ନମୋ ଆପ୍ ରେ ଚାଷୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | June 20, 2018 IST

ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା । ନମୋ ଆପ୍ ରେ ଚାଷୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶବ୍ୟାପୀ ଚାଷୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା କରିବାକୁ ତାଙ୍କ ସରକାର ପ୍ରତିଶ୍ରୁତି ବଦ୍ଧ । ସେଥିଲାଗି ତାଙ୍କ ସରକାର ସମସ୍ତ ସ୍ଥାନରେ ସମସ୍ତ ପ୍ରକାର ଆଭଶ୍ୟକୀୟ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରୁଥିବା କହିଛନ୍ତି, ପ୍ରଧାନମନ୍ତ୍ରୀ ।ଭିଡିଓ କନଫରେନ୍ସିଂରେ କଥା ହେବା ବେଳେ ମୋଦି କହିଛନ୍ତି , ଆମ କୃ,କଙ୍କ ଉପରେ ଆମର ଭରସା ଓ ବିଶ୍ୱାସ ରହିଛି । ଆମଦେଶର ଚାଷୀ ମାନେ ଆଧୁନିକ ଜ୍ଞାନ କୌଶଳ ଓ ପ୍ରଯୁକ୍ତି ଜ୍ଞାନର ଉପଯୋଗ କରୁଥିବାରୁ ଖୁସି ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଏବେ କୃଷକମାନଙ୍କ ଫାର୍ମ ପ୍ରଡ୍ୟୁସ୍ ଗ୍ରୁପ୍ ବା କୃଷକ ଉତ୍ପାଦକ ସଂଘ ଏକାଠି କାର୍ଯ୍ୟ କରୁଥିବା କହି ସେ ସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି।ପ୍ରତି ଜଳବୁନ୍ଦା ତୁଳନାରେ ଅଧିକ ଶସ୍ୟ ଉତ୍ପାଦନ ଆମର ଲକ୍ଷ୍ୟ ହେବା ଉଚିତବୋଲି କହିଛନ୍ତି ମୋଦି । ଏହାସହ ଚାଷୀଙ୍କ ଉତ୍ପାଦର ସହଜ ବ୍ୟବସାୟ ଲାଗି ସରକାର ଇ-ନାମ୍ ଅନଲାଇନ୍ ବ୍ୟବସ୍ଥାର ଆରମ୍ଭ କରୁଥିବା ଘୋଷାଣ କରିଛନ୍ତି ।ଦଲାଲ୍ ବା ମଧ୍ୟସ୍ଥି ବ୍ୟବସ୍ଥାର ବିଲୋପ ଲାଗି୍ ଏହି ଇ-ନାମ ପ୍ରଚଳନ କରୁଛନ୍ତି । ଗତ ତିନି ବର୍ଷରେ କୃଷି ଅଭିବୃଦ୍ଧି ହାର ଅଧିକ ହୋଇଥିବା ଦାବି କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଓ କୃଷକଙ୍କ ବିକାଶ ଲାଗି ପ୍ରମୂଖ ପ୍ରସଙ୍ଗକୁ ସରକାର ଚିହ୍ନଟ କରିବା ସହ ତାହାର ବିକାଶ ଏବଂ ସମାଧାନ ଯୋଜନା କରିଛନ୍ତି। ୪୮ ମାସରେ କୃଷି କୃଷି ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ହୋଇଥିବା ବେଳେ କେନ୍ଦ୍ରୀୟ ବଜେଟ୍ରେ ସରକାର ୨ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା କହିଛନ୍ତି । ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରକୁ ବି ସରକାର ପ୍ରାଧାନ୍ୟ ଦେଇଥିବା କହିବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ପାଦ ବୃଦ୍ଧି ସହ ପ୍ରତିଟି ଶସ୍ୟ ଦାନାର ସୁରକ୍ଷା ଓ ସଂରକ୍ଷଣ ଲାଗି ସରକାର ପ୍ରତିଶ୍ରୁତି ବଦ୍ଧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.