Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ମୋଦି ସରକାରଙ୍କ ନୂଆ ଘୋଷଣା : ଏବେ ବଦଳିବ ବାଇକରେ ବସିବାର ନିୟମ

24/07/2020 at 3:36 PM

ନୂଆଦିଲ୍ଲୀ ୨୪/୭: କିଛି ଦିନ ହେବ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ସେଫ୍ଟିକୁ ଧ୍ୟାନରେ ରଖି ଅନେକ ନିୟମ ପରିବର୍ତ୍ତନ କରିଛି। କିଛି ନୂଆ ନିୟମ ମଧ୍ୟ ଲାଗୁ କରାଯାଇଛି। ମନ୍ତ୍ରଣାଳୟର ନୂଆ ଗାଇଡଲାଇନ୍ ବାଇକରେ ଯାଉଥିବା ଲୋକଙ୍କ ପାଇଁ ରହିଛି। ଆସନ୍ତୁ ଜାଣିବା ଏହା ବିଷୟରେ

ମନ୍ତ୍ରଣାଳୟର ଗାଇଡଲାଇନ୍ ଅନୁସାରେ ବାଇକର ଦୁଇ ପଟେ ଡ୍ରାଇଭର ସିଟ୍ ପଛରେ ହାଣ୍ଡ ହୋଲ୍ଡ ରହିବ। ଏହାର ଉଦ୍ଦେଶ୍ୟ ପଛରେ ବସିଥିବା ଲୋକଙ୍କ ସୁରକ୍ଷା। ଏବେ ସୁଦ୍ଧା ଅଧିକାଂଶ ବାଇକରେ ଏହି ସୁବିଧା ନଥିଲା। ଏହା ସହିତ ବାଇକ୍ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ଦୁଇ ପଟେ ଗୋଡ଼ ରଖା ଯାଗା ଅନିବାର୍ଯ୍ୟ କରି ଦେଇଛି। ଏହା ବ୍ୟତୀତ ବାଇକର ପଛ ଚକର ବାମ ଭାଗର ଅତି କମରେ ଅଧା ଭାଗ ସୁରକ୍ଷିତ ଭାବେ କଭର ହେବ ଯାହା ଦ୍ବାରା ପଛରେ ବସିଥିବା ବ୍ୟକ୍ତିଙ୍କ ପୋଷାକ ପଛ ଚକରେ ନ ପଶିବ।

ମନ୍ତ୍ରଣାଳୟ ବାଇକରେ ହାଲୁକା କଣ୍ଟେନର ଲଗାଇବା ପାଇଁ ଆଡଭାଇଜରି ଜାରି କରିଛନ୍ତି। ଏହି କଣ୍ଟେନରର ଲମ୍ବ ୫୫୦ମିମି,ଚଉଡ଼ା ୫୧୦ମିଲି ଏବଂ ଉଚ୍ଚତା ୫୦୦ମିମିରୁ ଅଧିକ ହେବ ନାହିଁ। ଯଦି କଣ୍ଟେନରକୁ ପଛ ସିଟରେ ବସିଥିବା ବ୍ୟକ୍ତିଙ୍କ ସ୍ଥାନରେ ଲଗାଯାଏ ତେବେ କେବଳ ଡ୍ରାଇଭରଙ୍କୁ ହିଁ ମଞ୍ଜୁରୀ ମିଳିବ। ଅର୍ଥାତ୍ କୌଣସି ଅନ୍ୟ ବ୍ୟକ୍ତି ବାଇକରେ ବସିବେ ନାହିଁ।

ନିକଟରେ ସରକାର ଟାୟାରକୁ ନେଇ ମଧ୍ୟ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଏହା ଅନୁସାରେ ଅଧିକତର ୩.୫ଟନ୍ ଓଜନ ଯାଏଁ ବାହନ ପାଇଁ ଟାୟାର ପ୍ରେସର ମନିଟରିଂ ସିଷ୍ଟମର ପରାମର୍ଶ ଦିଆଯାଇଛି। ଏହି ସିଷ୍ଟମରେ ସେନ୍ସର ଜରିଆରେ ଡ୍ରାଇଭରଙ୍କୁ ଏହି ସୂଚନା ମିଳି ଯାଇଥାଏ ଯେ ଗାଡ଼ିର ଟାୟାରରେ ଏୟାରର ସ୍ଥିତି କ’ଣ ରହିଛି? ଏହା ସହିତ ମନ୍ତ୍ରଣାଳୟ ଟାୟାର ମରାମତି କିଟକୁ ମଧ୍ୟ ସୁପାରିଶ କରିଛି। ଏହା ଲାଗୁ ହେବା ପରେ ଗାଡ଼ିରେ ଏକ୍ସଟ୍ରା ଟାୟାରର ଆବଶ୍ୟକତା ହେବ ନାହିଁ।

   Related Posts