କୁମ୍ଭମେଳାରେ ସଫେଇ କର୍ମଚାରୀଙ୍କ ଗୋଡ଼ଧୋଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାକୁ ଆସିଥିବା ମୋଦି ପୁଣି କଲେ ଏମିତି କାମ...ଜାଣିଲେ ...

Published By : Prameya-News7 Bureau | March 06, 2019 IST

ମୋଦି ବିଶ୍ଵରେ ନୁହଁନ୍ତି ସାରାଦେଶରେ ମଧ୍ୟ ଚର୍ଚ୍ଚାରେ କିଛି ନା କିଛି କାରଣ ପାଇଁ ରହିଥାନ୍ତି ଚର୍ଚ୍ଚାରେ । ନିଜର ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ଭିତରେ ନିଜର ତ୍ୟାଗ ଅନେକଙ୍କୁ କରିଛି ପ୍ରଭାବିତ । କୁମ୍ଭମେଳାରେ ସଫେଇ କର୍ମଚାରୀଙ୍କୁ ସମ୍ମାନ ଜଣାଇ ଗୋଡ଼ଧୋଇଦେବା, ସମ୍ମାନିତ କରିବା କାମ ପାଇଁ ସାରା ସୋସିଆଲ ମିଡ଼ିଆରେ ଚର୍ଚ୍ଚାକୁ ଆସିଥିଲେ ।

ଏବେ ପୁଣି ସେହି ସଫେଇ କର୍ମଚାରୀଙ୍କ ପାଇଁ କରିଛନ୍ତି ଏମତି କାମ ଜାଣିବେ ତ ହୋଇଯିବେ ଆଶ୍ଚର୍ଯ୍ୟ ।

ସଫେଇ କର୍ମଚାରୀଙ୍କ କର୍ପସ ଫଣ୍ଡକୁ ମୋଦି ନିକଟରେ ଦାନ କରିଛନ୍ତି ୨୧ଲକ୍ଷ ଟଂକା । ତାହାପୁଣି ନିଜ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟରୁ ଜମା କରିଛନ୍ତି ।

ମୋଦି ଫେବୃଆରୀ ମାସରେ ଦକ୍ଷିଣ କୋରିଆରେ ପ୍ରଦାନ କରାଯାଇଥିବା ସିଓଲ ଶାନ୍ତି ପୁରସ୍କାର ପାଇଁ ପାଇଥିବା ୧.୪୨ କୋଟି ଟଂକା ନମାମି ଗଙ୍ଗା ପ୍ରଜେକ୍ଟ ପାଇଁ ଦାନ କରିଥିଲେ । ଯାହା ଗଙ୍ଗା ସଫେଇ କାର୍ଯ୍ୟକ୍ରମ ପାଇଁ ବ୍ୟବହାର ଲକ୍ଷ୍ୟ ରଖି କରିଥିଲେ ।

୨୦୧୫ ମସିହାରେ ନେପାଳ ଭୂମିକମ୍ପ ପାଇଁ ମଧ୍ୟ ତାଙ୍କର ମହାନତା ଦେଖାଇ ଦାନ କରିଥିଲେ ଦରମା ।

୨୦୦୧ ମସିହାରେ ଗୁଜୁରାତରେ ମୁଖ୍ୟମନ୍ତ୍ରୀ ହେବାସମୟରେ ମଧ୍ୟ ୧୭,୭୧୦ ଗିଫ୍ଟ ପ୍ୟାକେଟ ଦାନକରି ନିଲାମ ସୂତ୍ରରେ ପାଇଥିବା ୯୦ କୋଟି ଟଂକା କନ୍ୟାଶିକ୍ଷା ପାଇଁ ପାଣ୍ଠି ତିଆରି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.