Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ମୋଦି-ଶାହଙ୍କ ପ୍ରେସ ମିଟ୍ : ଜାଣନ୍ତୁ ଦେଶବାସୀଙ୍କ କ’ଣ କହିଲେ ମୋଦି

17/05/2019 at 5:53 PM

ନୂଆଦିଲ୍ଲୀ ୧୭।୫:  ସପ୍ତଦଶ ଲୋକସଭା ନିମନ୍ତେ ଆଜି ସଂଧ୍ୟାରେ ଶେଷ ହୋଇଛି ନିର୍ବାଚନ ପ୍ରଚାର । ଏହି ଅବସରରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ଦଳର ଦ୍ବିତୀୟବାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି । ଦଳର ଜାତୀୟ ସଭାପତି ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୋଦି ୫ ବର୍ଷ ଶାସନ କରିବାକୁ ସୁଯୋଗ ଦେଇଥିବାରୁ ଦେଶବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହା ସହ ଯେତେ ଶୀଘ୍ର ସମ୍ଭବ ନୂଆ ସରକାର ପୁଣି କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ମୋଦି ପ୍ରତଶ୍ରୁତି ଦେଇଛନ୍ତି । ତେବେ ଏଥର ବିଜେପିକୁ ଯଦି ପୁଣି ଜନାଦେଶ ମିଳେ  ତେବେ ସେ ନିଜେ ଗୋଟି ଗୋଟି କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

ସମ୍ମିଳନୀକୁ ସମ୍ବୋଧିତ କରି ମୋଦି ଗତ ସାଧାରଣ ନିର୍ବାଚନ ଫଳାଫଳ ମେ ୧୬ ତାରିଖରେ ପ୍ରକାଶ ପାଇଥିଲା ବୋଲି କହିଥିଲେ । ଏହା ସହ ୨୦୧୪ ମେ ୧୭ ତାରିଖରୁ ଦେଶରେ ସଟ୍ଟାଖୋର ଓ ଭ୍ରଷ୍ଟାଚାରୀଙ୍କ ସାମ୍ରାଜ୍ୟ ସମାପ୍ତ ହୋଇଯାଇଥିଲା। ଶାସନରେ ମୋଦିଙ୍କ ଉପସ୍ଥିତି ସେମାନଙ୍କ ପାଇଁ ବଡ କ୍ଷତିର କାରଣ ପାଲଟିଥିଲା। ଗତଥର ନିର୍ବାଚନ ପାଇଁ ଦେଶରୁ ଆଇପିଏଲକୁ ବିଦେଶ ସ୍ଥାନାନ୍ତର କରିବାକୁ ପଡିଥିଲା। ହେଲେ ଏଥର ସାଧାରଣ ନିର୍ବାନ ପାଇଁ ସେଭଳି କିଛି ହୋଇ ନାହିଁ । ଦେଶରେ ନିର୍ବାଚନ ଚାଲିଥିବା ବେଳେ ରମଜାନ, ଇଷ୍ଟର ଏପରିକି ବିଦ୍ୟାଳୟ ବି ସୁରୁଖୁରୁରେ ଚାଲିଛି ବୋଲି କହିଛନ୍ତି ମୋଦି ।

ଏଥର ଦେଶରେ ସାଧାରଣ ନିର୍ବାଚନ ବେଶ ସାନଦାର ଥିଲା। ସକରାତ୍ମକ ଭାବନା ନେଇ ସବୁ ରାଜନୈତିକ ଦଳ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ ବେଶ ସ୍ବାଚ୍ଛନ୍ଦ୍ୟରେ  ନିଜ ନିଜର ପ୍ରଚାର କରିଛନ୍ତି।  ତେବେ ଦେଶରେ ଦୀର୍ଘ ବର୍ଷ ପରେ ପ୍ରଥମଥର ଗଠିତ ସଂଖ୍ୟା ଗରିଷ୍ଠ ଦଳର ପୁଣି ଥରେ ବିଜୟୀ ହୋଇ ସରକାରକୁ ଆସିବା ଚଳିତ ନିର୍ବାଚନର ଏକ ବଡ  ସଫଳତା ହେବ ବୋଲି କହିଛନ୍ତି  ମୋଦି ।

ସାମ୍ବାଦିକ ସମ୍ମିଳନୀରେ ମୋଦି ଶେଷ ହେବାକୁ ଯାଉଥିବା ନିର୍ବାଚନକୁ  ତାଙ୍କ ପକ୍ଷରୁ ଦେଶବାସୀଙ୍କ ପାଇଁ ଧନ୍ୟବାଦ ଜ୍ଞାପନ ଥିଲା  କହିଥିବା ବେଳେ ଭାରତକୁ ନେଇ ଆମେ ସମସ୍ତେ ଗର୍ବିତ ହେବା ଉଚିତ ବୋଲି କହିଛନ୍ତି। ଭାରତ ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଓ ଲୋକତନ୍ତ୍ରର ଶକ୍ତିକୁ ବିଶ୍ବରେ ପ୍ରଦର୍ଶନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ବିବିଧତାରେ ଭରା ଆମ ଲୋକତନ୍ତ୍ର ଜରିଆରେ ଆମେ ବିଶ୍ବକୁ ପ୍ରଭାବିତ କରିବା ଦରକାର ବୋଲି କହିଛନ୍ତି ମୋଦି।

ସ୍ବତନ୍ତ୍ରତା ପର ଭାରତରେ ଅନୁଷ୍ଠିତ ଦେଶର ସର୍ବ ବୃହତ୍ତ ନିର୍ବାଚନ ଅଭିଯାନକୁ ଦଳର ନେତା ନରେନ୍ଦ୍ର ମୋଦି ନିଜେ ପ୍ରତ୍ୟକ୍ଷ ପରିଚାଳନା କରୁଥିଲେ ବୋଲି  ଏହି ଅବସରରେ ଦଳର ସଭାପତି ଅମିତ ଶାହ କହିଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ନିର୍ବାଚନ ଆଭିମୁଖ୍ୟକୁ ଶାହା ସାମ୍ବାଦିକ ସମ୍ମିଳନୀରେ ନାପସନ୍ଦ କରିଥିବା ବେଳେ   ଗତ ସବୁ ନିର୍ବାଚନରେ ରାଜନୈତିକ ଦଳମାନେ କେବେ ଗରିବୀ ତ କେବେ ଭ୍ରଷ୍ଟାଚାରକୁ ପ୍ରସଙ୍ଗ କରି ନିର୍ବାଚନ ଲଢିଥିଲେ ବୋଲି କହିଛନ୍ତି। ତେବେ  ସ୍ବାଧୀନତାର ଦୀର୍ଘ ବର୍ଷପରେ ରାଜନୈତିକ ଦଳମାନେ ବିନା କୌଣସି ପ୍ରସଙ୍ଗରେ ପ୍ରଥମ ଥର ନିର୍ବାଚନରେ ଅବତୀର୍ଣ୍ଣ ହୋଇ ନିଜନିଜର ପ୍ରଚାର କରିବା ନରେନ୍ଦ୍ର ମୋଦିଙ୍କ ୫ବର୍ଷ ସରକାରର ଅପୂର୍ବ ସଫଳତା ବୋଲି କହିଛନ୍ତି ଅମିତ ଶାହ।     

   Related Posts