Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ୧୦ଟି ସେକ୍ଟର ପାଇଁ ଆସିବ ନୂଆ ସ୍କିମ୍‌, ଖର୍ଚ୍ଚ ହେବ ୨ ଲକ୍ଷ କୋଟି

11/11/2020 at 4:33 PM

ନୂଆଦିଲ୍ଳୀ ୧୧/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ୍‌ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।

ତେବେ ଦୀବାବଳି ପୂର୍ବରୁ ହୋଇଥିବା ବୈଠକ ନିର୍ମାଣ କମ୍ପାନୀଗୁଡ଼ିକ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା। ଉତ୍ପାଦନ ବୃଦ୍ଧି ପାଇଁ ୧୦ଟି କ୍ଷେତ୍ରକୁ ୨ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ପ୍ରକାଶ ଜାଭଡେକର। ଆତ୍ମନିର୍ଭର ଭାରତ ଯୋଜନା ଅଧିନରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ରାଶି ଆଡଭାନ୍ସ-କେମିଷ୍ଟ୍ରି, ଇଲେକଟ୍ରୋନିକ୍ସ-ଟେକନୋଲୋଜି ପ୍ରୋଜେକ୍ଟ, ଟେଲିକମ ନେଟଓ୍ବାର୍କିଂ, ଟେକ୍ସଟାଇଲ୍‌, ସୋଲାର, ଏଲଇଡି ସହ ସମ୍ପୃକ୍ତ ଅନ୍ୟ ସବୁ କ୍ଷେତ୍ରକୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।

ଆତ୍ମନିର୍ଭର ଭାରତ ଅଧିନରେ ଏଭଳି ନିଷ୍ପତ୍ତି କେନ୍ଦ୍ର ସରକାର ନେଇଛନ୍ତି। ଏହା ଦ୍ବାରା ଭାରତରେ ଉତ୍ପାଦନ ବୃଦ୍ଧି ଘଟିବାକୁ ଥିବା ବେଳେ ବିଦେଶୀ ପୁଞ୍ଜି ନିବେଶ ବୃଦ୍ଧି ପାଇବ ବୋଲି ସାମ୍ବାଦିକ ସମ୍ମଳନୀରେ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଦୀପାବଳି ପାଇଁ ନିର୍ମାଣ କମ୍ପାନୀଗୁଡ଼ିକୁ ସରକାର ଉପହାର ଦେଇଛନ୍ତି। ଯେଉଁ କ୍ଷେତ୍ର ପାଇଁ ପ୍ରୋତ୍ସାହନର ଆବଶ୍ୟକତା ପଡ଼ିବ ସରକାର ସେମାନଙ୍କ ସହିତ ରହିଛନ୍ତି। ତେବେ ଏଭଳି ଏକ ପ୍ରୟାସ ନୀତି ଆୟୋଗ ଦ୍ବାରା ଆରମ୍ଭ ହୋଇଛି ବୋଲି ସୀତାରମଣ କହିଛନ୍ତି।

   Related Posts