Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଇସାରାରେ ‘ମିଶନ ବଙ୍ଗାଲ’ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ- ମୃତ୍ୟୁର ଖେଳରେ ଭୋଟ୍ ମିଳେ ନାହିଁ

11/11/2020 at 10:38 PM

ନୂଆଦିଲ୍ଲୀ ୧୧।୧୧: ବିହାର ବିଧାନସଭା ନିର୍ବାଚନରେ ଏନଡିଏକୁ ମିଳିଥିବା ସ୍ପଷ୍ଟ ବହୁମତ ପରେ ଭାରତୀୟ ଜନତା ପାର୍ଟି ଦିଲ୍ଲୀ ମୁଖ୍ୟାଳୟରେ ଉତ୍ସବ ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମରେ ପାର୍ଟି କର୍ମକର୍ତ୍ତାଙ୍କୁ ସମ୍ଵୋଧିତ  କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବିହାର ବିଜୟ କଠିନ ପରିଶ୍ରମର ଫଳ।  କିନ୍ତୁ ନିଜର ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ହେଉଥିବା ବିଧାନସଭା ନିର୍ବାଚନର ପ୍ରସ୍ତୁତିର ନିଅଁ ପକାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ମୃତ୍ୟୁର ଖେଳରେ ମତ ମିଳେ ନାହିଁ।

ପ୍ରଧାନମନ୍ତ୍ରୀ ପାର୍ଟି କର୍ମକର୍ତ୍ତାଙ୍କୁ ସମ୍ଵୋଧିତ କରି କହିଛନ୍ତି, ପଶ୍ଚିମବଙ୍ଗରେ ନିକଟରେ ବିଜେପି କର୍ମକର୍ତ୍ତାଙ୍କ ହତ୍ୟା କରାଯାଇଛି। କାହାରି ନାମ ନନେଇ ସେ କହିଛନ୍ତି, ଯେଉଁ ଲୋକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆମର ମୁକାବିଲା କରି ପାରୁ ନାହାନ୍ତି ସେମାନେ ଆମ ପାର୍ଟିର କର୍ମକର୍ତ୍ତାଙ୍କୁ ହତ୍ୟା କରିବାର ରାସ୍ତା ଆପଣେଇଛନ୍ତି।

ପଶ୍ଚିମବଙ୍ଗର ନାମ ନନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର କିଛି ଭାଗରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କୁ ଲାଗୁଛି ଯେ, ବିଜେପି କର୍ମକର୍ତ୍ତାଙ୍କ ହତ୍ୟା କରି ନିଜର ଉଦ୍ଦେଶ୍ୟ ପୂରଣ କରି ପାରିବେ। ମୁଁ ସେମାନଙ୍କୁ ଆଗ୍ରହ ପୂର୍ବକ ବୁଝାଇବାକୁ ଚେଷ୍ଟା କରୁଛି। ମୋତେ ଚେତାବନୀ ଦେବାର ଆବଶ୍ୟକ ନାହିଁ, ଏହି କାମ ଜନତା ଜନାର୍ଦ୍ଦନ କରିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ନିର୍ବାଚନ ଆସିବ ଯିବ। ଜୟ ପରାଜୟ ଏମିତି ଲାଗି ରହିଥିବ। କେବେ କିଏ ଆସନରେ ବସିବ ତ କେବେ ଅନ୍ୟ କିଏ ବସିବ। କିନ୍ତୁ ମୃତ୍ୟୁର ଖେଳ ଗଣତନ୍ତ୍ରରେ କେବେ ଚାଲି ପାରିବ ନାହିଁ। ଆମେ ଗଣତନ୍ତ୍ର ପ୍ରତି ସମର୍ପିତ। ଦେଶ ଆମ ଉପରେ ଯେଉଁ ଭରସା ରଖିଛି, ସେହି ଭରସାକୁ ପୂର୍ଣ୍ଣ କରିବା ପାଇଁ ଆମେ ପ୍ରତିବଦ୍ଧ ବୋଲି ମୋଦୀ କହିଛନ୍ତି।

ବିହାର ବିଧାନସଭାରେ ମିଳିଥିବା ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରବାସୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ କହିଛନ୍ତି ବିହାରରେ ବିକାଶ କାର୍ଯ୍ୟର ବିଜୟ ହୋଇଛି। ବିହାରରେ ସତ୍ୟ ଜିତିଛି, ବିଶ୍ଵାସ ଜିତିଛି। ବିହାରର ଯୁବ ବର୍ଗ ଜିତିଛନ୍ତି ଏବଂ ମା-ଭଉଣୀ ଜିତିଛନ୍ତି।  

   Related Posts