ହ୍ବାଇଟ୍‌ ହାଉସରେ ମୋଦି-ବାଇଡେନ୍‌ ଭେଟଘାଟ୍‌ : ୟୁଏସ୍‌ ରାଷ୍ଟ୍ରପତି କହିଲେ, ‘ଆଜିଠୁ ଭାରତ ଏବଂ ଆମେରିକା ମଧ୍ୟରେ ନୂଆ ଅଧ୍ୟାୟ ଆରମ୍ଭ’

Published By : Prameya-News7 Bureau | September 24, 2021 IST

ନୂଆଦିଲ୍ଲୀ ୨୪/୦୯ : ‘ଆଜିଠୁ ଆମେରିକା ଏବଂ ଭାରତ ମଧ୍ୟରେ ନୂଆ ଅଧ୍ୟାୟ ଆରମ୍ଭ ହେଲା’ । ଏଭଳି କିଛି ଢଙ୍ଗରେ ଭାରତ ପ୍ରତି ଥିବା ସମ୍ପର୍କର ଗଭୀରତାକୁ ବଖାଣିଛନ୍ତି ଆମେରିକା ରାଷ୍ଟ୍ରପତି ​‌ଜୋ ବାଇଡେନ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ ଦିନିଆ ଆମେରିକା ଗସ୍ତ ଅବସରରେ ଆଜି ହ୍ବାଇଟ୍‌ ହାଉସରେ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ଭେଟିଛନ୍ତି ମୋଦି । ଉଭୟ ନେତାଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କ କିଭଳି ଭାବେ ଆହୁରି ମଜବୁତ ହୋଇପାରିବ ସେ ନେଇ ଆଲୋଚନା ହୋଇଛି । ବାଇଡେନ ରାଷ୍ଟ୍ରପତି ହେବାପ​ରେ ମୋଦିଙ୍କ ସହିତ ଏହା ପ୍ରଥମ ସାକ୍ଷାତକାର ।

ହ୍ବାଇଟ୍‌ ହାଉସରେ ଆମେରିକା ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଆଲୋଚନା ବେଳେ ବାଇଡେନ କହିଛନ୍ତି, ‘ମୁଁ ଆପଣଙ୍କୁ ବହୁତ ଦିନ ପୂର୍ବରୁ ଜାଣିଛି । ଆଜି ଭାରତ ଏବଂ ଆମେରିକା ମଧ୍ୟରେ ନୂଆ ଅଧ୍ୟାୟର ଆରମ୍ଭ କରିବାକୁ ଯାଉଛେ । ରାଷ୍ଟ୍ରପତି ଭାବେ ଭାରତ ପକ୍ଷରୁ ମୋତେ ଯେଉଁ ହାତ ବଢାଯାଇଛି ତାହାକୁ ସ୍ବାଗତ କରୁଛି । ୪୦ ଲକ୍ଷ ଭାରତୀୟ ଆମେରିକୀୟ ପ୍ରତିଦିନ ଆମେରିକାକୁ ମଜବୁତକରୁଛନ୍ତି ।’

wp:embed {"url":"https://twitter.com/POTUS/status/1441418775174258689","type":"rich","providerNameSlug":"twitter","responsive":true}
https://twitter.com/POTUS/status/1441418775174258689
/wp:embed

ଏହି ଅବସରରେ ପିଏମ୍‌ ମୋଦି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ କହିଛନ୍ତି, ‘୨୦୧୪ ଏବଂ ୨୦୧୬ରେ ମୋତେ ଆପଣଙ୍କ ସହିତ ଆଲୋଚନା କରିବାକୁ ସୁଯୋଗ ମିଳିଥିଲା । ସେତେବେଳେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ନେଇ ଭିଜନ ରହିଥିଲା । ଆଜି ରାଷ୍ଟ୍ରପତି ଭାବେ ବାଇଡେନ ଯେଉଁ ହାତ ବଢାଉଛନ୍ତି ତାହାକୁ ମୁଁ ମଧ୍ୟ ସ୍ବାଗତ କରୁଛି । ଭାରତ ଏବଂ ଆମେରିକା ମଧ୍ୟରେ ଟେକ୍ନୋଲୋଜି ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ଭାରତ ଏବଂ ଆମେରିକା ମଧ୍ୟରେ ପୂର୍ବରୁ ବ୍ୟବସାୟିକ କାରବାର ବେଶ ସକାରାତ୍ମକ ରହିଆସିଛି ଏବଂ ଆଗକୁ ଆହୁରି ଗତିଶୀଳ ହେବ । ଏଭଳି ଅନେକ ଜିନିଷ ରହିଛି ଯେଉଁଥିରେ ଆମେରିକା ଠାରୁ ଭାରତକୁ ଆବଶ୍ୟକତା ରହିଛି ଏବଂ ଅନେକ ଜିନିଷ ରହିଛି ଯାହାକି ଆମେରିକା ଠାରୁ ଭାରତକୁ ଆବଶ୍ୟକତା ରହିଛି ।’

ହ୍ବାଇଟ୍‌ ହାଉସରେ ମୋଦି ଏବଂ ବାଇଡେନଙ୍କ ମଧ୍ୟରେ ପ୍ରାୟ ୫୭ ମିନିଟ୍‌ ଧରି ଆଲୋଚନା ହୋଇଛି । ଏହି ୫୭ ମିନିଟ୍‌ର ସାକ୍ଷାତକାର ଉଭୟ ଦେଶ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଏବଂ ଲାଭଦାୟକ ବୋଲି କୁହାଯାଉଛି । ଆତଙ୍କବାଦ ଏବଂ ଆଫଗାନିସ୍ତାନରେ ତାଲିବାନ ଶାସନକୁ ନେଇ ବାଇଡେନଙ୍କ ସହିତ ମୋଦି ଆଲୋଚନା କରିଛନ୍ତି ।  

wp:embed {"url":"https://twitter.com/ANI/status/1441436634088546312","type":"rich","providerNameSlug":"twitter","responsive":true}
https://twitter.com/ANI/status/1441436634088546312
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.