Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ସିନ୍ଧିଆ, ସୋନୋଓ୍ଵାଲ ସମେତ ୪୩ ନେତା ହେବେ ମୋଦୀ ସରକାରରେ ମନ୍ତ୍ରୀ, ଜାରି ହେଲା ପୂରା ଲିଷ୍ଟ

7/07/2021 at 4:38 PM

ନୂଆଦିଲ୍ଲୀ ୦୭।୦୭: ନରେନ୍ଦ୍ର ମୋଦୀ ସରକାରର ଦ୍ଵିତୀୟ କାର୍ଯ୍ୟକାଳର ଆଜି ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି। ଆଜି ସନ୍ଧ୍ୟା ୬ଟାରେ ୪୩ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ନୂତନ ମନ୍ତ୍ରିମଣ୍ଡଳରେ ଅନେକ ନୂତନ ଚେହେରା ସାମିଲ କରାଯାଇଥିବା ବେଳେ ଅନେକ ବରିଷ୍ଠ ନେତାଙ୍କୁ ଛୁଟି ଦିଆଯାଇଛି। ମନ୍ତ୍ରିମଣ୍ଡଳରେ ଯୁବ ଚେହେରାଙ୍କୁ ପ୍ରାଥମିକତା ଦିଆଯାଇଛି। ମହିଳାଙ୍କ ଭାଗିଦାରୀ ମଧ୍ୟ ବଢାଯାଇଛି। ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି  ଜାତୀୟ ସମୀକରଣ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି।

ଓଡିଶାରୁ ଦୁଇ ଜଣଙ୍କୁ ନୂତନ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ରାଜ୍ୟସଭା ସାଂସଦ ଅଶ୍ଵିନ ବୈଷ୍ଣବ ତାଲିକା ଷଷ୍ଠ ସ୍ଥାନରେ ଥିବା ବେଳେ ମୟୂରଭଞ୍ଜ ସାଂସଦ ବିଶେଶ୍ଵର ରୁଡୁ ୩୮ତମ ସ୍ଥାନରେ ରହିଛନ୍ତି। ବୈଷ୍ଣବଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବାର ସମ୍ଭାବନା ରହିଛି। ଜାରି ହୋଇଥିବା ୪୩ ନୂତନ ମନ୍ତ୍ରୀଙ୍କ ତାଲିକା ସାମ୍ନାକୁ ଆସିଛି।

ମୋଦୀ ସରକାରର ନୂତନ କ୍ୟାବିନେଟରେ ସାତ ପିଏଚଡି, ତିନି ଏମବିଏ, ୧୩ ଆଇନଜୀବୀ, ଛଅ ଡାକ୍ତର, ପାଞ୍ଚ ଇଞ୍ଜିନିୟର, ସାତ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯାଇଛି। ମନ୍ତ୍ରିମଣ୍ଡଳରେ ୬୮ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଡିଗ୍ରୀ ରହିଛି। କ୍ୟାବିନେଟରେ ବ୍ୟକ୍ତିଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ମଧ୍ୟରେ ଗୁରୁତ୍ଵାରୋପ କରାଯାଇଛି।

ଏଥର କ୍ୟାବିନେଟ୍‌ ମହିଳାଙ୍କ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ନୂତନ ମନ୍ତ୍ରିମଣ୍ଡଳରେ ରେକର୍ଡ ୧୧ ଜଣ ମହିଳା ମନ୍ତ୍ରୀ ହେବେ। ଏଥିରୁ ୨ ଜଣ କ୍ୟାବିନେଟ୍ ପାହ୍ୟାର ଅଛନ୍ତି। ଅନ୍ୟପଟେ ମୋଦୀ ସରକାର ଜାତିଗତ ସମୀକରଣକୁ ଦୃଷ୍ଟିରେ ରଖି ରେକର୍ଡ ୨୭ ଓବିସି ମନ୍ତ୍ରୀ କରାଯାଉଛି। ଏଥିରୁ ୫ ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରାଯିବ।  ମନ୍ତ୍ରିମଣ୍ଡଳରେ ୫ ସଂଖ୍ୟାଲଘୁ ମନ୍ତ୍ରୀ, ୧୨ ଏସସି ମନ୍ତ୍ରୀ ଓ ରେକର୍ଡ ୮ ଏସଟି ମନ୍ତ୍ରୀ ରହିବେ।

