କିଛି ସମୟରେ ମୋଦି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ : କରୋନା ଭାଇରସକୁ ନେଇ ହୋଇପାରେ ବଡ ଘୋଷଣା

Published By : Prameya-News7 Bureau | June 01, 2020 IST

ନୂଆଦିଲ୍ଲୀ ୦୧/୦୬ : ଦେଶରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି | ପ୍ରତିଦିନ କରୋନା ସଂକ୍ରମଣ ସଂଖ୍ୟା ରେକର୍ଡ ଭାଙ୍ଗୁଛି | ଇତି ମଧ୍ୟରେ ମୋଦି କ୍ୟାବିନେଟ ଆଜି ସକାଳ ୧୧ଟା ସମୟରେ କରୋନା ଭାଇରସକୁ ନେଇ କୌଣସି ବଡ ଘୋଷଣା କରିପାରନ୍ତି ବୋଲି ଜଣାପଡିଛି |

ଲକଡାଉନର ପଞ୍ଚମ ପର୍ଯ୍ୟାୟକୁ ସରକାର ପୁଣି ୩ଟି ପର୍ଯ୍ୟାୟରେ ବିଭକ୍ତ କରିଛନ୍ତି | ଏହାକୁ ଅନଲକ-୧ ନାମକରଣ କରାଯାଇଛି | ଅନଲକ-୧ ପ୍ରଥମ ଦିନରେ ହିଁ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣିଥରେ ରେକର୍ଡ ସୃଷ୍ଟି କରିଛି | ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାର ୩୯୨ ନୂଆ ମାମଲା ସାମ୍ନାକୁ ଆସିଛି | ଏହାସହ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୫୩୪ରେ ପହଞ୍ଚିଛି |

କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ମଧ୍ୟରେ ଆଜି ୧୧ଟା ରେ ମୋଦି କ୍ୟାବିନେଟ ବୈଠକ ଡାକିଛନ୍ତି | ବୈଠକରେ କରୋନା ସମ୍ବନ୍ଧିତ କିଛି ଜରୁରୀ ଓ ଐତିହାସିକ ପରିବର୍ତ୍ତନ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥ ବ୍ୟବସ୍ଥାକୁ ପୁଣି ସୁଧାରିବା ପାଇଁ ପୂର୍ବରୁ ହିଁ ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜ ଘୋଷଣା କରି ସାରିଛନ୍ତି | ଏହି ୨୦ ଲକ୍ଷ କୋଟି ଟଙ୍କା ସୁକ୍ଷ୍ମ, ଲଘୁ, ମାଧ୍ୟମ ଉଦ୍ୟୋଗ ଅର୍ଥାତ ଏମଏସଏମଇ ପାଇଁ ଘୋଷଣା କରିଛନ୍ତି | ଏହି ପ୍ୟାକେଜ ଶ୍ରମିକ, ଚାଷୀଙ୍କ ପାଇଁ ଯେଉଁମାନେ ସବୁ ପରିସ୍ଥିତିରେ ଦେଶବାସୀଙ୍କ ପାଇଁ ପରିଶ୍ରମ କରୁଛନ୍ତି | ଏହା ସଚ୍ଚୋଟତର ସହ ଟ୍ୟାକ୍ସ ଦେଉଥିବା ମାଧ୍ୟମ ବର୍ଗ ଲୋକଙ୍କ ପାଇଁ ଏବଂ ଉଦ୍ୟୋଗ ଜଗତ ପାଇଁ ଘୋଷଣା ହୋଇଥିବା ପ୍ୟାକେଜ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.