Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ମୋଦୀ ସରକାର ବୃଦ୍ଧି କଲେ ଏହି ୩ ଡେଡ୍‌ଲାଇନ୍‌, କୋଟି କୋଟି ଲୋକଙ୍କୁ ନଭେମ୍ବର ପର୍ଯ୍ୟନ୍ତ ଆଶ୍ଵସ୍ତି

10/07/2020 at 9:50 PM

ନୂଆଦିଲ୍ଲୀ ୧୦।୦୭: ଗତ ଦିନରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତିନୋଟି ଗୁରୁତ୍ଵପୂର୍ଣ୍ଣ ଡେଡ୍‌ଲାଇନ୍‌ ବୃଦ୍ଧି କରିଥିଲେ। ଯେଉଁ ତିନୋଟି କାର୍ଯ୍ୟର ଅନ୍ତିମ ତାରିଖର ଅବଧି ବୃଦ୍ଧି କରିଛନ୍ତି, ସେଥିରେ ଆପଣଙ୍କ ଆର୍ଥିକ ଗତିବିଧି ସହ ସମ୍ବନ୍ଧିତ। ଅର୍ଥାତ ଏହାର ଫାଇଦା ଆପଣଙ୍କୁ ମିଳିବାକୁ ଯାଉଛି।

ସରକାରଙ୍କ ମହତ୍ଵାକାଂକ୍ଷୀ ଉଜ୍ଜ୍ଵଳା ଯୋଜନା ସାତ କୋଟିରୁ ଅଧିକ ଲାଭାର୍ଥୀଙ୍କୁ ମାଗଣାରେ ସିଲିଣ୍ଡର ଦେବା ସୁବିଧା ସେପ୍ଟେମ୍ଵର ପର୍ଯ୍ୟନ୍ତ ବଢାଇଛନ୍ତି। ଏହି ଯୋଜନା ଆଧାରରେ ତିନି ମାସ ମାଗଣାରେ ସିଲିଣ୍ଡର ଦେବା ଉପରେ ସରକାରଙ୍କୁ ଅତିରିକ୍ତ ୧୩,୫୦୦ କୋଟି ଖର୍ଚ୍ଚ କରିବାକୁ ପଡିବ।

ଉଲ୍ଲେଖନୀୟ  ସରକାର କରୋନା ସଙ୍କଟ ଓ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଉଜ୍ଜ୍ଵଳା ଯୋଜନାର ହିତାଧିକାରୀଙ୍କ ଏପ୍ରିଲରୁ ଜୁନ୍‌ ମାସ ପର୍ଯ୍ୟନ୍ତ ତିନୋଟି ସିଲିଣ୍ଡର ମାଗଣାରେ ଦେବାକୁ ଘୋଷଣା ହୋଇଥିଲା। ଉଜ୍ଜ୍ଵଳା ଯୋଜନା ଆଧାରରେ ଦେଶର ଗରିବ ପରିବାରର ମହିଳାଙ୍କ ନାମରେ ଗ୍ୟାସ୍ ସଂଯୋଗ ଆବଣ୍ଟିତ କରାଯାଇଛି।

ଅଗଷ୍ଟ ପର୍ଯ୍ୟନ୍ତ କିସ୍ତି ଦେବେ ସରକାର

କେନ୍ଦ୍ର ସରକାର ଅଗଷ୍ଟ ପର୍ଯ୍ୟନ୍ତ ଯେଉଁ କମ୍ପାନୀର କର୍ମଚାରୀ ସଂଖ୍ୟା ୧୦୦ରୁ କମ୍ ରହିଛି ଏବଂ ଯାହାଙ୍କ ବେତନ ୧୫ ହଜାର ଟଙ୍କାରୁ କମ୍ ରହିଛି ସେହି କର୍ମଚାରୀଙ୍କ ପିଏଫ ପଇସା ସରକାର ଅଗଷ୍ଟ ପର୍ଯ୍ୟନ୍ତ ବହନ କରିବେ। ଏଥିରେ ନିଯୁକ୍ତିଦାତାଙ୍କୁ ମଧ୍ୟ ଫାଇଦା ହେବ।

ଉଲ୍ଲେଖନୀୟ କେନ୍ଦ୍ରସରକାର ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ଏପ୍ରିଲରୁ ଏହି ସୁବିଧା ଦେଇ ଆସୁଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିରେ ୩.୬୭ ଲକ୍ଷ ନିଯୁକ୍ତିଦାତା ଏବଂ ୭୨.୨୨ କର୍ମଚାରୀଙ୍କୁ ଫାଇଦା ମିଳିବ।

ନଭେମ୍ବର ପର୍ଯ୍ୟନ୍ତ ମାଗଣା ରାସନ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆହୁରି ପାଞ୍ଚ ମାସ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ଫଳରେ ଦେଶର ପ୍ରାୟ ୮୧ କୋଟି ଲୋକଙ୍କୁ  ଆଗାମୀ ପାଞ୍ଚ ମାସ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫ କିଲୋ ଚାଉଳ କିମ୍ବା ଗହମ ଏବଂ ୧ କିଲୋ ଚଣା ମିଳିବ।

   Related Posts