ନୂଆ ସରକାର ଗଠନ ନେଇ ଆରମ୍ଭ ହେଲା ପ୍ରକ୍ରିୟା : ବିଜେପି ଓ ଏନଡିଏ ସଂସଦୀୟ ଦଳର ନେତାଭାବେ ନିର୍ବାଚିତ ହେଲେ ନରେନ୍ଦ୍ର ମୋଦି, ଓଡିଶାରୁ ମନ୍ତ୍ରୀ ହେବେ ୪ !

Published By : Prameya-News7 Bureau | May 25, 2019 IST

ନୂଆଦିଲ୍ଲୀ୨୫|୫: ଶୋଡଷ ଲୋକସଭା ଭଙ୍ଗ ସହ ନୂଆ ସରକାର ଗଠନ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଏହାପରେ ୩୦ରେ ସେ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପାର୍ଲ୍ୟାମେଣ୍ଟାରୀ ପାର୍ଟି ଓ ଏନଡିଏ ବୈଠକରେ ଔପଚାରିକତା ଭାବେ ପୁଣି ଥରେ ନରେନ୍ଦ୍ର ମୋଦିଙ୍କୁ ସଂସଦୀୟ ଦଳର ନେତା ବଛାଯାଇଛି । ମୋଦିଙ୍କୁ ସଂସଦୀୟ ଦଳର ନେତା କରିବା ପାଇଁ ରାଜନାଥ ସିଂଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ ଉଦ୍ଧବ ଠାକ୍ରେ, ନିତୀଶକୁମାର େବଂ ଅନ୍ୟମାନେ । ଆଜି ରାତିରେ ସରକାରଗଠନ ପାଇଁ ଦାବି ଜଣାଇବାକୁ ଏନଡିଏ ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ବେଟିପାରନ୍ତି । ସେପଟେ ଓଡିଶାର ୮ ସାଂସଦ ଜିତିବା ପରେ  କିଏ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ରହିବେ ସନେଇ ଚାଲିଛି ଆକଳନ । କୁହାଯାଉଛି ଓଡିଶାରୁ ୪ ଜଣଙ୍କୁ ମନ୍ତ୍ରୀ ମଣ୍ଡଳୀରେ ସ୍ଥାନ ମିଳିପାରେ ।

{"id":115955,"width":597,"height":338}

୩୦ରେ ଶପଥ ନେବେ ମୋଦି । ଦ୍ବିତ୍ବୀୟ ଥର ପାଇଁ ପୁଣି ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି । ବିଜେପି  ସଂସଦୀୟ ପାର୍ଟି ବୈଠକ ରେ ଆଜି ଔପଚାରିକ ଭାବେ ମୋଦିଙ୍କୁ ପୁଣି ଥରେ ନେତା ବଛା ଯାଇଛି । ଏହା ସହ ଏନଡିଏ ବୈଠକ ବି ନିଷ୍ପତି ହୋଇଛି । ଏମିତି ଔପଚାରିକତା ସରିବା ପରେ ଆରମ୍ଭ ହୋଇଛି ପକ୍ରିୟା । ଶପଥ ନେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ କାଲି ପୂର୍ବରୁ ଗୁଜୁରାଟ ଯାଇ ମା’ଙ୍କ  ଆଶିର୍ବାଦ ନେବେ ।  ଏହାପରେ ନିଜ ନିର୍ବାଚନ ମଣ୍ଡଳୀ ବାରାଣସୀ ଯାଇ  ବିପୁଳ ବିଜୟ ପାଇଁ ଭୋଟରଙ୍କୁ କୃତଜ୍ଞତା ଜଣାଇବେ । ଏହାପରେ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ  ନେବେ । ୩୦ରେ ହେବ ଶପଥ ଗ୍ରହଣ ଉତ୍ସବ ।

{"id":115956,"width":596,"height":333}

୨୦୧୪ ନିର୍ବାଚନରେ ଓଡିଶାରୁ ମାତ୍ର ଗୋଟିଏ ଲୋକସଭା ସିଟ ହାତେଇଥିବା ବିଜେପି ଏଥର ୮ଟି ସିଟ ପାଇଛି । ବିଜୟୀ ହୋଇଥିବା  ୮ ସାଂସଦ ପ୍ରାର୍ଥୀ  ଆଜି ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ସେପଟେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ଓଡିଶାରୁ  କେତେ ମନ୍ତ୍ରୀ ସ୍ଥାନ ପାଇବେ ଓ କିଏ ମନ୍ତ୍ରୀ ତାକୁ ନେଇ ଚାଲିଛି ଆକଳନ ।

{"id":115957,"width":593,"height":370}

ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟରେ ପୁଣି ଥରେ ଗୁରୁ ଦାୟୀତ୍ବ ମିଳିବା ସହ ଜୁଏଲ ଓରାମଙ୍କୁ ପୁଣି ଥରେ ମନ୍ତ୍ରୀ ପଦ ମିଳିବା ନେଇ ଆକଳନ ଚାଲିଛି । ମନ୍ତ୍ରୀ ପଦ ପାଇବା ନେଇ  ପ୍ରତାପ ଷଢଙ୍ଗୀ, ଅପରାଜିତା ଷଢଙ୍ଗୀ, ସୁରେଶ ପୁଝାରୀ , ବସନ୍ତ ପଣ୍ଡା ଓ ସଙ୍ଗୀତା ସିଂହଦେଓଙ୍କ ନା ଚର୍ଚ୍ଚାରେ  ରହିଛି ।

{"id":115958,"width":594,"height":395}

ନିର୍ବାଚନ ପୂର୍ବରୁ ଓଡିଶାକୁ ଫୋକସ କରିଥିଲା ବିଜେପି । ଗୋଟିଏ ସିଟ ପାଇଥିଲେ ବମୋଦିଙ୍କ କ୍ୟାବିନେଟରେ ଦୁଇ ମନ୍ତ୍ରୀ ହୋଇଥିଲେ ।  ଆଉ ଏଥର ୮ ସିଟ ଜିତିଥିବା ଦଳ ଅଧିକ ମନ୍ତ୍ରୀ ପଦ ପାଇବ ବୋଲି ଆଶା ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.