Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଚଳିତ ସପ୍ତାହରେ ଭାରତ ଆସିବ ମଡେର୍ଣ୍ଣା ଭାକସିନ୍, କରୋନା ବିପକ୍ଷରେ ୯୪ % ପ୍ରଭାବୀ

6/07/2021 at 10:15 AM

ନୂଆଦିଲ୍ଲୀ ୦୬/୦୭: କରୋନା ଭୂତାଣୁ ଉପରେ ୯୪% ପ୍ରଭାବୀ ମଡେର୍ଣ୍ଣା ଟିକା ଏଇ ସପ୍ତାହରେ ଭାରତ ଆସିବ । ଆମେରିକାର ଫାର୍ମାସ୍ୟୁଟିକାଲ୍‌ ତଥା ବାୟୋଟେକ୍ନୋଲୋଜି କମ୍ପାନି ମଡେର୍ଣ୍ଣା ‘ଏମ୍‌ଆର୍‌ଏନ୍‌ଏ’ ପ୍ରଯୁକ୍ତିରେ ଏହି ଟିକା ବିକାଶ କରିଛି ।

ଆମେରିକାର କୋଭିଡ ଟିକାକରଣ ଅଭିଯାନରେ ଏହାକୁ ସାମିଲ କରାଯାଇଛି । ତେବେ ଭାରତରେ ଏହା ଆସି ପହଞ୍ଚିବା ପରେ ଏହାକୁ ଦେଶବ୍ୟାପୀ ସରକାରୀ ହସ୍ପିଟାଲଗୁଡ଼ିକୁ ଆବଣ୍ଟନ କରାଯିବ । ଏହି ଟିକା ଆମଦାନି ଲାଗି ଗତ ସପ୍ତାହରେ ଭାରତର ଔଷଧ ନିୟାମକ ସିପ୍‌ଲାକୁ ଅନୁମତି ଦେଇଥିଲା । 

ତୃତୀୟ ପର୍ଯ୍ୟାୟ ହ୍ୟୁମାନ୍‌ ଟ୍ରାଏଲ୍‌ରେ ମଡେର୍ଣ୍ଣା ଟିକା ୯୪% ପ୍ରଭାବୀ ପ୍ରମାଣିତ ହୋଇଛି । ସିଡିସି ରିପୋର୍ଟ ମୁତାବକ ମଡେର୍ଣ୍ଣା କିମ୍ବା ଫାଇଜର ଟିକାର ଗୋଟିଏ ଡୋଜ୍‌ ସଂକ୍ରମଣ ବିରୋଧରେ ୮୦% ପ୍ରଭାବୀ ସାବ୍ୟସ୍ତ ହେଉଛି । ସେହିଭଳି ଟିକାଦ୍ୱୟର ଦ୍ୱିତୀୟ ଡୋଜ୍‌ ଦିଆଯିବାର ଦୁଇ ସପ୍ତାହ ପରେ ଏହାର ପ୍ରଭାବ ୯୦%କୁ ବୃଦ୍ଧି ପାଉଛି ।

   Related Posts