ମଡର୍ଣ୍ଣା କରୋନା ଟିକାରେ ହେଉଛି ପାର୍ଶ୍ବ ପ୍ରତିକ୍ରିୟା ! ଜଣେ ଆମେରିକୀୟ ଡାକ୍ତର ଅସୁସ୍ଥ

Published By : Prameya-News7 Bureau | December 26, 2020 IST

ନୂଆଦିଲ୍ଲୀ ୨୬/୧୨: ଫାଇଜର ପରେ ମଡର୍ଣ୍ଣାର ବି ବାହାରିଲା ସାଇଡ୍‌ ଇଫେକ୍ଟ। ଫଇଜର ଟିକାକରଣ ବେଳେ ଇଂଲଣ୍ଡର ସ୍ବାସ୍ଥ୍ୟ କର୍ମୀ ଅସୁସ୍ଥ ହୋଇଥିଲେ। ଅନ୍ୟପଟେ ମଡର୍ଣ୍ଣା କରୋନା ଟିକା ନେବା ପରେ ବୋଷ୍ଟନର ଜଣେ ଡାକ୍ତର ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଡାକ୍ତର ହୋସେନ୍‌ ଶଦଜାଦେଙ୍କ ଶରୀରରେ ଗୁରୁତର ଆଲର୍ଜିକ୍‌ ରିଆକ୍ସନ ହୋଇଥିବା ନେଇ ନ୍ୟୁୟର୍କ ଟାଇମ୍ସରେ ଖବର ପ୍ରକାଶ ପାଇଛି।

ମଡର୍ଣ୍ଣା କରୋନା ଟିକା ନେବା ପ​‌ରେ ହୋସେନ୍‌ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଂଗେସଂଗେ ଏମର୍ଜନ୍ସେି ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ସମୟ ଚିକିତ୍ସା ପରେ ତାଙ୍କୁ ଏବେ ଅନ୍ୟ ଡାକ୍ତରମାନେ ପରୀକ୍ଷା କରୁଥିବା ଜଣାପଡ଼ିଛି। ତେବେ ସେ ଆଜି ସୁସ୍ଥ ଅଛନ୍ତି।

କମ୍ପାନୀର ମେଡିକାଲ୍‌ ସେଫ୍ଟି ଟିମ୍‌ ଘଟଣା ଉପରେ ନଜର ରଖିଛନ୍ତି ବୋଲି ମଡର୍ଣ୍ଣାର ପ୍ରବକ୍ତା ରାୟ ଜୋର୍ଡାନ କହିଛନ୍ତି। ମଡର୍ଣ୍ଣା ଟିକାକରଣର ଏହା ପ୍ରଥମ ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ବୋଲି ମଧ୍ୟ ସେ କହିଛନ୍ତି। ନିକଟରେ ୟୁଏସ୍‌ ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟେ୍ରସନ୍‌ ଜରୁରୀକାଳୀନ ବ୍ୟବହାର ପାଇଁ ମଡର୍ଣ୍ଣା କରୋନା ଟିକାକୁ ଅନୁମତି ଦେଇଥିଲେ। ମଡର୍ଣ୍ଣା ସମେତ ଏବେ ଦୁଇଟି କରୋନା ଭ୍ୟାକ୍ସିନ ଆମେରିକାରେ ଟିକାକରଣରେ ବ୍ୟବହାର ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.