}

ଏହି ଦ୍ରୁତଗାମୀ ଟ୍ରେନ ଯାତ୍ରୀମାନଙ୍କ ପାଇଁ ଫାଇଦା ଦେବ। ପୂର୍ବରୁ ବୈଷ୍ଣଦେବୀଙ୍କ ମନ୍ଦିରକୁ ଯିବା ପାଇଁ ୧୨ ଘଣ୍ଟା ଲାଗୁଥିଲା। ଏବେ ଏହି ଦ୍ରୁତଗାମୀ ଟ୍ରେନରେ ଗଲେ ମାତ୍ର ୮ ଘଣ୍ଟା ଲାଗିବ।  ତୀର୍ଥ କରିବା ପାଇଁ ଯାତ୍ରୀମାନଙ୍କୁ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ବିନୋଦ ଯାଦବ କହିଛନ୍ତି। ବନ୍ଦେ ଭାରତ ଟ୍ରେନର ବେଗ ଘଣ୍ଟାପ୍ରତି ୧୩୦ କିଲୋମିଟର ରହିବ।  ଦିଲ୍ଲୀ ଓ ଲୁଧିଆନ ମଧ୍ୟରେ ଏହି ଟ୍ରେନର ବେଗ ଘଣ୍ଟାପ୍ରତି ୧୨୦-୧୩୦ ରହିବ ବୋଲି ରେଲଓ୍ବର ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.