Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

କରୋନା ମୁକାବିଲା ସହିତ ଆର୍ଥିକ ଗତିବିଧି ବଢାଇବା ଉପରେ ଜୋର୍ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

16/06/2020 at 5:01 PM

ନୂଆଦିଲ୍ଲୀ ୧୬।୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ସଂକ୍ରମଣର ମୁକାବିଲା ସହିତ ଆର୍ଥିକ ଗତିବିଧି ବଢାଇବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ମୋଦୀ କରୋନା ସଙ୍କଟ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ମଙ୍ଗଳବାର ଆଲୋଚନା କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେ ଆମେ କରୋନାକୁ ରୋକି ପାରିବା ସେତିକି ଆମର ଆର୍ଥିକ ଗତିବିଧି ଖୋଲି ପାରିବ। ଆମର ଦପ୍ତର ଖୋଲିବ, ମାର୍କେଟ୍ ଖୋଲିବ, ପରିବହନ ସେବା ଖୋଲିବ ଏବଂ ସେହି ଅନୁଯାୟୀ ରୋଜଗାରର ଅବସର ମଧ୍ୟ ସୃଷ୍ଟି ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଗତ କିଛି ସପ୍ତାହରେ ନିଆଯାଇଥିବା ପଦକ୍ଷେପର ସକରାତ୍ମକ ପରିଣାମ ଦେଖିବାକୁ ମିଳିଛି ଏବଂ ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରିବାର ସଙ୍କେତ ମିଳିଛି। ଖରିଫ ଫସଲ ବୁଣା ଗତ ବର୍ଷ ତୂଳନାରେ ୧୨-୧୩ ପ୍ରତିଶତ ଅଧିକ ବଢିଛି। ରିଟେଲ୍‌ରେ ଡିଜିଟାଲ ପେମେଣ୍ଟ ଲକ୍‌ଡାଉନ୍‌ର ପୂର୍ବ ସ୍ତର ୭୦ ପ୍ରତିଶତରେ ପହଞ୍ଚିଛି। ଏଥିରୁ ସଙ୍କେତ ମିଳିଛି ଯେ, ଦେଶର ଅର୍ଥବ୍ୟବସ୍ଥା ଟ୍ରାକକୁ ଫେରୁଛି।

ଆତ୍ମନିର୍ଭର ପ୍ୟାକେଜ୍‌ରୁ ଫାଇଦା

ସେ କହିଛନ୍ତି, ଅଧିକାଂଶ ରାଜ୍ୟରେ କୃଷି, ପନିପରିବା ଓ ଏମଏସଏମଇର ବଡ ଭାଗ ରହିଛି। ଆତ୍ମନିର୍ଭର ଭାରତ ପ୍ୟାକେଜ୍ ଆଧାରରେ ଏହି ସବୁ କ୍ଷେତ୍ର ପାଇଁ ଅନେକ ଘୋଷଣା କରାଯାଇଛି। ଏଥିରେ ଏହି ସବୁ କ୍ଷେତ୍ରକୁ ଫାଇଦା ମିଳିବ। ଉଦ୍ୟୋଗକୁ ଶୀଘ୍ର ଋଣ ମିଳିବ ଏବଂ ଶୀଘ୍ର କାମ ଆରମ୍ଭ ହୋଇପାରିବ। ଏଥିରେ ଲୋକଙ୍କୁ ରୋଜଗାର ମିଳିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଏମଏସଏମଇ ଓ ବାଣିଜ୍ୟ ଶିଳ୍ପ ପାଇଁ ଚାହିଦା  ବଢାଇବା ଉପରେ କାମ କରିବାର ଆବଶ୍ୟକତା ରହିଛି। ରାଜ୍ୟ ସରକାରଙ୍କୁ ନିର୍ଦ୍ଦିଷ୍ଟ ଅଞ୍ଚଳରେ ୨୪ ଘଣ୍ଟିଆ ସାମାନ ଲୋଡିଂ ଏବଂ ଅନଲୋଡିଂକୁ ଅନୁମତି ଦେବା ଉଚିତ୍ ଯଦ୍ଵାରା ସହର ମଧ୍ୟରେ ମାଲ୍ ପରିବହନରେ କୌଣସି ସମସ୍ୟା ନହୁଏ। କୃଷକଙ୍କ ପାଇଁ ସରକାର ନୂଆ ଘୋଷଣା କରିଛନ୍ତି। ଏଥିରେ ଚାଷୀକୂଳଙ୍କ ଆୟ ବଢିବ। ସେମାନଙ୍କ ଫାଖରେ ଫସଲ ବିକ୍ରି କରିବାର ଅନେକ ବିକଳ୍ପ  ରହିବ। କୃଷକଙ୍କ ଆୟ ବଢିଲେ ବଜାରରେ ଚାହିଦା ବଢିବ ଏବଂ ଏଥିରେ ଅର୍ଥବ୍ୟବସ୍ଥାକୁ ଗତି ମିଳିବ।

ମୋଦୀ କହିଛନ୍ତି, ଆତ୍ମ ନିର୍ଭର ପ୍ୟାକେଜ୍‌ ଆଧାରରେ ଯେଉଁ ଘୋଷଣା ହୋଇଛି ତାହା ଏକ ନିଶ୍ଚିତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ଉଚିତ୍। ଏଥିପାଇଁ ସଭିଙ୍କୁ ଏକଜୁଟ୍ ହୋଇ କାମ କରିବାକୁ ପଡିବ। ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ମୁକାବିଲା ଓ ଅର୍ଥବ୍ୟବସ୍ଥାକୁ ଗତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ  ଜାଣିବାକୁ ଚାହିଁଛନ୍ତି। ଏଥିରେ ଆଗାମୀ ରଣନୀତି ପ୍ରସ୍ତୁତିରେ ସହଯୋଗ ମିଳିବ ବୋଲି ମୋଦୀ କହିଛନ୍ତି।

   Related Posts