Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ମୋଦି @ ୬୯ – ମା’ଙ୍କ ଆଶୀର୍ବାଦ ନେଇ ନିଜର ଆଗାମୀ ମିଶନ ପାଇଁ ଅଗ୍ରସର ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି

17/09/2019 at 4:49 PM

ନୂଆଦିଲ୍ଲୀ୧୭।୦୯- ମୋଦି @ ୬୯ ।୬୯ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦ ଯାଇ ମା’ଙ୍କୁ ଭେଟି ଆଶୀର୍ବାଦ ନେବାସହିତ ତାଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇଛନ୍ତି । ଏହାପୂର୍ବରୁ ମୋଦି ସର୍ଦ୍ଦାର ସରୋବର ଡ୍ୟାମ ବୁଲିବା ସହିତ ଏକ ରାଲିକୁ ସମ୍ବୋଧିତ କରିଛନ୍ତି ।…

ମା’ ହିରାବେନ୍ଙ୍କ ସହିତ ମୋଦି । ମା’ଙ୍କ ଆଶିର୍ବାଦ ନେଇ ନିଜର ଆଗାମୀ ମିଶନ ପାଇଁ ଅଗ୍ରସର ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରତିବର୍ଷ ସେପ୍‌ଟେମ୍ବର ୧୭ ତାରିଖ ଭଳି ଅହମ୍ମଦାବାଦରେ ନିଜ ମା’ଙ୍କ ପାଖକୁ ଯାଇ ପ୍ରଧାନମନ୍ତ୍ରୀ ମୋଦି ଆଶୀର୍ବାଦ ଭିକ୍ଷା କରିଛନ୍ତି । ମୋଦି ଓ ତାଙ୍କ ମା’ ଏକାଠି ବସି ପାରମ୍ପରିକ ଗୁଜରାଟି ଖାଦ୍ୟ ପୁରନପଲ୍ଲି, ତୁଅର ଡାଲ୍, ଦେଶୀ ଚଣା, ଆଳୁଭେଣ୍ଡି ଭଜାର ମଜା ନେଇଥିଲେ । ମୋଦିଙ୍କ ମା’ ଗାନ୍ଧିନଗରର ରାୟସନ ଗାଁରେ ନିଜ ସାନ ପୁଅ ପଙ୍କଜ ମୋଦିଙ୍କ ସହିତ  ରୁହନ୍ତି ।

ତେବେ ଅହମ୍ମଦାବାଦରେ ପହଞ୍ଚିବା ପୂର୍ବରୁ ମୋଦି ସର୍ଦ୍ଦାର ସରୋବର ଡ୍ୟାମ ପରିଦର୍ଶନ କରିଥିଲେ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଏହି ବନ୍ଧକୁ ବେଶ ଆକର୍ଷଣୀୟ ଭାବେ ସଜା ଯାଇଥିଲା । ଏହାସହିତ ଗୁଜରାଟର କେବାଡିୟାରେ ଥିବା ଇକୋ-ଟୁରିଜିମ୍‌ ସ୍ଥଳ ବୁଲି ଦେଖିବା ସହିତ ସେଠାରେ ଥିବା ରୋପ୍ ବ୍ରିଜ୍‌ ଉପରେ ବୁଲିଥିଲେ । କେବାଡିୟାର ଜଙ୍ଗଲ ସଫାରୀ ଟୁରିଷ୍ଟ ପାର୍କରେ ମୋଦି ଏକ ସ୍ବତନ୍ତ୍ର ଜିପ୍‌ରେ ବୁଲିଥିଲେ । ସଫାରୀର ବନ୍ୟ ସଂପଦର ବେଶ ମଜା ଉଠାଇଥିଲେ ମୋଦି ।ସେଠାରେ ଏକ କାକଟସ୍ ଗାର୍ଡେନ୍‌ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ ।

ଏହି ସମୟରେ ତାଙ୍କ ସହିତ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଓ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଉପସ୍ଥିତ ଥିଲେ ।ସର୍ଦ୍ଦାର ସରୋବର ଡ୍ୟାମ୍ ନିକଟରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ବୁଲିବା ସହିତ ବନ୍ଧ ନିକଟରେ ପ୍ରାର୍ଥନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହାପରେ ସେଠାରେ ଉପସ୍ଥିତ ଜନତାକୁ ଉଦ୍‌ବୋଧନ ଦେଇଥିଲେ ମୋଦି । ମୋଦିଙ୍କ ଜନ୍ମଦିନକୁ ଆଜି ଦେଶବ୍ୟାପୀ ବିଜେପି ଏବଂ ତାଙ୍କର ପ୍ରଶଂସକଙ୍କ ଦ୍ବାରା ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ୧୪ ତାରିଖରୁ ସେବାସପ୍ତାହ ପାଳନ କରୁଛନ୍ତି ବିଜେପି କର୍ମୀ। ଆଉ ଏତିକିବେଳେ ଅଭିନେତା ଅକ୍ଷୟ କୁମାର ମୋଦିଙ୍କ ଉପରେ ନିର୍ମାଣ କରାଯାଉଥିବା ଫିଲ୍ମ ‘ମନ ବୈରାଗୀ’ର ପୋଷ୍ଟର ରିଲିଜ୍‌ କରିଛନ୍ତି ।ଏହି ଫିଲ୍ମଟି ମୋଦିଙ୍କ ଜୀବନର ସଂଘର୍ଷମୟ ବର୍ଷ ଗୁଡ଼ିକ ଉପରେ ଆଧାରିତ ।…

   Related Posts