Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

‘ଯବାନଙ୍କ ପାଇଁ ଶାନ୍ତିରେ ଶୋଇପାରୁଛି ଦେଶ’ : ସୈନିକଙ୍କ ସହ ଦୀପାବଳି ପାଳିଲେ ମୋଦୀ

4/11/2021 at 1:30 PM

ରଜୌରୀ, ୦୪/୧୧: ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ଗୁରୁବାର ରଜୌରୀ ଜିଲ୍ଲାର ନୌଶେରାରେ ପହଁଚିଥିଲେ । ସେଠାରେ ପ୍ରଥମେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ଦୀପାବଳି ପାଳନ କରିଥିଲେ ।

ମୋଦୀ ଯବାନଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ଏହାସହ ବୀର ଯବାନଙ୍କୁ ସମ୍ବୋଧିତ କରି ମୋଦୀ କହିଥିଲେ ଯେ, ଯବାନମାନେ ତାଙ୍କ ପରିବାର । ସେ ସମସ୍ତ ଦୀପାବଳି ଯବାନଙ୍କ ସହ ପାଳନ କରିଥାନ୍ତି । ପ୍ରଥମେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲା ବେଳେ ଓ ଏବେ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ଯବାନଙ୍କ ସହ ଉତ୍ସାହ ମନାଉଛନ୍ତି । ଦେଶର ବୀରମାନେ ସୀମାରେ ପହରା ଦେଉଛନ୍ତି । ତେଣୁ ସାରା ଦେଶ ଶାନ୍ତିରେ ଶୋଇପାରୁଛି । ଯବାନମାନେ ଦେଶର ସୁରକ୍ଷା କବଚ । ସେମାନଙ୍କ ପାଇଁ ଦେଶରେ ଶାନ୍ତି ଓ ସୁରକ୍ଷା ଅକ୍ଷୁର୍ଣ୍ଣ ରହିଛି ।

ଆହୁରି ମଧ୍ୟ ମୋଦୀ ଯବାନଙ୍କୁ ଉତ୍ସାହିତ କରିଥିଲେ । ଏହାସହ ସେମାନଙ୍କ ଗୌରବମୟ ଇତିହାସ ବାବଦରେ କହିଥିଲେ । ଏହାସହ ସେ କହିଥିଲେ ଯେ,  ଶତ୍ରୁ ଭାରତ ମାଟିରେ ପାଦ ଦେଲେ କଡା ଜବାବ ମିଳୁଛି। ପୂର୍ବରୁ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ହେଉଥିଲା । ଏବେ ଭାରତ ଆତ୍ମ ନିର୍ଭର ହୋଇପାରିଛି । ଦେଶରେ ଅତ୍ୟାଧୂନିକ ଅସ୍ତ୍ରଶସ୍ତ୍ର ତିଆରି ହେଉଛି । ଫଳରେ ସେନା ଆହୁରି ଶକ୍ତିଶାଳୀ ହୋଇଥିବା ମୋଦୀ କହିଥିଲେ ।

   Related Posts