ଡିସେମ୍ବର ୧୩ରେ ବାରଣାସୀ ଯିବେ ମୋଦୀ, ସବୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ସାମିଲ

Published By : Prameya-News7 Bureau | December 06, 2021 IST

ନୂଆଦିଲ୍ଲୀ,୦୬/୧୨:  ଡିସେମ୍ବର ୧୩ ଓ ୧୪ରେ ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପୂର୍ବରୁ ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ଦୁଇ ଦିନ ଦେଶର ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

ଆସନ୍ତା ୧୩ ତାରିଖରେ ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ଧାମର ଉଦଘାଟନୀ ଉତ୍ସବରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମକୁ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ସମସ୍ତ ମୁଖ୍ୟମନ୍ତ୍ରୀ ମୋଦୀଙ୍କ ଗଙ୍ଗା ପରିକ୍ରମଣ ବେଳେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

୧୪ ତାରିଖରେ ମୋଦୀ କାର୍ଯ୍ୟକ୍ରମରେ ସାମିଲ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଉତ୍ତମ ଶାସନ ପ୍ରସଙ୍ଗରେ ଏହି ଆଲୋଚନା ହେବ । ଏଥିରେ ପ୍ରଧାନମନ୍ତ୍ରୀ କରୋନା ମୁକାବିଲା ପାଇଁ କିଛି ଗୁରୁମନ୍ତ୍ର ଦେଇପାରନ୍ତି । ଭାକସିନେସନ୍ ଉପରେ ମଧ୍ୟ ଜୋର୍ ଦେବେ ପ୍ରଧାନମନ୍ତ୍ରୀ ।

ଦୁଇ ଦିନିଆ ଗସ୍ତରେ ମୋଦୀ ସ୍ୱାରଭେଦ୍ ମହାମନ୍ଦିର ଧାମ, ବିହଙ୍ଗମ ୟୋଗ କେନ୍ଦ୍ର ବୁଲି ଦେଖିବା ସହ ୧୪ ତାରିଖରେ ହିଁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ବାରଣାସୀ ଗସ୍ତ ପୂର୍ବରୁ ଆଶନ୍ତା ୭ରେ ମୋଦୀ ଗୋରଖପୁରରେ କିଛି ପ୍ରକଳ୍ପର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ତେବେ ବାରଣାସୀ ଗସ୍ତ ପରେ ପୁଣି ୧୮ ତାରିଖରେ ମିରଟରୁ ପ୍ରୟାଗରାଜ ମଧ୍ୟରେ ଥିବା ସବୁଠାରୁ ବଡ ଗଙ୍ଗା ଏକ୍ସପ୍ରେସଓ୍ୱେର ଶିଳାନ୍ୟାସ କରିପାରନ୍ତି । ଏହା ନିର୍ବାଚନ ପୂର୍ବରୁ ତାଙ୍କର ଉତ୍ତର ପ୍ରଦେଶ ଗସ୍ତର ଶେଷ ଉଦଘାଟନୀ ଉତ୍ସବ ହେବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.