ବିମୁଦ୍ରୀକରଣ ନେଇ ବଡ ଖୁଲାସା: ଆରବିଆଇର ପରାମର୍ଶ ବି ମାନିନଥିଲେ ମୋଦି

Published By : Prameya-News7 Bureau | March 11, 2019 IST

ନୂଆଦିଲ୍ଲୀ୧୧|୩: ବିମୁଦ୍ରୀକରଣ ନେଇ ବଡ ଖୁଲାସା। ଆରଟିଆଇରୁ ମିଳିଥିବା ସୂଚନା ଅନୁଯାୟୀ ବିମୁଦ୍ରୀକରଣ ନେଇ ଦେଶର ସର୍ବୋଚ୍ଚ ବ୍ୟାଙ୍କ ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଏହାର ଆପତ୍ତି ଉଠାଇଥିଲେ। ବିମୁଦ୍ରୀକରଣ ନେଇ ଆରବିଆଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସବୁଜ ସଙ୍କେତ ଦେଇନଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମୁଦ୍ରୀକରଣ ଘୋଷଣାରୁ ଅଢେଇ ଘଣ୍ଟା  ପୂର୍ବରୁ ଆରବିଆଇ ଅଧିକାରୀ ମୋଦିଙ୍କୁ ଭେଟିଥିଲେ।

{"id":92709,"width":573,"height":321}

ତେବେ ଆରବିଆଇ ବୋର୍ଡର ଅନୁମତି ବିନା ପ୍ରଧାନମନ୍ତ୍ରୀ ପାଞ୍ଚ ଶହ ଟଙ୍କିଆ ଓ ହଜାର ଟଙ୍କିଆ ନୋଟକୁ  ନଭେମ୍ବର ୮,୨୦୧୬ ମଧ୍ୟରାତ୍ରରୁ ଅଚଳ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ବଜାରରେ ପ୍ରଚଳନ ଥିବା ୮୦ ପ୍ରତିଶତ ଟଙ୍କା ଉଭାନ୍ ହୋଇଯାଇଥିଲା। ଲୋକେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଥିଲେ। ବିମୁଦ୍ରୀକରଣ ନେଇ ଆରବିଆଇ ଗୋଟିଏ ସପ୍ତାହ ପରେ ଅର୍ଥାତ୍ ନଭେମ୍ବର ୧୬ରେ କେନ୍ଦ୍ରସରକାରଙ୍କୁ ଅନୁମତି ପତ୍ର ଦେଇଥିଲେ।

{"id":92710}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.