ନୂଆବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଲେ ଖୁସି ଖବର : ୩କୋଟି ଲୋକଙ୍କୁ ହେବ ୫ଗୁଣା ଫାଇଦା

Published By : Prameya-News7 Bureau | December 30, 2018 IST

ନୂଆଦିଲ୍ଳୀ ୩୦/୧୨: ମୋଦି ସରକାର ୨୦୧୯ ନିର୍ବାଚନ ନିମନ୍ତେ ପ୍ରସ୍ତୁତ ହୋଇସାରିଲେଣି। ନୂଆବର୍ଷ ପୂର୍ବରୁ ସରକାର ଲୋକଙ୍କୁ ଗୋଟିଏ ପରେ ଗୋଟିଏ ଉପହାର ଦେବାକୁ ଯାଉଛନ୍ତି। ନିକଟରେ ସରକାର ୧୦କୋଟି ଲୋକଙ୍କ ପାଇଁ ୟୁନିଭର୍ସାଲ ବେସିକ୍ ଇନକମ୍ ଭଳି ଯୋଜନା ଘୋଷଣା କରିଥିଲେ। ଏବେ ପୁଣି ଥରେ ସରକାର ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ଦ୍ବାରା ୩କୋଟି ଲୋକଙ୍କୁ ଫାଇଦା ମିଳିବ।

ମୋଦି ସରକାର ବୃଦ୍ଧ,ଦିବ୍ୟାଙ୍ଗ ଏବଂ ବିଧବାଙ୍କୁ ମିଳୁଥିବା ପେନସନରେ ବୃଦ୍ଧି କରିଛନ୍ତି। ସରକାର ଏଥିରେ ସିଧା ୫ଗୁଣ ବୃଦ୍ଧି କରିବାର ଘୋଷଣା କରିଛନ୍ତି। ଏଥିପାଇଁ ଜାନୁୟାରୀ ୧୫ତାରିଖରେ ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମର ବୈଠକ ରହିଛି। ଏହି ବୈଠକରେ କାର୍ଯ୍ୟକ୍ରମ ଜରିଆରେ ୩କୋଟି ଲୋକ ଉପକୃତ ହେବା ପ୍ରସଙ୍ଗରେ ଆଲୋଚନା ହେବ।

ବର୍ତ୍ତମାନ ଦେଶ ବ୍ୟାପୀ ୩କୋଟି ଲୋକ ପେନସନ୍ ସୁବିଧା ଉପଭୋଗ କରୁଛନ୍ତି। ଏଥିରେ ୨.୪୦କୋଟି ବୃଦ୍ଧ,୬୦ଲକ୍ଷ ବିଧବା ଏବଂ ୧୦ଲକ୍ଷ ଦିବ୍ୟାଙ୍ଗ ସାମିଲ ଅଛନ୍ତି। ଏବେ ଏହି ଲୋକମାନଙ୍କୁ ୨୦୦ରୁ ୫୦୦ଟଙ୍କା ପେନସନ୍ ମିଳୁଛି। ମୋଦି ସରକାରଙ୍କ ଏହି ଘୋଷଣା ପରେ ଏହି ଲୋକମାନେ ୧୦୦୦ଟଙ୍କା ପର୍ଯ୍ୟନ୍ତ ପେନସନ୍ ପାଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.