ସାଧାରଣ ବ୍ୟକ୍ତିଙ୍କ ଭଳି ହଠାତ ଗୁରୁଦ୍ୱାର ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ବିନା କୌଣସି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥାରେ କଲେ ପୂଜା

Published By : Prameya-News7 Bureau | December 20, 2020 IST

ନୂଆଦିଲ୍ଲୀ,୨୦/୧୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସକାଳେ ଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ରକାବଙ୍ଗଜରେ ପହଁଚିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁ ତେଗବାହଦୁରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୋଦୀ ହଠାତ ଗୁରୁଦ୍ୱାରରେ ପହଁଚିଥିଲେ ।

ଏଠାରେ କହି ରଖୁଛୁ ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ଏଠାରେ ପହଁଚିଥିଲେ ସେତେବେଳେ କୌଣସି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିଲା । ଏପରିକି ଟ୍ରାପିକ୍ ବ୍ୟବସ୍ଥା ମଧ୍ୟ ହୋଇନଥିଲା । ପ୍ରଧାନମନ୍ତ୍ରୀ ସକାଳେ ପ୍ରଚଣ୍ଡ ଥଣ୍ଡାରେ ସାଧାରଣ ବ୍ୟକ୍ତି ଭଳି ଗୁରୁଦ୍ୱାର ରକାବଙ୍ଗଜରେ ପହଁଚିଥିଲେ ।

wp:html /wp:html

ଏହି ଗସ୍ତ ହଠାତ ହୋଇଥିବାରୁ ଗୁରୁଦ୍ୱାର ଆଖପାଖରେ କୌଣସି ସ୍ୱତନ୍ତ୍ର ପୋଲିସ ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିଲା ।

wp:html /wp:html

ସୂଚନାଯୋଗ୍ୟ, ଗୁରୁଦ୍ୱାର ରକାବଙ୍ଗଜ ସିଖଙ୍କ ପବିତ୍ରସ୍ଥଳୀ ଅଟେ । ଏହା ସଂସଦ ଭବନର ନିକଟରେ ଅବସ୍ଥିତ । ଏହା ୧୭୮୩ରେ ନିର୍ମିତ ହୋଇଥିଲା । ଏହା ସେହି ସ୍ଥାନ ଯେଉଁଠାରେ ସିଖଙ୍କ ନବମ ଗୁରୁ ତେଗ ବାହାଦୁରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.