ଜଳବାୟୁ ପରିବର୍ତ୍ତନ ନେଇ ୟୁଏନଏସଜିକୁ ସମ୍ବୋଧିତ କଲେ ମୋଦି, ଆସନ୍ତୁ ଜାଣିବା କହିଲେ କ’ଣ

Published By : Prameya-News7 Bureau | September 23, 2019 IST

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର  ନ୍ୟୁୟର୍କରେ ୟୁଏନଏସଜିର ଜଳବାୟୁ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ‘କ୍ଲାଇମେଟ୍ ଆକ୍ସନ-୨୦୧୯’କୁ ସମ୍ବୋଧିତ କରି ମୋଦି  ଏକ ଟନ ଭାଷଣ ଅପେକ୍ଷା ଅଭ୍ୟାସ ପରିବର୍ତ୍ତନ ଏବେକା ସମୟର ସବୁଠୁ ବଡ ଆବଶ୍ୟକତା ବୋଲି କହିଛନ୍ତି। ଜଳବାୟୁ ପ୍ରସଙ୍ଗରେ ଏଠାକୁ ଭାରତ ଆଲୋଚନା ପାଇଁ ନୁହେଁ ବରଂ ବିଶ୍ୱ ଲାଗି ବ୍ୟବହାରିକ ଦୃଷ୍ଟିକୋଣ ପ୍ରସ୍ତୁତ କରିବାକୁ ଆସିଥିବା କହିଛନ୍ତି । ଆଗାମୀ ଆହ୍ୱାନର ସମ୍ମୁଖୀନ ହେବା ଲାଗି ଭାରତ ୨୦୨୨ ସୁଦ୍ଧା ନିଜର ଅକ୍ଷୟଶକ୍ତି ଉତ୍ପାଦନକୁ ୧୭୫ ଜିଗାୱାଟ ପର୍ଯ୍ୟନ୍ତ ବଢାଇବାକୁ ଲକ୍ଷରଖିଥିବା କହିଛନ୍ତି ମୋଦି ।

{"id":161770,"width":580,"height":271}

ପରିବେଶ ଲାଗି ଏବେ ପ୍ଲାଷ୍ଟିକ ବିପଦର କାରଣ ପାଲଟିଛି। ଏଣୁ ଦେଶରୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବାକୁ ଜନଆନ୍ଦୋଳନ ହାତକୁ ନେଇଛି। ଯାହା ଦେଶର ଗତ ସ୍ୱାଧୀନତା ଦିବସରୁ ଆରମ୍ଭ ହୋଇ ସାରିଥିବା ମୋଦି କହିଛନ୍ତି। ଏବେ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ନିଷିଦ୍ଧ ଲାଗି ମଧ୍ୟ ଭାରତ କାମ କରିବ। ସେହିପରି ଲାଗାତର ପ୍ରାକୃତିକ ବିତ୍ପାତର ସମ୍ମୁଖୀନ ହେଉଥିବା ଭାରତର ଉପକୂଳ ଅଞ୍ଚଳ ଲାଗି ଭିତ୍ତିଭୂମିକ ନମନିୟ କରିବା ଲାଗି ଖୁବ୍ ଶୀଘ୍ର ଡିଜାଷ୍ଟର ରେଜିଲିଏଣ୍ଟ ଇନଫ୍ରାଷ୍ଟ୍ରକ୍ଚର ଆରମ୍ଭ କରିବାକୁ ଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

{"id":161771,"width":577,"height":265}

ତେବେ ଅଭିଭାଷଣ ଶେଷ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଜନିତ ପରିସ୍ଥିତିରେ ଏବେ ଆଉ କଥାବାର୍ତ୍ତା କରିବାର ବେଳ ନାହିଁ। ଏ ଦିଗରେ ସମଗ୍ର ବିଶ୍ୱକୁ କାମ କରିବା ଦରକାର ବୋଲି କହିଛନ୍ତି । ତେବେ ଏଠାରେ ସୂଚିତ କରିବାକୁ ଖୁସି ଲାଗୁଛି ଯେ ଆସନ୍ତା କାଲି ଜାତି ସଂଘ ଭବନ ଉପରେ ଭାରତ ଦ୍ୱାରା ନିର୍ମାଣ କରାଯାଇଥିବା ସୌର ପ୍ୟାନେଲକୁ ଉଦଘାଟନ କରିବି। ଶକ୍ତି ସଞ୍ଚୟ ହିଁ ଏବେକା ସମୟର ସବୁଠୁ ବଡଆହ୍ୱାନ ଓ ଏହା ଆମେ ସ୍ୱୀକାର କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.