Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କୁ ଟ୍ରେନର ଷ୍ଟକ୍ ରଖିବାକୁ ଅନୁରୋଧ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

କରୋନା ବିରୋଧରେ ମିଳିତ ଭାବେ ଲଢିବେ ଭାରତ ଓ ଆମେରିକା, ଟ୍ରମ୍ପଙ୍କ ସହ କଥା ହେଲେ ମୋଦୀ

4/04/2020 at 7:22 PM

ନୂଆଦିଲ୍ଲୀ, ୦୪|୦୪:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମୁକାବିଲା ପାଇଁ ଆମେରିକା ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏନେଇ ସେ ଟ୍ୱିଟରେ ସୂଚନା ଦେଇଛନ୍ତି ।

ମୋଦୀ କହିଛନ୍ତି ଯେ, ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ ଆଲୋଚନା କରିଛନ୍ତି । ଉଭୟ ଦେଶ ମିଳିତ ଭାବେ ଏହି ମହାମାରୀର ମୁକାବିଲା କରିବାକୁ ମିଳିତ ଭାବେ ଉଦ୍ୟମ କରିବେ ବୋଲି ସେ କହିଛନ୍ତି ।

କରୋନା ଭାଇରସ ସାରା ବିଶ୍ୱକୁ ଥରହର କରିସାରିଲାଣି । ଏବେସୁଦ୍ଧା ସାରା ବିଶ୍ୱରେ ୫୯ ହଜାରରୁ ଅଧିକ ଜୀବନ ନେଲାଣି । ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ଅତିକ୍ରମ କରିଛି । କୋଟିକୋଟି ଲୋକ ଘରେ ମଧ୍ୟରେ ବନ୍ଦୀ ହୋଇ ରହିଛନ୍ତି । ଆମେରିକା, ଇଟାଲୀ, ଇରାନ, ସ୍କଟଲାଣ୍ଡ, ପ୍ୟାରିସ, ଇଂଲଣ୍ଡ, ଦୁବାଇରୁ ବ୍ରାଜିଲ ଯାଏଁ ସମସ୍ତଙ୍କୁ ଘରେ ରହିବା ପାଇଁ ଅପିଲ କରାଯାଉଛି । ଏବେ ଆମେରିକାରେ ହିଁ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି । ଗତ ୨୪ ଘଣ୍ଟାରେ ଆମେରିକାରେ ୧୪୦୦ରୁ  ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

ଚୀନର ବୁହାନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଏବେ ଆମେରିକାରେ ତାଣ୍ଡବ ରଚୁଛି । ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷରେ ପହଁଚିଛି । ସେହିପରି ଗତ ୨୪ ଘଣ୍ଟାରେ କରୋନା ଏଠାରେ ୧୪୦୦ରୁ ଅଧିକ ଜୀବନ ନେଇଛି ।

ଭାରତରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୦୦ରୁ ଅଧିକରେ ପହଁଚିଥିବା ବେଳେ ପ୍ରାୟ ୭୫ଜଣଙ୍କ ଜୀବନ ନେଇଛି ।

   Related Posts