ମତଭେଦକୁ ବିବାଦ ହେବାକୁ ଦେବୁ ନାହିଁ - ଜିନପିଙ୍ଗଙ୍କୁ ଭରସା ଦେଲେ ମୋଦୀ

Published By : Prameya-News7 Bureau | October 12, 2019 IST

ଚେନ୍ନାଇ - ଭାରତ ଓ ଚୀନ୍‌ ମଧ୍ୟରେ ଥିବା ମତଭେଦକୁ ବିବାଦ ହେବାକୁ ଦେବୁ ନାହିଁ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ଶୀ ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଅନୌପଚାରିକ ସାକ୍ଷାତକାରର ଦ୍ୱିତୀୟ ଦିନରେ ମୋଦୀ ଶୀ ଜିନ୍‌ପିଙ୍ଗ୍‌ଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ ।

ତାମିଲନାଡୁର ମହାବଳୀପୁରମ୍‌ରେ ମୋଦୀ ଓ ଜିନ୍‌ପିଙ୍ଗଙ୍କ ମଧ୍ୟରେ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା ।
ମୋଦୀ ଓ ଜିନ୍‌ପିଙ୍ଗ୍ ମଧ୍ୟରେ କୋବେ ରିସର୍ଟରେ ପ୍ରାୟ ୪୦ ମିନିଟ୍‌ ଧରି ଅନୌପଚାରିକ କଥାବାର୍ତ୍ତା ହୋଇଥିଲା । ଏହାପରେ ଦୁଇ ଦେଶର ପ୍ରତିନିଧି ସ୍ତରୀୟ କଥାବାର୍ତା ହୋଇଥିଲା ।
ଚୀନ୍‌ ରାଷ୍ଟ୍ରପତିଙ୍କ ସହ ବିଦେଶମନ୍ତ୍ରୀ ଓ୍ୱାଙ୍ଗ ଓ ଷ୍ଟେଟ୍‌ କାଉନ୍‌ସିଲର ୟାଙ୍ଗ୍‌ ଜିଚିଙ୍କ ସହ ୧୦୦ ସଦସ୍ୟ ବିଶିଷ୍ଟ ପ୍ରତିନିଧିମଣ୍ଡଳ ଏଠାକୁ ଆସିଛନ୍ତି ।

wp:core-embed/twitter {"url":"https://twitter.com/ANI/status/1182898210609795072?s=20","type":"rich","providerNameSlug":"twitter","className":""}
https://twitter.com/ANI/status/1182898210609795072?s=20
/wp:core-embed/twitter


ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭଲ୍ ଏହି ଅନୌପଚାରିକ ସାକ୍ଷାତକାରରେ ଅଂଶଗ୍ରହଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.