ଦେଶରେ ଚାଲିଥିବା ଟିକାକରଣରେ ପ୍ରଧାନମନ୍ତ୍ରୀ ସନ୍ତୁଷ୍ଟ, ଅଧିକାରୀଙ୍କୁ କହିଲେ- ଟେଷ୍ଟିଂ ପ୍ରମୁଖ ଅସ୍ତ୍ର, ଧିମା ନହେଉ ଗତି

Published By : Prameya-News7 Bureau | June 26, 2021 IST

ନୂଆଦିଲ୍ଲୀ ୨୬/୬: କରୋନା ବିରୋଧୀ ଲଢ଼େଇ ଜାରି ରହିଥିବା ବେଳେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଚାଲିଥିବା ଟିକାକରଣ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ସ୍ବାସ୍ଥ୍ୟ ସଚିବ ଏବଂ ନୀତି ଆୟୋଗ (ସ୍ବାସ୍ଥ୍ୟ) ସଦସ୍ୟ ଡାକ୍ତର ଭିକେ ପଲ୍‌ ମଧ୍ୟ ଉପସ୍ଥତ ଥିଲେ। ଦେଶରେ ବର୍ତ୍ତମାନ କରୋନା ଟିକାକରଣ ସ୍ଥିତିକୁ ନେଇ ଉପସ୍ଥିତ ଅଧିକାରୀ ପ୍ରେଜେଣ୍ଟେସନ୍‌ ଦେଇଥିଲେ।

ଲୋକଙ୍କୁ ଦିଆଯାଉଥିବା ଟିକା ଏବଂ ଆଗାମୀ ଦିନରେ ଟିକା ଉତ୍ପାଦନ ଓ ଯୋଗାଣ ବଢ଼ାଇବା ନେଇ ପ୍ରସ୍ତୁତ ହୋଇଥିବା ଯୋଜନା ସମ୍ପର୍କରେ ମୋଦୀଙ୍କୁ ଜଣାଇଥିଲେ ଅଧିକାରୀ। ଗତ ୬ ଦିନରେ ୩.୭୭ କୋଟି ଭ୍ୟାକସିନ୍‌ ଡୋଜ୍‌ ଦିଆଯାଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କୁହାଯାଇଛି। ଏହି ସଂଖ୍ୟା ମାଲେସିଆ, ସାଉଦିଆରବ ଏବଂ କାନାଡା ଭଳି ଦେଶର ମୋଟି ଜନସଂଖ୍ୟାଠୁ ଅଧିକ। ବୈଠକରେ ଅଧିକାରୀମାନେ କହିଛନ୍ତି ୧୨୮ ଜିଲ୍ଲାରେ ୪୫ ବର୍ଷରୁ ଅଧିକ ବୟସର ୫୦ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଥିବା ନେଇ କହିଛନ୍ତି। ଏହା ବ୍ୟତୀତ ୧୬ ଜିଲ୍ଲାରେ ୪୫ ବର୍ଷରୁ ଅଧିକ ବୟସର ୯୦ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଛି।

ତେବେ ଏହି ସବୁ ଡାଟା ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ଏହା ସହ ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନିର୍ଦେଶ ମଧ୍ୟ ଦେଇଛନ୍ତି। ବିଭିନ୍ନ ରାଜ୍ୟରେ ଟେଷ୍ଟିଂର ଗତି ବଜାୟ ରଖିବାକୁ ଅଧିକାରୀଙ୍କୁମାନଙ୍କୁ ମୋଦୀ କହିଛନ୍ତି। ସଂକ୍ରମଣ ଜାଣିବାକୁ ସବୁଠୁ ଭଲ ମାଧ୍ୟମ ଟେଷ୍ଟିଂ । ତେଣୁ କୌଣସି ରାଜ୍ୟରେ ଟେଷ୍ଟିଂର ଗତି ଧିମା ନହେବା ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.