ମୋଦୀ ମନ୍ତ୍ରିମଣ୍ଡଳର ତାଲିକା

୧ – ନାରାୟଣ ଟାଟୁ ରାଣେ

୨ – ସର୍ବାନନ୍ଦ ସୋନୋଓ୍ଵାଲ

୩- ଡ. ବୀରେନ୍ଦ୍ର କୁମାର

୪ – ଜ୍ୟୋତିରାଦିତ୍ୟ ସିନ୍ଧିଆ

୫- ରାମଚନ୍ଦ୍ର ପ୍ରସାଦ ସିଂହ

୬- ଅଶ୍ୱିନୀ ବୈଷ୍ଣବ

୭ – ପଶୁପତି କୁମାର ପାରସ

୮ – କିରେନ ରିଜିଜୁ

୯- ରାଜ କୁମାର ସିଂହ

୧୦ – ହରଦୀପ ସିଂହ ପୁରୀ

୧୧ – ମନସୁଖ ପାଣ୍ଡଭିୟ

୧୨ –  ଭୁପେନ୍ଦ୍ର ଯାଦବ

 ୧୩ – ପୁରୁଷତ୍ତୋମ ରୁପାଲା

୧୪ – ଜି. କିଶନ ରେଡ୍ଡୀ

୧୫ – ଅନୁରାଗ ଠାକୁର

୧୬ – ପଙ୍କଜ ଚୌଧୁରୀ

୧୭ – ଅନୁପ୍ରିୟା ପଟେଲ

୧୮ – ସତ୍ୟପାଲ ସିଂହ ବଘେଲ

୧୯ – ରାଜୀବ ଚନ୍ଦ୍ରଶେଖର

୨୦ – ଶୋଭା କରଣ୍ଡଲାଜେ

୨୧ – ଭାନୁପ୍ରତାପ ସିଂହ ବର୍ମା

୨୨ – ଦର୍ଶନ ବିକ୍ରମ ଜାରଦୋଶ

୨୩- ମିନାକ୍ଷୀ ଲେଖି

୨୪- ଅନ୍ନପୂର୍ଣ୍ଣା ଦେବୀ

୨୫ – ଏ ନାରାୟଣ ସ୍ଵାମୀ

୨୬ – କୌଶଲ କିଶୋର

୨୭ – ଅଜୟ ଭଟ୍ଟ

୨୮ – ବି.ଏଲ ବର୍ମା

୨୯ – ଅଜୟ କୁମାର

୩୦ – ଚୌହାନ ଦେବୁସିହ୍ନ

୩୧ – ଭଗଓ୍ଵନ୍ତ ଖୁବା

୩୨ – କପିଲ ମୋରେଶ୍ଵର ପାଟିଲ

୩୩ – ପ୍ରତୀମା ଭୌମିକ

୩୪ – ଡ. ସୁବାଷ ସରକାର

୩୫ – ଭଗଓ୍ଵତ କିଶନରାୟ କରାଡ

୩୬ – ରାଜକୁମାର ରଞ୍ଜନ ସିଂହ

୩୭ – ଭାରତୀ ପ୍ରବୀଣ ପାଓ୍ଵାର

୩୮- ବିଶେଶ୍ଵର ଟୁଡୁ

୩୯ – ଶାନନ୍ତୁ ଠାକୁର

୪୦ – ମୁଞ୍ଜାପରା ମହେନ୍ଦ୍ରଭାଇ

୪୧ – ଜୋନ ବାର୍ଲା

୪୨ – ଏଲ ମୁରୁଗାନ

୪୩ – ନିଶିଥ ପ୍ରମାଣିକ

   Related Posts