କୁଚବିହାର ୬/୪: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚିମବଙ୍ଗର କୁଚବିହାରରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ମୋଦୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି। କିନ୍ତୁ ଏଠାରେ ମମତାଙ୍କୁ ମୋଦୀ କଣ କହିଲେ ତାହା ବିଷୟ ନୁହେଁ ବରଂ ଭାଷଣ ସମୟରେ କଣ ଘଟିଲା ତାହା ହିଁ ମୁଖ୍ୟ ପ୍ରସଙ୍ଗ।
ମୋଦୀ ବିଶାଳ ଜନସଭାକୁ ସମ୍ବୋଧନ କରୁଥିବା ବେଳେ ଅତ୍ୟଧିକ ଖରା ଯୋଗୁ ଜଣେ ବୃଦ୍ଧା ଅସୁସ୍ଥ ହୋଇପଡ଼ିଥିଲେ। ଏନେଇ ଜାଣିବା ପରେ ମୋଦୀ ନିଜର ଭାଷଣ ବନ୍ଦ କରି ବୃଦ୍ଧାଙ୍କୁ ଚିକିତ୍ସା କରିବାକୁ କହିଥିଲେ। ସଙ୍ଗେ ସଙ୍ଗେ ଭାଷଣ ବନ୍ଦ କରିବା ସହ ମାଙ୍କୁ ପାଣି ପିଇବାକୁ ଦିଅ ବୋଲି କହିଥିଲେ ମୋଦୀ। ଏହା ସହ ନିଜ ପାଇଁ ନିୟୋଜିତ ଡାକ୍ତରୀ ଦଳକୁ ବୃଦ୍ଧାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ ତୁରନ୍ତ ଯିବାକୁ ସେ ନିର୍ଦେଶ ଦେଇଥିଲେ।
ମିଳିଥିବା ସୂଚନା ଅନୁସାରେ କୁଚବିହାରରେ ମୋଦୀ ଭାଷଣ ଦେଉଥିବା ବେଳେ ଭିଡ଼ ଭିତରେ ଜଣେ ବୃଦ୍ଧାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯାଇଥିଲା। ନିଜ ଭାଷଣ ବନ୍ଦ କରି ମୋଦୀ କହିଥିଲେ, ‘ମୋ ସହିତ ଡାକ୍ତର ଟିକେ ଦେଖନ୍ତୁ। ମାଙ୍କୁ ପାଣି ଆଦି ଦିଅନ୍ତୁ। ତାଙ୍କ ଚିନ୍ତା କରନ୍ତୁ। ମୋ ଟିମ୍ର ଡାକ୍ତର ସେଠାରେ ତୁରନ୍ତ ପହଞ୍ଚନ୍ତୁ।’
wp:embed {"url":"https://twitter.com/ANI/status/1379336985152692225","type":"rich","providerNameSlug":"twitter","responsive":true,"className":""} /wp:embed