ବଦଳିଲା ନିୟମ: ଏବେ ମାସ୍କ ଓ ସାନିଟାଇଜର ଜରୁରୀ ବସ୍ତୁ ନୁହେଁ, ବଢିବ ଦାମ୍‌

Published By : Prameya-News7 Bureau | July 07, 2020 IST

ନୂଆଦିଲ୍ଲୀ ୦୭।୦୭: ଗତ ଦିନରେ କରୋନା ଭାଇରସ୍‌ର କ୍ରମାଗତ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ମୋଦୀ ସରକାର ଲୋକଙ୍କ ସୁରକ୍ଷା ପାଇଁ ମାସ୍କ ଓ ସାନିଟାଇଜରକୁ ଆବଶ୍ୟକ ବସ୍ତୁ ଅଧିନିୟମ(essential commodity act)ରେ ସାମିଲ କରିଥିଲେ। ଏବେ ସରକାର ଏହି ନିୟମକୁ ପୁଣି ଥରେ ବଦଳାଇ ମାସ୍କ ଓ ସାନିଟାଇଜରକୁ ଆବଶ୍ୟକ ବସ୍ତୁ ଅଧିନିୟମ ତାଲିକାରୁ ବାଦ୍‌ ଦେଇଛନ୍ତି। ପ୍ରଥମେ ଏହାକୁ ଆବଶ୍ୟକ ବସ୍ତୁ ଅଧିନିୟମରେ ସାମିଲ କରି କେନ୍ଦ୍ର ଖାଦ୍ୟ ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାସଓ୍ଵାନ କହିଥିଲେ ଯେ, ଏଥିରେ ମାସ୍କ ଓ ସାନିଟାଇଜରର ଉପଲବ୍ଧତା ବଢିବ ଏବଂ କଳାବଜାରୀ ଉପରେ ଲଗାମ ଲାଗିବ। କିନ୍ତୁ ସରକାର ଏହାକୁ ଆବଶ୍ୟକ ବସ୍ତୁ ଅଧିନିୟମରୁ ବାହାର କରି ପୁଣି ଥରେ ମନମୁଖୀ ଅର୍ଥ ଆଦାୟ ପାଇଁ ବାଟ ଖୋଲି ଦେଇଛନ୍ତି।

ସରକାର ପ୍ରଥମ ନିୟମରେ ଏଥିପାଇଁ ପରିବର୍ତ୍ତନ କରିଥିଲେ, କାରଣ ବଜାରରେ ଏହାର କଳାବଜାରୀ ଆରମ୍ଭ ହୋଇ ଯାଇଥିଲା। ଦର ଆକାଶଛୁଆଁ ହୋଇ ଯାଇଥିଲା। ଏବେ ପୁଣି ଥରେ ନିୟମ ବଦଳାଇବାର ଅର୍ଥ ଫେସ୍ ମାସ୍କ, ଏନ ୯୫ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜରର ଦର ପୁଣି ଥରେ ବଢିବ।

ସେହି ସମୟରେ ସଜା ଥିଲା, ଏବେ କିଛି ନାହିଁ

ଯେବେ ମୋଦୀ ସରକାରଙ୍କ ପକ୍ଷରୁ ମାସ୍କ ଓ ସାନିଟାଇଜରକୁ ଆବଶ୍ୟକ ବସ୍ତୁ ଅଧିନିୟମରେ ସାମିଲ କରାଯାଇଥିଲା, ତେବେ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ପାଇଁ ୭ ବର୍ଷ ଜେଲ୍‌ ସହିତ ଜରିମାନା ଆଦାୟ କରାଯିବାର ନିୟମ ପ୍ରଣୟନ କରାଯାଇଥିଲା। ଏବେ ଏସବୁ ହଟିଯିବା ପରେ ଏବେ ଦୋକାନୀ ମାସ୍କ ଓ ସାନିଟାଇଜର ଉପରେ ମନମୁଖୀ ଦର ଲାଗୁ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.