୨୪ତାରିଖ ଦିନ ମୋଦି ଚାଷୀଙ୍କୁ ଦେବେ ବଡ଼ ଉପହାର : ଚାଷୀଙ୍କ ଆକାଉଣ୍ଟକୁ ଆସିବ ମାସକୁ ମାସ ୧୦ହଜାର ଟଙ୍କା

Published By : Prameya-News7 Bureau | January 20, 2019 IST

ନୂଆଦିଲ୍ଲୀ ୨୦/୧: ୟୁପିର ଗୋରଖପୁରରେ ଆସନ୍ତା ଜାନୁୟାରୀ ୨୩-୨୪ରେ ହେବାକୁ ଥିବା ଭାରତୀୟ ଜନତା ପାର୍ଟି କିସାନ ମୋର୍ଚ୍ଚା ଅଧିବେଶନର ସମାପନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ନିମନ୍ତେ ଏକ ବଡ଼ ଉପହାରର ଘୋଷଣା କରିବେ। କୁହା ଯାଉଛି ଯେ ସେ ଚାଷୀଙ୍କ ଆକାଉଣ୍ଟରେ ପ୍ରତି ମାସରେ କିଛି ଟଙ୍କା ଦେବାର ଘୋଷଣା କରିବେ। ଏହା ୧୦ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ। କିସାନ ମୋର୍ଚ୍ଚାର ଅଧ୍ୟକ୍ଷ ବୀରେନ୍ଦ୍ର ସିଂହ ମସ୍ତ କହିଛନ୍ତି ଯେ ଜାନୁୟାରୀ ୨୩ତାରିଖରେ ଏହି ଅଧିବେଶନର ଶୁଭାରମ୍ଭ ଭାଜପା ଅଧ୍ୟକ୍ଷ ଅମିତ ଶାହ କରିବେ।

 ପ୍ରଥମ ଦିନ ଚାଷୀ ଗ୍ରାମ୍ୟ ବିକାଶ ନିମନ୍ତେ ସରକାରଙ୍କ କାର୍ଯ୍ୟକ୍ରମ ବିଷୟରେ ଚର୍ଚ୍ଚା ହେବ। ଦ୍ବିତୀୟ ଦିନ ଚାଷୀଙ୍କ କଲ୍ୟାଣକୁ ନେଇ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ କରାଯିବ। ଏହି ସମାରୋହକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ। ଋଣ ଛାଡ଼ କରାଯାଇଥିବା ଚାଷୀଙ୍କ ସମସ୍ୟାର ସମାଧାନ ହେବ ନାହିଁ। ଭାଜପା ଏପରି ଯୋଜନା ପ୍ରସ୍ତୁତ କରିଛି ଯାହା ଦ୍ବାରା ଚାଷୀଙ୍କୁ ଆଉ ଋଣ ନେବାକୁ ପଡ଼ିବ ନାହିଁ। ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିବେ। ଏହି ଅଧିବେଶନରେ ଦେଶବ୍ୟାପୀ ହଜାର ହଜାର କିସାନ ମୋର୍ଚ୍ଚା ନେତା ଏବଂ କାର୍ଯ୍ୟକର୍ତ୍ତା ସାମିଲ ହେବେ। ଲୋକସଭା ନିର୍ବାଚନ ପରେ ମୋଦି ଆହୁରି ମଜବୁତ ହୋଇ ପଦାର୍ପଣ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.