Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ଗାଁରେ ରହିଛି ମୋଦିଙ୍କ ମନ୍ଦିର : ମୋଦିଙ୍କ ବିଜୟ ମନାସି ୯ ଦିନ ବ୍ରତ ପାଳନ କରିଛନ୍ତି ଗ୍ରାମବାସୀ

13/04/2019 at 1:22 PM

ବଲିଆ ୧୩/୪ : ଦେଶରେ ଲୋକସଭା ନିର୍ବାଚନ ଆରମ୍ଭ ହୋଇଯାଇଛି | ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ସୁରୁଖୁରୁରେ ଶେଷ ମଧ୍ୟ ହୋଇଯାଇଛି | ଦେଶରେ ନିର୍ବାଚନୀ ମାହୋଲ ଚାଲିଥିବାବେଳେ ଲୋକଙ୍କ ବିଭିନ୍ନ ରଙ୍ଗ ଦେଖିବାକୁ ମିଳୁଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ଆହୁରି ଗୋଟିଏ ପାଦ ଆଗକୁ ବଢି ଯାଇଛନ୍ତି | ଗୋଟିଏ ଗାଁରେ ମୋଦିଙ୍କୁ ଭଗବାନ ଭଳି ପୂଜା କରୁଛନ୍ତି ଲୋକେ | ମୋଦିଙ୍କୁ ଭଗବାନ ଭାବେ ବିଶ୍ୱାସ କରି ୯ ଦିନ ବ୍ରତ ପାଳନ କରିଛନ୍ତି ମୋଦି ଭକ୍ତ |


ଉତ୍ତର ପ୍ରଦେଶ ବଲିଆ ଜିଲ୍ଲାରେ ଦେଖିବାକୁ ମିଳିଛି ଏହିଭଳି ଦୃଶ୍ୟ | ବଲିଆ ଜିଲ୍ଲାର ବାଂଶଡିହ ନଗର ପଂଚାୟତରେ ଥିବା ଏକ ଦୁର୍ଗା ମନ୍ଦିରକୁ ମୋଦିଙ୍କ ମନ୍ଦିର କରିଦେଇଛନ୍ତି ଗ୍ରାମବାସୀ | ଗ୍ରାମବାସୀ ମୋଦିଙ୍କୁ ଭଗବାନ ଭଳି ପୂଜା କରୁଛନ୍ତି | ମୋଦି ପୁଣିଥରେ ବିଜୟୀ ହୋଇ ଦେଶରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ୯ ଦିନ ବ୍ରତ ପାଳନ କରିଛନ୍ତି | ମନ୍ଦିରରେ ମୋଦିଙ୍କ ଏକ ଫଟୋକୁ ରଖି ଗ୍ରାମବାସୀ ପୂଜା କରୁଛନ୍ତି | ଗାଁର ମହିଳା, ପୁରୁଷ, ବୃଦ୍ଧ, ଶିଶୁ ସମସ୍ତେ ମୋଦିଙ୍କୁ ଭଗବାନ ସଦୃଶ ପୂଜା କରିଛନ୍ତି | ମୋଦିଙ୍କ ଫଟୋ ଆଗରେ ଧୂପ ଦୀପ, ଚନ୍ଦନ, ତିଳକ ଲଗାଇ ପୂଜାର୍ଚନା କରୁଛନ୍ତି |


ମୋଦିଙ୍କ ବିଜୟ ମନାସି ମହିଳାମାନେ ମଧ୍ୟ ନବରାତ୍ରିର ୯ ଦିନ ବ୍ରତ ପାଳନ କରିଛନ୍ତି | ଏହି ମୋଦି ଭକ୍ତ ଗାଁ ମୋଦିଙ୍କ ଠାରୁ ଏତେ ପ୍ରଭାବିତ ଯେ, ସେମାନେ ନିଜ ଗାଁ ବାଂଶଡିହର ନାଁ ପରିବର୍ତ୍ତନ କରି ମୋଦି ନଗର ପଂଚାୟତ ରଖିବା ପାଇଁ ଦାବି କରିଛନ୍ତି |

   Related Posts