ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି : ଏଟିଏମ୍ କାର୍ଡ଼ ବିନା ମଧ୍ୟ ଏଥର ଏଟିଏମରୁ ଉଠାଇପାରିବେ କ୍ୟାସ୍

Published By : Prameya-News7 Bureau | January 28, 2019 IST

ଉତ୍ତରାଖଣ୍ଡ ୨୮/୧: ଆପଣ ସମସ୍ତେ ତ ଜାଣିଥିବେ ମୋଦି ସରକାର ସବୁବେଳେ କିଛି ନା କିଛି ଯୋଜନା କରୁଥାନ୍ତି। ସେହିପରି ମୋଦି ସରକାର ଏଥର ମଧ୍ୟ ଏକ ବଡ଼ ଯୋଜନା କରିଛନ୍ତି ତାହା ହେଲା ଏବେ ଆପଣଙ୍କୁ ଏଟିଏମ୍ କାର୍ଡ଼ର ଆବଶ୍ୟକତା ପଡ଼ିବ ନାହିଁ।

ଏବେ ଏଟିଏମ୍ କାର୍ଡ଼ ରଖିବାର ଝଂଝଟ ଖତମ । କାରଣ ସରକାର ଏବେ ଏପରି ଏକ ଏଟିଏମ୍ ମେସିନ୍ ଆଣୁଛନ୍ତି ଯେଉଁଥିରେ କାର୍ଡ଼ ଲଗାଇବାର ଆବଶ୍ୟକତା ପଡ଼ିବ ନାହିଁ। ଆପଣ କିନ୍ତୁ କ୍ୟାସ ବାହାର କରିପାରିବେ। ଏବଂ କୈାଣସି କୋଡର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ।

ଯଦି ଆପଣଙ୍କ ଏଟିଏମ୍ କାର୍ଡ଼ କେଉଁଠି ହଜିଯାଇଛି କିମ୍ବା ଆପଣ ଏଟିଏମର ପିନ୍ ଭୁଲିଯାଉଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। ମୋଦି ସରକାର ଏହାର ଏକ ସୁନ୍ଦର ଉପାୟ ବାହାର କରିଛନ୍ତି । ଏହା ସମସ୍ତଙ୍କ କାମରେ ଲାଗିବ। ନା ଏଟିଏମ୍ କାର୍ଡ଼ର ଝଂଝଟ ରହିବ ନା କାର୍ଡ଼ ଓ ପିନର ଝଂଝଟ।

କାରଣ ଏବେ ଯେଉଁ ନୂଆ ଏଟିଏମ୍ ମେସିନ୍ ଲଞ୍ଚ ହୋଇଛି ଏଥିରେ ଆପଣଙ୍କୁ କାର୍ଡ଼ ଏବଂ ପିନର ଆବଶ୍ୟକତା ପଡ଼ିବ ନାହିଁ। କାର୍ଡ଼ ଏବଂ ପିନ୍ ବିନା ଆପଣ ଏଥିରୁ କ୍ୟାସ୍ ବାହାର କରି ପାରିବେ। କାର୍ଡ଼ ଏବଂ ପିନ୍ ପାଇଁ ଏବେ ଆପଣଙ୍କୁ ଆଉ ବ୍ୟସ୍ତ ହେବାକୁ ପଡ଼ିବ ନାହିଁ।

ପ୍ରାଇଭେଟ୍ ସେକ୍ଟରର ବଡ଼ ବ୍ୟାଙ୍କ୍ ୟେସ୍ ବ୍ୟାଙ୍କ୍ ଫିଟନେସ୍ କ୍ଷେତ୍ରରେ ଷ୍ଟାର୍ଟଅପ୍ ନିୟରବାୟ ଟେକ୍ନୋଲୋଜି ସହ ମିଶି ଏପରି ଏକ ଏଟିଏମ୍ ମେସିନ୍ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଆପଣଙ୍କୁ ଏଟିଏମ୍ କାର୍ଡ଼ ଏବଂ ଏଟିଏମ୍ ପିନର ଆବଶ୍ୟକତା ପଡ଼ିବ ନାହିଁ କାରଣ ଏଥିରୁ ଆପଣଙ୍କୁ କ୍ୟାସ୍ ମିଳିପାରିବ । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.