ବନ୍ଦ ହେବାକୁ ଯାଉଛି ମୋଦି ସରକାରଙ୍କ ଏହି ଯୋଜନା : ଡିସେମ୍ବର ୩୧ତାରିଖ ଯାଏଁ ରହିଛି ସୁଯୋଗ
17/12/2019 at 1:10 PM

ନୂଆଦିଲ୍ଲୀ ୧୭/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଖାସ୍ ଯୋଜନା ‘ସବକା ବିଶ୍ବାସ ଯୋଜନା’ ସରିବାକୁ ଯାଉଛି। ଏହି ସ୍କିମ୍ ସହ ଯଦି ଆପଣ ଏବେ ଯାଏ ଯୋଡ଼ି ନାହାନ୍ତି ତେବେ ଆପଣଙ୍କ ପାଖରେ ଡିସେମ୍ବର ୩୧ତାରିଖ ଯାଏଁ ସୁଯୋଗ ରହିଛି। ତେବେ ଆସନ୍ତୁ ଜାଣିବା ଏହା କ’ଣ ଏବଂ ଏହାର ଫାଇଦା ବିଷୟରେ
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯ମସିହାର ସାଧାରଣ ନିର୍ବାଚନରେ ‘ସବକା ବିଶ୍ବାସ ଯୋଜନା’ର ଘୋଷଣା କରିଥିଲେ। ଏହି ଯୋଜନା ଅନୁସାରେ ବକୟା ଟ୍ୟାକ୍ସ ଟଙ୍କା ଥିବା ବ୍ୟକ୍ତିଙ୍କୁ ଆଂଶିକ ଛାଡ଼ ଦେଇ ଟ୍ୟାକ୍ସ ସମସ୍ୟାକୁ ଖୁମ୍ ଶୀଘ୍ର ସମାଧାନ କରାଯାଇ ପାରୁଥିଲା।
ଯେଉଁ ଲୋକଙ୍କ ସର୍ଭିସ ଟ୍ୟାକ୍ସ ଏବଂ କେନ୍ଦ୍ର ଉତ୍ପାଦ ଶୁଳ୍କ ସହ ଜଡ଼ିତ ଟ୍ୟାକ୍ସ ସମସ୍ୟା ରହିଛି ସେଗୁଡ଼ିକର ସମାଧାନ ପାଇଁ ସରକାର ଏହି ଯୋଜନାକୁ ଆରମ୍ଭ କରିଥିଲେ। ଏହି ଯୋଜନା ୨୦୧୯ମସିହା ସେପ୍ଟେମ୍ବର ୧ତାରିଖରୁ ଲାଗୁ କରାଯାଇଥିଲା।
ଏବେ ଏହାର ଶେଷ ତାରିଖ ଡିସେମ୍ବର ୩୧ତାରିଖ ଏବଂ ଏହାକୁ ଆଉ ଆଗକୁ ବଢ଼ାଯିବ ନାହିଁ। ଯଦି ଆପଣ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣ ଡିସେମ୍ବର ୩୧ତାରିଖ ସୁଦ୍ଧା ଆବେଦନ କରି ପାରିବେ।