Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ମୋଦି-ଶାହାଙ୍କ ମ୍ୟାଜିକ୍‌ ଆଉ କାମ ଦେଉନି ! ସଂଗଠନ ସୁଦୃଢ କରିବାକୁ ବିଜେପିକୁ ପରାମର୍ଶ ଦେଇ ଆରଏସ୍‌ଏସ୍‌ ଦେଲା ଦିଲ୍ଲୀ ଉଦାହରଣ

20/02/2020 at 7:24 PM

ନୂଆଦିଲ୍ଲୀ ୨୦ | ୦୨ – ଦିଲ୍ଲୀ ବିଧାନସଭା ନିର୍ବାଚନରେ ଚିତପଟ୍ଟାଙ୍ଗ ମାରିଥିବା ବିଜେପିକୁ ଏବେ ପୁଣି ଉଠିବାକୁ ମନ୍ତ୍ର ଦେଇଛି ଆରଏସ୍‌ଏସ୍‌ । କହିଛି , ମୋଦି-ଶାହା ସବୁବେଳେ ଜିତାଇ ପାରିବେନାହିଁ । ରାଜ୍ୟ ବିଧାନସଭା ଭୋଟରେ ବିଜେପିର ନମ୍ବର ୱାନ୍‌ ଏବଂ ଟୁ ଙ୍କ ମ୍ୟାଜିକ ସବୁବେଳେ କାମ ଦେବନି । ତେଣୁ ଦଳକୁ ସଂଗଠନ ମଜବୁତ କରିବାକୁ ହେବ । ଆରଏସ୍‌ଏସ୍‌ ମାଉଥ ପିସ୍‌ ଅର୍ଗାନାଇଜର ସଂପାଦକୀୟରେ ପ୍ରକାଶିତ ଲେଖାରେ ଏହି ବାର୍ତ୍ତା ଦେଇଛି ସଂଘ ।ଲେଖାଟିରେ ବିଜେପିକୁ ସାଂଗଠନୀକ ଶକ୍ତି ଓ ଦକ୍ଷତା ବୃଦ୍ଧି ଉପରେ ଫୋକସ କରିବାକୁ ପରାମର୍ଶ ସହ ଆରଏସ୍‌ଏସ୍‌ ଦେଇଥିବା ମନ୍ତ୍ର  ପରୋକ୍ଷରେ ମୋଦି-ଶାହାଙ୍କ ମ୍ୟାଜିକ୍‌ କମିଥିବା ମଧ୍ୟ ସ୍ୱୀକାର କରିଥିବା ମନେହେଉଛି ।

ଦିଲ୍ଲୀରେ ଆମ ଆଦମି ପାର୍ଟି ପୁଣିଥରେ କ୍ଷମତା ହାସଲ କରିନେବା ପରେ ପ୍ରଥମଥର ଲାଗି ବିଜେପିକୁ ପରାମର୍ଶ ଦେଇଛି ଆରଏସ୍‌ଏସ୍‌ । “ Delhi’s diverhent mandate “ ଶୀର୍ଷକ ଲେଖାରେ ଆରଏସ୍ଏସ୍‌ ମୁଖପାତ୍ର ଅର୍ଗାନାଇଜର ବିଜେପିକୁ ପରାମର୍ଶ ଦେଇଛି । ଦିଲ୍ଲୀରେ  ବିଜେପିର ପ୍ରଚାର ତରିକା ଏବଂ ପ୍ରଚାର କାର୍ଯ୍ୟକ୍ରମରେ ଅନେକ ତ୍ରୁଟିଥିବା କହିଛି ସଂଘ ।  ସଂପାଦକୀୟଟି ଲେଖିଛନ୍ତି, ଅର୍ଗାନାଇଜର ସଂପାଦକ ପ୍ରଫୁଲ୍ଲ କେଟକାର ।

ସେ ଲେଖିଛନ୍ତି ନରେନ୍ଦ୍ର ମୋଦି ଏବଂ ଅମିତ  ଶାହା ସବୁବେଳେ ବିଜେପିକୁ ସହାୟକ ହୋଇପାରିବେ ନାହିଁ । ତେଣୁ ତାର ଏକ ମାତ୍ର ବିକଳ୍ପ ହେଲା ଦଳର ସଂଗଠନକୁ ଏବଂ ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବାକୁ ହେବ । ଆପ୍‌ ସରକାରଙ୍କ ବିରୋଧରେ ସରକାର ବିରୋଧି ସ୍ବର ନଉଠିବା ଏବଂ ଭୋଟରଙ୍କ ଭିତରେ ବିଜେପି ଏକ  ସମର୍ତନର ସ୍ବର ସୃଷ୍ଟି ନକରିପାରିବାର କାରଣ ବି ଲେଖିଛନ୍ତି କେଟକାର ।

ବିଜେପି ଲୋକଙ୍କ ଆସ୍ଥାଭାଜନ ହେବା ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ଲେଖିଛନ୍ତି ।ଏହା ସହ ସେ  ଫେବୃଆରୀ ୮ ରେ  ଅନୁଷ୍ଠିତ ଦିଲ୍ଲୀ ବିଧାନସଭା  ନିର୍ବାଚନକୁ ପ୍ରଭାବିତ କରିଥିବା ବିଭିନ୍ନ ପ୍ରସଙ୍ଗର ଉଲ୍ଲେଖ ମଧ୍ୟ କରିଚନ୍ତି । ଆପ୍‌ ୬୨ ଆସନ ଜିତିବା ଏବଂ ବିଜେପି ୮ ଆସନରେ ସୀମିତ ରହିବାର କିଛି ଦିଗ ଉପରେ ଆଲୋକପାତ କରିଛି ଅର୍ଗାନାଇଜର ସଂପାଦକୀୟ ।

ଏସବୁ ଯୁକ୍ତି ଭିତରେ ବି ବିଜେପିର ମୋଦି-ଶାହା ଯୋଡି ଆଉ ବିଜୟ ଯୋଡି ବା ୱିନିଙ୍ଗ କମ୍ବିନେସନ ହୋଇ ନଥିବା ବୁଝା ପଡୁଛି । ବିଶେଷ କରି ଗୋଟିଏ ପରେ ଗୋଟିଏ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ଭୋଟ ହ୍ରାସ ଏବଂ କିଛି ରାଜ୍ୟରେ କ୍ଷମତା ହରାଇବା ଘଟଣାରୁ ସଂଗଠନ ମଜବୁତ ଫଣ୍ଡା ବିଜେପି ଲାଗି ଏକ ମାତ୍ର ଶକ୍ତ ବିକଳ୍ପ ନିଶ୍ଚୟ । 

   Related Posts