ନୂଆଦିଲ୍ଲୀ ୧/୩-ଦେଶ ଘଡ଼ିସନ୍ଧି ମୁହୁର୍ତ୍ତରେ ଥିବାବେଳେ କଂଗ୍ରେସ ବୟାନବାଜି କରିବା ଛାଡ଼ିନାହିଁ । ଭାରତ ପାକିସ୍ତାନ ଭିତରେ ଚାଲିଥିବା ଯୁଦ୍ଧର ଛକାପଂଝାରେ ବି ଚାଲିଛି ରାଜନୈତିକ ବୟାନବାଜି । ରାହୁଲ ଗାନ୍ଧୀ ଆଜି ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଏପରି କିଛି କଥା । ଦେଶକୁ ଫେରୁଥିବା ଓ୍ଵିଇଙ୍ଗ କମାଣ୍ଡର ଅଭିନନ୍ଦନ ପାଇଁ ସାରାଦେଶ ବେଶ ଉତ୍ସାହିତ ଥିବାବେଳେ ରାହୁଲଙ୍କ ବୟାନବାଜି ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାରେ ରଖିଛି ।
ମୋଦି ଆତ୍ମପ୍ରଚାର ପାଇଁ ସରକାରୀକଳକୁ ୫ମିନିଟ ବି ଫୁରସତ ଦିଅନ୍ତି ନାହିଁ, ସବୁବେଳେ ନିଜ ପ୍ରଚାର କରିବାର ଲାଗିଥାନ୍ତି । ପୁଲଓ୍ଵାମା ଆକ୍ରମଣପରେ ସବୁଦଳକୁ ଡ଼ାକି ଦେଶର ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ସର୍ବଦଳୀୟ ଆଲୋଚନା କରାଯାଇଥିଲା । କିନ୍ତୁ ମୋଦି ନିଜର ଭୋଟ ବ୍ୟାଙ୍କ ପାଇଁ ରାଜନୈତିକ ବୟାନବାଜି ମାରିବା ଓ ଦେଶର ପରିସ୍ଥିତିକୁ ନେଇ ରାଜନୀତି କରିବା ଆଦୌ ଠିକନୁହେଁ ବୋଲି କହିଛନ୍ତି ରାହୁଲ ଗାନ୍ଧି ।
ରାହୁଲ ଆହୁରି କହିଛନ୍ତି ଆଗକୁ ଲୋକସଭା ନିର୍ଵାଚନ ଥିବାରୁ ମୋଦି ନିଜର ପ୍ରଚାରରେ ଲାଗି ପଡ଼ିବାସହ ସରକାରୀ କଳକୁ ମଧ୍ୟ କାମରେ ଲଗାଇଛନ୍ତି । ସରକାରୀ ମାଧ୍ୟମକୁ ବ୍ୟବହାର କରିବାକୁ ସେ ୫ମିନିଟ ବି ଫୁର୍ସତ ଦେଉନାହାଁନ୍ତି । ନିଜର ଆତ୍ମପ୍ରଚାରରେ ଦେଶର ରାଜକୋଷକୁ ହଡ଼ପ କରୁଥିବା କହିଛନ୍ତି ରାହୁଲ ।
ରାହୁଲ ଆହୁରି ମଧ୍ୟ କହିଛନ୍ତି , ପୁଲଓ୍ଵମା ଘଟଣାରେ ସାରାଦେଶ ବିବ୍ରତ ହୋଇପଡ଼ିଥିବା ବେଳେ ମୋଦି ଫଟୋ ସୁଟ୍ କରିବା ନିଜର ଆତ୍ମପ୍ରଚାର ନୁହେଁତ ଆଉ କଣ ?
ରାହୁଲ ଗୋଟିଏ ନିର୍ବାଚନ ସଭାରେ କରିଛନ୍ତି ମୋଦିଙ୍କୁ ସିଧା ଟାର୍ଗେଟ । ଲୋକସଭା ନିର୍ବାଚନ ପାଇଁ ସେ ନିଜକୁ ଓ ସରକାରୀକଳକୁ ଅହରହ କାମରେ ଲଗାଉଥିବା କହିଛନ୍ତି ରାହୁଲ ।