Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

କିଛି ସମୟ ପରେ ଜୟସାଲମେରରେ ପହଁଚିବେ ପ୍ରଧାନମନ୍ତ୍ରୀ ମୋଦୀ ! ଯବାନଙ୍କ ସହ ପାଳନ କରିବେ ଦୀପାବଳି

14/11/2020 at 8:31 AM

ନୂଆଦିଲ୍ଲୀ, ୧୪|୧୧: ଆଜି ସାରା ଦେଶ ପାଳନ କରୁଛି ଆଲୋକର ପର୍ବ ଦୀପାବଳି । କରୋନା ମହାମାରୀ ମଧ୍ୟରେ ସାରା ଦେଶ ଦୀପାବଳି ପାଳନ କରୁଛି । ଏହି ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଚଳିତ ବର୍ଷ ସ୍ୱତନ୍ତ୍ର ଅନ୍ଦାଜରେ ଦୀପାବଳି ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ଚଳିତ ଥର ଜୟସାଲମେର ସୀମାରେ ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିବେ ବୋଲି ସୂଚନା ମିଳିଛି। ଆଉ କିଛି ସମୟ ପରେ ମୋଦୀ ଜୟସାଲମେରରେ ପହଁଚିବେ ବୋଲି ମଧ୍ୟ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀଙ୍କ ସହ ସିଡିଏସ ବୀପିନ ରାଓ୍ୱତ, ସେନା ମୁଖ୍ୟ ଏମଏମ ନରଓ୍ୱଣେ ମଧ୍ୟ ସାମିଲ ହୋଇପାରନ୍ତି ।

ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ଦୀପାବଳି ଉତ୍ସବ ଯବାନଙ୍କ ସହ ପାଳନ କରି ଆସୁଛନ୍ତି । ଏହାପୂର୍ବରୁ ମୋଦୀ ଜମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ ସମେତ ଅନ୍ୟ ସ୍ଥାନରେ ଯବାନଙ୍କ ଗହଣରେ ଦୀପାବଳି ମନାଇଛନ୍ତି । ଏହି ଦିନ ପ୍ରଧାନମନ୍ତ୍ରୀ ଯବାନଙ୍କୁ ସାକ୍ଷାତ କରିବା ସହ କିଛି ସମୟ ବିତାଇଥାନ୍ତି । ଏପରିକି ମିଠା ମଧ୍ୟ ବାଣ୍ଟିଥାନ୍ତି ।

ଜୟସାଲମେରରେ ଭାରତ ଓ ପାକିସ୍ତାନର ସୀମା ରହିଛି । ଏଠାରେ ବିଏସଏଫ ଯବାନ ମୁତୟନ ହୋଇଛନ୍ତି । ସୁପ୍ରସିଦ୍ଧ ତନୋଟ ମନ୍ଦିର ମଧ୍ୟ ସେଠାରେ ରହିଛି ।

ଗତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୭ ତାରିଖରେ ଜମ୍ମୁ-କାଶ୍ମୀରର ରାଜୋରୀରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ । ଏହି ଦିନ ମୋଦୀଙ୍କୁ ଯବାନଙ୍କ ପୋଷାକାରେ ଦେଖିବାକୁ ମିଳିଥିଲା ।

ଗତ କିଛିଦିନ ତଳେ ଲେହରେ ଯବାନଙ୍କୁ ଭେଟିଥିଲେ ମୋଦୀ

ଗତ କିଛିଦିନ ଧରି ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ପରିସ୍ଥିତି ଉତ୍ତେଜନାମୂଳକ ରହିଛି । ଏପରି ସ୍ଥିତିରେ ଯଦି ପ୍ରଧାନମନ୍ତ୍ରୀ ଯବାନଙ୍କୁ ଭେଟନ୍ତି ତେବେ ଯବାନଙ୍କ ମନୋବଳ ବୃଦ୍ଧି ପାଇବ । ସୂଚନାଯୋଗ୍ୟ, ଲଦ୍ଦାଖ ଉତ୍ତେଜନା ମଧ୍ୟରେ ମୋଦୀ ହଠାତ ଲେହ ଗସ୍ତ କରିଥିଲେ । ଏହି ଗସ୍ତରେ ସେ ଯବାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହାସହ ସମ୍ବୋଧନ ମଧ୍ୟ କରିଥିଲେ ।  

   Related Posts