Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପାଣି ବନାମ ଗ୍ୟାସ : ନବୀନଙ୍କ ଜଳ ପ୍ରକଳ୍ପ ଶିଳନ୍ୟାସକୁ ମୋଦିଙ୍କ ଗ୍ୟାସ ବିତରଣ ପ୍ରକଳ୍ପ ଶିଳାନ୍ୟାସ

22/11/2018 at 6:31 PM

ପୁରୀ ୨୨|୧୧: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଲୁଣିପାଣି ଅଂଚଳରେ ମଧୁର ପିଇବା ପାଣି ପାଇଁ ବସୁଧା ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାରେ କୃଷ୍ଣପ୍ରସାଦ ବ୍ଲକର ୯୨ଟି ଓ ଗଞ୍ଜାମ ବ୍ଲକର ୫୫ଟି ଗାଁକୁ ମିଳିବ ବିଶୁଦ୍ଧ ପିଇବା ପାଣି । ପ୍ରାୟ ୧୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି ପାନୀୟଜଳ ପ୍ରକଳ୍ପ ।ସେପଟେ ଆଜି ସହରାଞ୍ଚଳ ଗ୍ୟାସ ବିତରଣ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେହିଭଳି ରାଜ୍ୟର ୭ଟି ଯୋଜନାର ଶୁଭାରମ୍ଭ ହୋଇଛି ।  ବ୍ରହ୍ମପୁରରେ କେନ୍ଦ୍ରମନ୍ତ୍ରୀ ରାମ କୃପାଳ ଯାଦବ ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ ।

ପାଣି ବନାମ ଗ୍ୟାସ । ରାଜ୍ୟ ସରକାର ଲୋକଙ୍କୁ ପାନୀୟ ଜଳ ଯୋଗାଇବାକୁ ତତ୍ପରତା ଦେଖାଇଥିବା ବେଳେ କେନ୍ଦ୍ର ସରକାର ଲୋକଙ୍କୁ ଗ୍ୟାସ ଯୋଗାଇବାକୁ ଉଦ୍ୟମ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ୧୪ଟି ଓ ଗଞ୍ଜାମ ବ୍ଲକର ୮ଟି ମଧୁର ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି ।  ଉଭୟ ବ୍ଲକର ୧୪୭ ଗାଁର ଲୋକ ଉପକୃତ ହେବେ । ଏହି ପ୍ରକଳ୍ପ ପାଇଁ ୧୮୩  କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟାକାରୀ ହେବ । ଦୀର୍ଘଦିନ ହେବ ଏହି ଅଞ୍ଚଳ ବାସୀ ଲବଣ ଯୁକ୍ତ ପାଣି ପିଉଥିବା ବେଳେ ସରକାରଙ୍କ ଏହି ପ୍ରକଳ୍ପକୁ ସ୍ବାଗତ କରାଯାଇଛି ।

ସେପଟେ ଦେଶରେ ଆଜି ସହରାଞ୍ଚଳ ଗ୍ୟାସ ବିତରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପାରାଦୀପ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ ଷ୍ଟ୍ରିମିଂ ଦ୍ବାରା ଉଦ୍‌ଘାଟନ କରିଥିଲେ । ସେହିଭଳି ବ୍ରହ୍ମପୁର ପ୍ରକଳ୍ପକୁ କେନ୍ଦ୍ରମନ୍ତ୍ରୀ ରାମ କୃପାଳ ଯାଦବ ଉଦ୍‌ଘାଟନ କରିଥିଲେ । ଦେଶର ୬୩ଟି ଓ ରାଜ୍ୟର ୭ଟି ଗ୍ୟାସ ବିତରଣ ପ୍ରକଳ୍ପର ଶୁଭାରମ୍ଭ ହୋଇଛି

ଏପଟେ ରାଜ୍ୟ ସରକାର ଲୋକଙ୍କୁ ପାନୀୟ ଜଳ ଯୋଗାଇ ଥିବାବେଳେ କେନ୍ଦ୍ର ସରକାର ଯୋଗାଇଛନ୍ତି ଗ୍ୟାସ । ୨୦୧୯ ନିର୍ବାଚନ ପୂର୍ବରୁ ଏହିସବୁ ଯୋଜନାଗୁଡିକ ଦ୍ବାରା ଭୋଟରଙ୍କୁ ଧରି ରଖିବାକୁ ଚେଷ୍ଟା କରିଛନ୍ତି ଉଭୟ ଦଳ ।

   Related Posts