ବିରୋଧୀ ଦଳଙ୍କୁ ମୋଦିଙ୍କ ଆହ୍ୱାନ, ଶାହସ ଅଛି ତ କାଶ୍ମୀରରୁ ୩୭୦ ହଟାଇ ଦେଖାନ୍ତୁ

Published By : Prameya-News7 Bureau | October 13, 2019 IST

ଜଲଗାଓଁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିରୋଧୀ ଦଳଙ୍କୁ ଆହ୍ୱାନ ଦେଇଛନ୍ତି। ମହାରାଷ୍ଟ୍ର ଜଲଗାଓଁରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୋଦି ବିରୋଧୀ ଦଳମାନେ କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଓ ୩୫-ଏକୁ ଏବେ ପ୍ରତ୍ୟାହାର କରିପାରିବେ କି ବୋଲି ପଚାରିଛନ୍ତି। ମୋଦି କହିଛନ୍ତି ମହାରାଜା ଶିବାଜୀଙ୍କ ପବିତ୍ର ମାଟିରେ ଛିଡା ହୋଇ ମୁଁ ସମସ୍ତ ବିରୋଧୀ ଦଳଙ୍କୁ ଆହ୍ୱାନ କରୁଛି ଯଦି ଆପଣମାନଙ୍କର ଶାହାସ ଅଛି ନିଜର ମତ ସ୍ପଷ୍ଟ କରନ୍ତୁ । ସମ୍ବିଧାନର ଅନୁଚ୍ଛେଦ ୩୭୦ ଓ ୩୫-ଏ କୁ ପ୍ରତ୍ୟାହାର କରିବାରେ ସରକାରଙ୍କ ନିଷ୍ପତିକୁ ସେମାନେ ସମର୍ଥନ କରନ୍ତି କି ନା।

{"id":169746}

ମୋଦି ଏହା ମଧ୍ୟ କହିଛନ୍ତି ' ଯଦି ସେମାନେ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରନ୍ତି ନାହିଁ, ତେବେ ୨୧ ଅକ୍ଟୋବର ନିର୍ବାଚନ ଲାଗି ପ୍ରସ୍ତୁତ କରିବାକୁ ଯାଉଥିବା ଦଳରେ ମେନିଫିଷ୍ଟୋରେ ସେମାନେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁଣି ଲାଗୁ କରି ମୋଦି ସରକାରଙ୍କ ୫ ଅଗଷ୍ଟ ନିଷ୍ପତିକୁ ବଦଳାଇ ଦେଇ ପାରିବେ ବୋଲି ଜନତାଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇ ପାରିବେ କି ବୋଲି ପଚାରିଛନ୍ତି '। ତେବେ ଜମ୍ମୁ-କାଶ୍ମୀରରେ ପରିସ୍ଥିତି ସୁଧାରିବାକୁ ସରକାର ପ୍ରୟାଶରତ ଥିବା ମୋଦି କହିଛନ୍ତି। ହୁଏତ ଏଥିଲାଗି  ଆହୁରି ୪ ମାସ ସମୟ ମଧ୍ୟ ଲାଗିପାରେ । ହେଲେ ଜମ୍ମୁ-କାଶ୍ମୀର ଦେଶର ଅନ୍ୟ ସାଧାରଣ ରାଜ୍ୟଙ୍କ ଭଳି ଦେଶର ଏକ ପ୍ରଗତିଶୀଳ ରାଜ୍ୟରେ ରୂପାନ୍ତରିତ ହେବ ବୋଲି ମୋଦି ଆଶାବ୍ୟକ୍ତ କରିଛନ୍ତି।

{"id":169747}

ସଭାରେ ମୋଦି ବିରୋଧୀ ଦଳଙ୍କୁ ଟାର୍ଗେଟ କରି ସେମାନେ ପଡୋଶୀ ଦେଶର ଭାଷା କହୁଥିବା ପରି ଲାଗୁଛି । ସେମାନଙ୍କ ମଧ୍ୟରେ ଭଲ ତାଳମେଳ ରହିଛି ବୋଲି ମୋଦି କହିଛନ୍ତି। ଅଗଷ୍ଟ ୫ ତାରିଖରେ ସରକାର ଏପରି ଏକ ପଦକ୍ଷେପ ନେଇଥିଲେ ଯାହା ଏପର୍ଯ୍ୟନ୍ତ ସମସ୍ତଙ୍କ ଲାଗି ଅସମ୍ଭବ ମନେ ହେଉଥିଲା। ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖର ଲୋକଙ୍କୁ ଜାତୀୟ ମୁଖ୍ୟଧାରାରେ ସାମିଲ କରି ପ୍ରଗତି ଲାଗି ସେମାନଙ୍କୁ ସକ୍ଷମ କରିଛନ୍ତି। ଆମ ଲାଗି ଜମ୍ମୁ-କାଶ୍ମୀର ଅଥବା ଲଦ୍ଦାଖ କେବଳ ଭୂ-ଖଣ୍ଡ ନୁହେଁ ଦେଶର ମୁକୁଟର ପ୍ରତିନିଧିତ୍ୱ କରେ।

{"id":169748}

ବିଗତ ସମୟରେ ବିଜେପି ଓ ଶିବସେନା ସରକାର ମହାରାଷ୍ଟ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏଣୁ ଲୋକେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ନେତୃତ୍ୱରେ ପୁଣି ରାଜ୍ୟରେ ବିଜେପି ସରକାରକୁ ମନୋନୀତ କରିବେ ବୋଲି ମୋଦି ଆଶାବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.