Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କ୍ୟାବିନେଟ୍‌ ବିସ୍ତାର ପୂର୍ବରୁ ଏହି ସବୁ ମନ୍ତ୍ରୀଙ୍କ ହେଲା ଛୁଟି, ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାମ୍ଭାବ୍ୟ ମନ୍ତ୍ରୀଗଣ

7/07/2021 at 4:18 PM

ନୂଆଦିଲ୍ଲୀ, ୦୭।୦୭ : ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ୟାବିନେଟରେ ବଡ ଧରଣର ଅଦଳବଦଳ ଏବଂ ସଂପ୍ରସାରଣର କରିବାକୁ ଯାଉଛନ୍ତି । ଠିକ୍‌ ଏହାର ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ବିଭିନ୍ନ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, କେନ୍ଦ୍ରୀୟ ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡା, ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ଦେବାଶ୍ରୀ ଚୌଧୁରୀ ଓ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ଏହା ବ୍ୟତୀତ ଶିକ୍ଷା ରାଜ୍ୟ ମନ୍ତ୍ରୀ ସଂଜୟ ଧୌତ୍ରୋ, ଜଙ୍ଗଲ ଏବଂ ପର୍ଯ୍ୟାବରଣ ରାଜ୍ୟ ମନ୍ତ୍ରୀ ବାବୁଲ୍‌ ସୁପ୍ରିଓ, ରାୱ ସାହବ ଦାନବେ, ରତନ ଲାଲ୍‌ କାଟାରିଆ, ପ୍ରତାପ ଷଡ଼ଙ୍ଗୀ, ଦେବ ଶ୍ରୀ ବାନାର୍ଜୀ ମଧ୍ୟ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ସନ୍ଧ୍ୟା ୬ ଟା ସମୟରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବାକୁ ଥିବା ବେଳେ ଏହି ସବୁ ବିଭାଗର  ମନ୍ତ୍ରୀ ମାନେ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରୀ ପଦ ପାଇଁ ସମ୍ଭାବିତ ଚେହରାଙ୍କ ସହ ନିଜ ବାସଭବନରେ ସାକ୍ଷାତ କରିଛନ୍ତି । ଏହି ସମୟରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍‌ ଶାହା, କେନ୍ଦ୍ରୀୟ ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ଏବଂ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉପସ୍ଥିତ ଥିବା ଜଣା ପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ ବିଜେପି ସାଧାରଣ ସମ୍ପାଦକ ଭୁପେନ୍ଦ୍ର ଯାଦବ, ମଧ୍ୟପ୍ରଦେଶର ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମହାରାଷ୍ଟ୍ରର ରାଜ୍ୟସଭା ସଦସ୍ୟ ନାରାୟଣ ରାଣେ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ, ହରିୟାଣାର ସିରସା ସାଂସଦ ସୁନୀତା ଡଗଲ, ଦିଲ୍ଲୀର ବିଜେପି ସାଂସଦ ମୀନାକ୍ଷୀ ଲେଖୀ, ଉତ୍ତରପ୍ରଦେଶର ନୈନିତାଲ-ଉଦାମସିଂହ ନାଗରର ସାଂସଦ ଅଜୟ ଭଟ, କର୍ଣ୍ଣାଟକର ଉଦୁପି ଚିକମାଗାଲୁରର ସାଂସଦ ଶୋଭା କରଣଦେଲା, ମହାରାଷ୍ଟ୍ର ପ୍ରୀତମ ମୁଣ୍ଡେରେ ସାଂସଦ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି । ମହାରାଷ୍ଟ୍ରର ଭିୱଡିଂ ସାଂସଦ କପିଲ ପାଟିଲ, ଦିଣ୍ଡୋରିର ବିଜେପି ସାଂସଦ ଭାରତୀ ପାୱାର, ଉତ୍ତରପ୍ରଦେଶର ଖେରୀ ସାଂସଦ ଅଜୟ ମିଶ୍ର ଏବଂ ପଶ୍ଚିମବଙ୍ଗର ବନଗାଁଓର ସାଂସଦ ଶାନ୍ତନୁ ଠାକୁର ମଧ୍ୟ ମୋଦୀଙ୍କୁ ଭେଟିଥିବା ବେଳେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ନେଇ ଚର୍ଚ୍ଚା ହେଉଛି ।

   Related Posts