ଗର୍ଭବତୀ ମହିଳାଙ୍କୁ ମୋଦି ସରକାରଙ୍କ ଉପହାର : ଚିକିତ୍ସା ପାଇଁ ମିଳିବ ଏବେ ଅଧିକ ଟଙ୍କା

Published By : Prameya-News7 Bureau | February 15, 2020 IST

ନୂଆଦିଲ୍ଲୀ ୧୫/୨: ମୋଦି ସରକାର କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସଆଇସି)ର ଲାଭାର୍ଥୀ ଗର୍ଭବତୀ ମହିଳାଙ୍କୁ ବଡ଼ ଉପହାର ଦେଇଛନ୍ତି। ଏହା ଜରିଆରେ ଏବେ ସରକାର ଇଏସଆଇସିର ନେଟଓ୍ବାର୍କ ବାହାରେ ହସ୍ପିଟାଲରେ ଚିକିତ୍ସା କରାଉଥିବା ଲାଭାର୍ଥୀ ମହିଳାଙ୍କୁ ୫୦ପ୍ରତିଶତ ଅଧିକ ଟଙ୍କାର ଦେବ।

{"id":224802,"sizeSlug":"large"}

ସରକାର,ଗର୍ଭବତୀ ମହିଳାଙ୍କ ପାଇଁ ଖର୍ଚ୍ଚ କରାଯାଉଥିବା ପ୍ରସୂତି ଖର୍ଚ୍ଚକୁ ବଢ଼ାଇ ୭,୫୦୦ଟଙ୍କା କରିବାର ନିର୍ଣ୍ଣୟ ନେଇଛନ୍ତି। ଏବେ ଏହା ୫୦୦୦ଟଙ୍କା ରହିଛି। ଏହାର ଫାଇଦା କେବଳ ସେହି ମହିଳାଙ୍କୁ ମିଳିବ ଯେଉଁ କର୍ମଚାରୀ ରାଜ୍ୟ ବୀମା ନିଗମର ଲାଭାର୍ଥୀ ହୋଇଥିବେ।

{"id":224804,"sizeSlug":"large"}

ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜୀବନ ଯାପନ ଖର୍ଚ୍ଚ ଲଗାତାର ବଢ଼ିବା ଫଳରେ ଗର୍ଭବତୀ ମହିଳାଙ୍କ ପାଇଁ ୫୦୦୦ଟଙ୍କା ଅତି କମ୍ ଲାଗୁଥିଲା।

{"id":224805,"sizeSlug":"large"}

ସରକାର ଏଥିପାଇଁ ପ୍ରସୂତି ଖର୍ଚ୍ଚକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ଅନୁସାରେ ଏହି ତଥ୍ୟକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

{"id":224806,"sizeSlug":"large"}

ପ୍ରସୂତି ଖର୍ଚ୍ଚ ସେହି ଲାଭାର୍ଥୀ ମହିଳାଙ୍କୁ ଦିଆ ଯାଇଥାଏ ଯେଉଁମାଦେ ଇଏସଆଇସି ନେଟଓ୍ବାର୍କର ହସ୍ପିଟାଲ୍ କିମ୍ବା ଔଷଧ କେନ୍ଦ୍ର ପହଞ୍ଚି ନପାରିବା ଯୋଗୁଁ ଅନ୍ୟ ହସ୍ପିଟାଲରେ ମାତୃତ୍ବ ସେବାର ଲାଭ ଉଠାଇଥାଆନ୍ତି।

{"id":224807,"sizeSlug":"large"}

ଏବେ ଦେଶବ୍ୟାପି ଇଏସଆଇସିର ୧୫୦ରୁ ଅଧିକ ହସ୍ପିଟାଲ୍ ରହିଛି। ଏହି ହସ୍ପିଟାଲରେ ସାମାନ୍ୟଠୁ ନେଇ ଗୁରୁତର ରୋଗର ଚିକିତ୍ସା ସୁବିଧା ଉପଲବ୍ଧ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.